Monday, June 22, 2026 02:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିକାଶ ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ: ମୁଖ୍ୟମନ୍ତ୍ରୀ

କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ

by Our Correspondent
01 Oct, 2022- 08:06 PM
in Latest News
1 min read
0
ବିକାଶ ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦେଶରେ ସାମାଜିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶନିବାର କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଜ୍ଞାନ ବିପ୍ଳବ ଆମ ଜୀବନର ପ୍ରତ୍ୟେକଟି ଦିଗକୁ ଏକ ସ୍ୱତନ୍ତ୍ର ରୂପ ଦେଇଥାଏ । ବର୍ତ୍ତମାନର ଜ୍ଞାନ ଯୁଗ ନୂତନ ସର୍ଜ୍ଜନା ଓ ଚିନ୍ତାଧାରାକୁ ପୁରସ୍କୃତ କରିଥାଏ ।

ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ସମୟରେ ବିଶ୍ୱର ଷ୍ଟାର୍ଟଅପ୍‍ ଇକୋସିଷ୍ଟମରେ ଭାରତ କ୍ଷୀପ୍ର ଗତିରେ ଯୋଗଦାନ କରିଚାଲିଛି । ଆମ ଦେଶର ଯୁବକମାନେ ଏହି ଷ୍ଟାର୍ଟଅପ୍‍ ଆନ୍ଦୋଳନକୁ ନେତୃତ୍ୱ ଦେଉଛନ୍ତି । ତୁମେମାନେ ଦେଶର ପରବର୍ତ୍ତୀ ନେତୃତ୍ୱ । ତୁମର ଭବିଷ୍ୟତ ଦେଶର ଭବିଷ୍ୟତ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଦେଶକୁ ଏକ ନୂତନ ରୂପରେଖ ଦେବା ପାଇଁ ତୁମମାନଙ୍କ ପାଇଁ ଏକ ସୁଯୋଗ ରହିଛି । ମୁଁ ନିଶ୍ଚିତ, କିଟ୍‍ର ଛାତ୍ରଛାତ୍ରୀମାନେ ସେମାନଙ୍କ ସର୍ଜନା ଓ ନୂତନ ଚିନ୍ତାଧାରା ବଳରେ ସମାଜ ଗଠନରେ ସହାୟକ ହେବେ ।

କିଟ୍‍ ତାର ରୌପ୍ୟ ଜୟନ୍ତୀ ଅବସରରେ ୧୮ତମ ସମାବର୍ତ୍ତନ ପାଳନ କରୁଛି । ଗତ ୨୫ବର୍ଷ ମଧ୍ୟରେ ଦେଶର ବୈଷୟିକ ଓ ବୃତ୍ତିଗତ ଶିକ୍ଷାରେ କିଟ୍‍ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛି । ଅଳ୍ପ ସମୟ ମଧ୍ୟରେ କିଟ୍‍ ଆମେରିକାର ଆବେଟ୍‍ ସ୍ୱୀକୃତି ସହ ବିଭିନ୍ନ ଅନ୍ତର୍ଜାତୀୟ ଓ ଜାତୀୟ ସ୍ୱୀକୃତି ଲାଭ କରିପାରିଛି । ଶିକ୍ଷା ସହ କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ ମଧ୍ୟ କିଟ୍‍ର ଉଲ୍ଲେଖନୀୟ ଅବଦାନ ରହିଆସିଛି । ଶିକ୍ଷା କ୍ଷେତ୍ରରେ ଅସମାନତା ଦୂର କରିବାରେ କିଟ୍‍ର ମଧ୍ୟ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ।

ଗୁଏତମାଳାର ବିଶିଷ୍ଟ ସମାଜସେବୀ ତଥା ଶାନ୍ତି ନୋବେଲ ବିଜୟିନୀ ଡ. ରିଗୋବେର୍ତା ମେଞ୍ଚୁ ତୁମ୍‍ ଭର୍ଚୁଆଲ୍‍ରେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରି କହିଲେ, ବର୍ତ୍ତମାନ ବିଶ୍ୱ ଏଭଳି ନେତୃତ୍ୱ ଆବଶ୍ୟକ କରୁୁଛି, ଯେଉଁମାନଙ୍କଠାରେ ମାନବିକତା ଭରି ରହିଛି । ଜଣେ ନେତା ହେବା ପାଇଁ ଜଣେ ଭଲ ମଣିଷ ହେବା ସହ ବୈଷୟିକ ଜ୍ଞାନର ଆବଶ୍ୟକ ରହିଛି । ତୁମେମାନେ ତୁମର ବୈଷୟିକ ଜ୍ଞାନର ବିନିଯୋଗ କରି ମାନବିକତାର ସହ ବିଶ୍ୱକୁ ନେତୃତ୍ୱ ଦେଇପାରିବ ବୋଲି ସେ କହିଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟ ଶିକ୍ଷା ସହ ମାନବିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଆସୁଥିବା ଜାଣି ମୁଁ ଅତ୍ୟନ୍ତ ଖୁସି । ଶିକ୍ଷା କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ସହ ଗୁଏତମାଳା ଅନୁବନ୍ଧିତ ହେବା ମୁଁ ଚାହେଁ ବୋଲି ସେ କହିଥିଲେ ।

କିଟ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା କହିଲେ, ଦେଶ ସଶକ୍ତ ହେବା କ୍ଷେତ୍ରରେ ଶିକ୍ଷା ହେଉଛି ଏକ ମାଧ୍ୟମ । ଏହା ମଧ୍ୟ ଜଣେ ବ୍ୟକ୍ତିର ଚରିତ୍ର ଗଠନରେ ସହାୟକ ହୋଇଥାଏ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ନିଜ ନିଜ କ୍ଷେତ୍ରରେ ଅଗ୍ରସର ହେବା ସହ ସର୍ବଦା ଭଲ ମଣିଷ ହେବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା । ବ୍ରିଟିଶ୍‍ ପାର୍ଲାମେଣ୍ଟ ସାଂସଦ ଜନ୍‍ ଦେଶମଣ୍ଡ ଫୋବ୍‍ସ ଆଣ୍ଡେରସନ, ଇଉରୋପିଆନ୍‍ ୟୁନିଅନ ସାଂସଦ ହିମାଂଶୁ ଗୁଲାଟି, ଜର୍ମାନ୍‍ର ବରିଷ୍ଠ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଡେରେସ ଜନ, ପରାଅଲିମ୍ପିକ୍‍ କମିଟି ଅଫ୍‍ ଇଣ୍ଡିଆର ସଭାପତି ଖେଲରତ୍ନ ଓ ଅର୍ଜୁନ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ଡ. ଦୀପା ମଲ୍ଲିକ, ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପ୍ରତିନିଧି ଏବଂ ଭାରତରେ ଅବସ୍ଥାପିତ ଏହାର ନିର୍ଦ୍ଦେଶକ ବିଶୋ ପାରୁଜୁଲି, ମୁମ୍ବାଇସ୍ଥିତ ଆଫ୍‍କନ୍‍ ଇନ୍‍ଫ୍ରାଷ୍ଟ୍ରକଚରର କାର୍ଯ୍ୟକାରୀ ଉପାଧ୍ୟକ୍ଷ କେ. ସୁବ୍ରମଣ୍ୟନ ଏବଂ ଏସ୍‍ ଏନ୍‍ ମହାନ୍ତି ଗ୍ରୁପ୍‍ର ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତିଙ୍କୁ ଚଳିତବର୍ଷ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଥିଲା ।

ଚଳିତବର୍ଷ ୧୬୩ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ସମେତ ବିଭିନ୍ନ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ମୋଟ ୮୧୨୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହା ସହ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ, ୩୪ ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ନନୀବାଳା ସ୍ୱର୍ଣ୍ଣପଦକ, ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣ ପଦକ, ପି. କେ. ବଳ ସ୍ମାରକୀ ସ୍ୱର୍ଣ୍ଣପଦକ, ପିପିଏଲ୍‍ ସ୍ୱର୍ଣ୍ଣପଦକ ଓ ୩୦ଜଣଙ୍କୁ କୁଳପତି ରୌପ୍ୟପଦକ ପ୍ରଦାନ କରାଯାଇଥିଲା । ସମାବର୍ତ୍ତନ ଉତ୍ସବରେ ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ଜ୍ଞାନରଞ୍ଜନ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Previous Post

ଆଉ ୩ ମାସ ୫ କେଜି ମାଗଣା ଚାଉଳ

Next Post

ଲୋକସେବା ଭବନରେ ସ୍ୱରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ

Next Post
ଲୋକସେବା ଭବନରେ ସ୍ୱରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ

ଲୋକସେବା ଭବନରେ ସ୍ୱରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA