ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଆଉ ୩ ମାସ ପାଇଁ ଅତିରିକ୍ତ ୫ କେଜି ମାଗଣା ଚାଉଳ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ୨ ଲକ୍ଷ ୯୨ ହଜାର ପରିବାରର ୯ ଲକ୍ଷ ୫ ହଜାର ହିତାଧିକାରୀ ଉପକୃତ ହେବେ । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ ପାଇଁ ହିତାଧିକାରୀମାନେ ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କ ପରି ମୁଣ୍ଡପିଛା ମାସକୁ ୫ କେଜି ଲେଖାଏଁ ଅତିରିକ୍ତ ଚାଉଳ ମାଗଣାରେ ପାଇବେ । ଏଥିପାଇଁ ରାଜ୍ୟ ସରକାରଙ୍କର ଖର୍ଚ୍ଚ ହେବ ୪୯ କୋଟି । ୧୩, ୫୭୫ ମେଟ୍ରିକ୍ ଟନ ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ।