Wednesday, April 22, 2026 01:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭିନ୍ନକ୍ଷମ ଭାନୁମତିଙ୍କ ମୁଁହରେ ହସ ଫୁଟାଇଲା ‘ଓଡ଼ିଶା ମୋ ପରିବାର’

by Our Correspondent
01 Oct, 2022- 10:00 AM
in Latest News, News
1 min read
0
ଭିନ୍ନକ୍ଷମ ଭାନୁମତିଙ୍କ ମୁଁହରେ ହସ ଫୁଟାଇଲା ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ୱର: ପରିବାର ମୁହଁରେ ମୁଠାଏ ଖାଇବାକୁ ଦେବା ପାଇଁ ସ୍ଵାମୀଙ୍କୁ ସହଯୋଗ କରୁଥିଲେ। କିନ୍ତୁ କିଛି ମାସ ତଳେ ବିଦ୍ୟୁତ ଦୁର୍ଘଟଣାରେ ଦୁଇଟି ହାତ ହରାଇବା ପରେ ଏବେ ସେ ଦିବ୍ୟାଙ୍ଗ । ଗଞ୍ଜାମ ଜିଲ୍ଲା ବାଘଦେବୀ ମନ୍ଦିର ସାହି ଅଞ୍ଚଳର ୫୧ ବର୍ଷିୟା ମହିଳା କେ. ଭାନୁମତି । ପେଟ ପାଟଣା ପାଇଁ ସେ ତାଙ୍କ ସ୍ଵାମୀଙ୍କ ସହ ଏକ ଛୋଟ ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ,ଏହି ଭିନ୍ନକ୍ଷମ ମହିଳାଙ୍କ ଦୁଃଖ ଦେଖିପାରିଲା ନାହିଁ ଓଡ଼ିଶା ମୋ ପରିବାର, ସ୍ଵାବଲମ୍ବୀ ହେବାକୁ ସହାୟତାର ହାତ ବଢାଇ ଯୋଗାଇଦେଲା କୃତ୍ରିମ ହାତ ।

ଦୁର୍ଘଟଣା ଘଟିଥିଲା ଗତ ଫେବ୍ରୁୟାରୀ ୧୧ ତାରିଖରେ, ଭାନୁମତି ଲୁଗା ଶୁଖାଇବାକୁ ଯାଇଥିଲାବେଳେ ଏକ ବିଦ୍ୟୁତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁଠାରେ ତାଙ୍କ ଦୁଇଟି ହାତରେ ଗଭୀର ଆଘାତ ଲାଗିଥିଲା । ଯେହେତୁ ହାତ ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା, ଏହାକୁ କାଟିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ହାତ ଦୁଇଟି କଟା ହେବା ପରେ ସେ ଆଜି ପର୍ଯ୍ୟନ୍ତ କୃତ୍ରିମ ହାତ ବ୍ୟବହାର କରିନଥିଲେ । ନିଜର ଦୈନନ୍ଦିନ କାମ କରିବା ପାଇଁ ସେ ଅସମର୍ଥ ଥିଲେ । ଅସହାୟ ହୋଇ ତାଙ୍କୁ କୃତ୍ରିମ ହାତ ଯୋଗାଇ ଦେବା ପାଇଁ ସେ ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣାଙ୍କୁ ଯୋଗାଯୋଗ କରିଥିଲେ ।

ଶ୍ରୀ ମହାରଣା ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ ଏବଂ ଯେହେତୁ ଭାନୁମତିଙ୍କର ଅତ୍ୟାଧୁନିକ ହାତର ଆବଶ୍ୟକତା ଥିଲା ସେଥିପାଇଁ ଓଡ଼ିଶା ମୋ ପରିବାର ଆବାହକ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ସଙ୍ଗେସଙ୍ଗେ ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ଘଟଣାକୁ ଗୁରୁତ୍ଵ ଦେଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ଆଲୋଚନା କରିଥିଲେ ଏବଂ ତାଙ୍କ ନିର୍ଦ୍ଦେଶକ୍ରମେ ଜେନେରାଲ ମ୍ୟାନେଜର (ଏ.ଆର.ସି)  ପ୍ରଶାନ୍ତ ନାୟକ ଏହି ଘଟଣା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଇଥିଲେ ।

ଶେଷରେ, ସେପ୍ଟେମ୍ବର ୩୦ ତାରିଖରେ ତାଙ୍କୁ ଅତ୍ୟାଧୁନିକ କୃତ୍ରିମ ହାତ ଦୁଇଟି ଯୋଗାଇ ଦିଆଯାଇଛି । ତାଙ୍କୁ କୃତ୍ରିମ ହାତ ପ୍ରଦାନ କରାଯିବା ସମୟରେ ଓଡ଼ିଶା ମୋ ପରିବାର ଆବାହକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Previous Post

ଦଳୀୟ ନେତାଙ୍କୁ ନବୀନଙ୍କ ଟିପ୍ସ

Next Post

ଆଉ ୩ ମାସ ୫ କେଜି ମାଗଣା ଚାଉଳ

Next Post
ଆଉ ୩ ମାସ ୫ କେଜି ମାଗଣା ଚାଉଳ

ଆଉ ୩ ମାସ ୫ କେଜି ମାଗଣା ଚାଉଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA