ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟିର ଅତିରିକ୍ତ ଅନୁଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷର ସ୍ୱାଭାବିକ ଅନୁଦାନ ୧୭୫.୫ କୋଟି ଟଙ୍କା ସହିତ ଏହି ଅତିରିକ୍ତ ଅନୁଦାନ ମିଳିବ। ଆଜି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷମାନଙ୍କ ସହ ଆଲୋଚନା ସମୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏହି ସୂଚନା ଦେଇଛନ୍ତି । ଏହା ଦ୍ୱାରା ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ଚଳିତ ବର୍ଷ ସମୁଦାୟ ୩୫୧ କୋଟି ଟଙ୍କାର ଅନୁଦାନ ମିଳବ। ଏହି ଘୋଷଣା ଦ୍ୱାରା ଆଭାଷୀ ମାଧ୍ୟମରେ ଉପସ୍ଥିତ ଥିବା ୯ଟି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା ।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୯ଟି ଜିଲ୍ଲା ଯଥା- କୋରାପୁଟ, ମାଲକାନଗିରି, ଗଜପତି, ମୟୂରଭଞ୍ଜ, ରାୟଗଡା, କେନ୍ଦୁଝର, କନ୍ଧମାଳ,ସୁନ୍ଦରଗଡ ଓ ନବରଙ୍ଗପୁର ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି।