Thursday, May 21, 2026 08:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୪,୧୭୩ କୋଟି ଟଙ୍କା ବ୍ୟୟରେ ୧୯ଟି ସଡ଼କ ପ୍ରକଳ୍ପର ଶୁଭାରମ୍ଭ

ଓଡିଶାରେ ନିତିନ ଗଡ଼କରୀ

by Our Correspondent
17 Apr, 2025- 10:08 PM
in Latest News, News
1 min read
0
୪,୧୭୩ କୋଟି ଟଙ୍କା ବ୍ୟୟରେ ୧୯ଟି ସଡ଼କ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର:  କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‍ଘାଟନ କରିଛନ୍ତି ।
ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ୮୪୫ କୋଟିରେ ଦୁଇଟି ସଡ଼କ ପ୍ରକଳ୍ପର ଲୋକାର୍ପଣ, ୩୩୩୨ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଭୂମିପୂଜନ କରାଯାଇଛି। 

କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତାବିତ ୧୩ ଟି ପ୍ରକଳ୍ପ ମଞ୍ଜୁର କରିଥିଲେ। ଏହି ପ୍ରକଳ୍ପ ଗୁଡ଼ିକର ମୁଲ୍ୟ ୯୦୨୩ କୋଟି ଟଙ୍କା।

ଏହି ପ୍ରକଳ୍ପ ଗୁଡ଼ିକ ହେଲା –

୧ – କନକତୋରା-ଝାରସୁଗୁଡା ରାସ୍ତା ୪ ଲେନ ବିଶିଷ୍ଟ ହେବ। ୬୮ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପାଇଁ ୨ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହା ଦ୍ୱାରା ଏହି ସଡ଼କରେ ୧୧ଟି ବ୍ଲାକ୍‍ ସ୍ପଟ୍‍ ଦୂର ହେବ। ଯାତ୍ରା ସମୟ ୩ ଘଣ୍ଟାରୁ କମି ୧ ଘଣ୍ଟା ହେବ।

୨ – ବଡରମା ବନ୍ୟଜୀବ କ୍ଷେତ୍ରରେ ୪ ଲେନ୍‍ ବିଶିଷ୍ଟ ରାସ୍ତା ହେବ । ୨୭ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୫୦ କୋଟି ଟଙ୍କା ବିନିଯୋଗ ହେବ।

୩ – ପୁରୀ-କୋଣାର୍କ ଲିଙ୍କ ରୋଡ଼ ୪ ଲେନ ବିଶିଷ୍ଟ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୦୦ କୋଟି ଟଙ୍କା ବିନିଯୋଗ ହେବ।

୪ – ଭଞ୍ଜପୁର-ତେଲବଣୀ ରାସ୍ତା ୪ ଲେନ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୫୧୦ କୋଟି ବିନିଯୋଗ ହେବ।

୫ – ମୋହନାରୁ – କୋରାପୁଟ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୦୨ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୫୨୬ କୋଟି ବିନିଯୋଗ ହେବ।

୬ – କୋଟାରୁ – ମୋଟୁ ପର୍ଯ୍ୟନ୍ତ ରାସ୍ତା ହେବ । ୧୮୬ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୬୦୦ କୋଟି ବିନିଯୋଗ ହେବ।

୭ – ଦେବଗଡ଼ – ଖେରାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୭୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୪୭୨ କୋଟି ବିନିଯୋଗ ହେବ।

୮ – ଅଙ୍ଗ ନଦୀ ଉପରେ ୨ ଲେନ ବିଶିଷ୍ଟ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୩୫୦ କୋଟି ବିନିଯୋଗ ହେବ।

୯ – ପୋଡମାରୀ – ମୋହନା ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୩୫୦ କୋଟି ଟଙ୍କା ବିନିଯୋଗ ହେବ।

୧୦ – କଳାହାଣ୍ଡି ଜିଲ୍ଲାରେ ତେଲ ନଦୀ ଉପରେ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୯୨ କୋଟି ଟଙ୍କା ବିନିଯୋଗ ହେବ।

୧୧ – ସୋନପୁରରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୮ କୋଟି ଟଙ୍କା ବିନିଯୋଗ ହେବ।

୧୨ – ଆସ୍କା ସହରରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୧୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୫ କୋଟି ଟଙ୍କା ବିନିଯୋଗ ହେବ।

୧୩ – କୋଲାବିରାରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୨୦ କୋଟି ଟଙ୍କା ବିନିଯୋଗ ହେବ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଶ୍ରୀ ଗଡକରୀ କହିଲେ ଯେ, ଓଡ଼ିଶାରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ସଡକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସେ କହିଥିଲେ ଯେ, ଓଡ଼ିଶାରେ ୬୦ ହଜାର କୋଟି ଟଙ୍କାର କାମ ସମ୍ପୂର୍ଣ୍ଣ ହୋଇସାରିଛି। ବର୍ତ୍ତମାନ ୬୦ ହଜାର କୋଟି ଟଙ୍କାର କାମ ଚାଲିଛି ଏବଂ ଅଳ୍ପ କିଛିଦିନ ମଧ୍ୟରେ ଆଉ ୭୫ ହଜାର କୋଟି ଟଙ୍କାର (Upcoming Projects) କାମ କରାଯିବ। ଆଗାମୀ ୨ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ ।

ସଭାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡ଼କ ଭିତ୍ତିଭୂମି ପାଣ୍ଠି (CRIF) ରୁ ଓଡ଼ିଶାକୁ ସଡ଼କ ଉନ୍ନତିକରଣ ପାଇଁ ୮୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ଶ୍ରୀ ଗଡକରୀ କହିଥିଲେ ଯେ, ଏହାକୁ ତୁରନ୍ତ ମଞ୍ଜୁର କରାଗଲା ଏବଂ ଏହା ସହିତ ତାଙ୍କ ନିଜ ସାଂସଦ ପାଣ୍ଠିରୁ ଆଉ ୨୦୦ କୋଟି ଟଙ୍କା ଦେବେ। ଏ ବାବଦରେ ଓଡ଼ିଶାକୁ ୧୦୦୦ କୋଟି ଟଙ୍କା ମିଳିବ ବୋଲି ସେ କହିଥିଲେ ।

ଏହା ସହିତ ଓଡ଼ିଶା ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ୮ ଟି ବାଇପାସ୍‍ ମଧ୍ୟ ମଞ୍ଜୁର କରିଥିଲେ। ଏହି ବାଇପାସ୍‍ ଗୁଡ଼ିକ ହେଲା ବ୍ରହ୍ମପୁର, ସମ୍ୱଲପୁର, ବଲାଙ୍ଗୀର, ନୟାଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, ଫୁଲବାଣୀ ଓ ରାୟଗଡ଼ା।

ସେ କହିଥିଲେ ଯେ, ଓଡ଼ିଶାରେ ନୂଆ ସରକାର ଆସିବା ପରେ, ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରେ ଓଡ଼ିଶାର ବିକାଶର ଗତିରେ ତ୍ୱରଣ ଆସିଛି। ଓଡ଼ିଶା ସରକାର ଓଡ଼ିଶାର ବିକାଶ ପାଇଁ ଯାହା ବି ପ୍ରସ୍ତାବ ଦେବେ, ତାହା ତୁରନ୍ତ ମଞ୍ଜୁର ହେବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ ଯେ, କୌଣସି ଅଞ୍ଚଳର ବିକାଶର ଦର୍ପଣ ହେଉଛି ଏହାର ରାସ୍ତା। ତେଣୁ ଆମେ ଓଡ଼ିଶା ବିକାଶ ପାଇଁ ଯେଉଁ ସଂକଳ୍ପ ନେଇଛୁ ସେଥିପାଇଁ ଆମେ ଆମର ସଡକ ଭିତ୍ତିଭୂମିକୁ ସୁଦୃଢ଼ କରିବୁ।

ସେ କହିଥିଲେ ଯେ, ପୁଞ୍ଜି ଆକର୍ଷଣରେ ଓଡ଼ିଶା ଅଭୁତପୂର୍ବ ସଫଳତା ହାସଲ କରିଛି। ଏହି ସବୁ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସୁଦୃଢ଼ ଭିତ୍ତିଭୂମି ଆବଶ୍ୟକ। ତେଣୁ ଭିତ୍ତିଭୂମି ଉପରେ ଗୁରୁତ୍ବାରୋପ କରାଯାଉଛି। ଓଡ଼ିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଗଠନ ପାଇଁ ବିଲ୍‍ ପାସ୍‍ କରାଯାଇଛି। ଆସନ୍ତା ୫ ବର୍ଷରେ ଓଡ଼ିଶାରେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସହରରୁ ପଞ୍ଚାୟତ ପର୍ଯ୍ୟନ୍ତ ସବୁ ରାସ୍ତାର ଉନ୍ନତିକରଣ କରାଯିବ।

ସେ କହିଲେ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଭରସା ଦେଇଛନ୍ତି ଯେ ଓଡିଶାର ସବୁ ପ୍ରସ୍ତାବକୁ ଗ୍ରହଣ କରାଯିବ। ତେଣୁ ଆମେ ଯେଉଁ ପ୍ରସ୍ତାବ ଦେଇଛୁ ତା ସହିତ ଆଗାମୀ ଦିନରେ ଆହୁରି ଅଧିକ ପ୍ରସ୍ତାବ ଅନୁଧ୍ୟାନ କରି ଦିଆଯିବ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ପୁର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ, ଗଣେଶ ରାମ ସିଂହ ଖୁଣ୍ଟିଆ, ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଅନ୍ୟ ସାଂସଦ ଓ ବିଧାୟକମାନେ ଯୋଗ ଦେଇଥିଲେ ।

Previous Post

ଆତ୍ମବିଶ୍ୱାସ ସହ ଜ୍ଞାନର ଅଦ୍ଭୁତ ସଂଯୋଗ ଥିଲେ ଡ. ମହତାବ: ଗଡକରୀ

Next Post

ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରିତା ନେଇ ଘରୋଇ ଡାକ୍ତରଖାନା ଫୋରମର ଅସନ୍ତୋଷ

Next Post
ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରିତା ନେଇ ଘରୋଇ ଡାକ୍ତରଖାନା ଫୋରମର ଅସନ୍ତୋଷ

ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରିତା ନେଇ ଘରୋଇ ଡାକ୍ତରଖାନା ଫୋରମର ଅସନ୍ତୋଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA