Monday, September 14, 2026 10:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨.୪୩ ଲକ୍ଷ କୋଟି ନିବେଶ ପ୍ରସ୍ତାବ

ୟୁଏଇରେ ପୁଞ୍ଜିନିବେଶ ଅଭିଯାନ ଶେଷ

by Our Correspondent
12 Sep, 2026- 06:39 PM
in Latest News, News
1 min read
0
୨.୪୩ ଲକ୍ଷ କୋଟି ନିବେଶ ପ୍ରସ୍ତାବ

ଭୁବନେଶ୍ୱର: ୟୁଏଇରେ ପୁଞ୍ଜିନିବେଶ ଅଭିଯାନ ଶେଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ସମୁଦାୟ ୨,୪୩,୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଥିବା ବେଳେ ରାଜ୍ୟରେ ୬,୧୮,୭୨୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆବୁଧାବୀ ଏବଂ ଦୁବାଇରେ ଅନୁଷ୍ଠିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ୫୨ ଟି ଓ୍ଵାନ୍-ଅନ୍-ଓ୍ଵାନ୍ ନିବେଶକ ବୈଠକ ଏବଂ ରାଉଣ୍ଡ ଟେବଲ୍ ଆଲୋଚନା ପରେ ୧୬ ଟି ବୁଝାମଣାପତ୍ର ଏବଂ ପୁଞ୍ଜିନିବେଶ ପ୍ରସ୍ତାବ ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୟୁଏଇ ନିବେଶକ, ବିଶ୍ୱସ୍ତରୀୟ ବ୍ୟବସାୟୀ, ସାର୍ବଭୌମ ତଥା ପ୍ରତିଷ୍ଠାନିକ ଅଂଶୀଦାର, ଭାରତୀୟ କୂଟନୈତିକ ପ୍ରତିନିଧି ଏବଂ ଓଡ଼ିଆ ପ୍ରବାସୀମାନେ ଏକାଠି ହୋଇଥିଲେ।

‘ଓଡ଼ିଶା ନିବେଶକ ସମ୍ମିଳନୀ – ୟୁଏଇ ୨୦୨୬’ରେ ପ୍ରାୟ ୪୦୦ ଜଣ ବିଜନେସ୍ ଲିଡର, ନିବେଶକ ଏବଂ ୟୁଏଇ ବିଜନେସ କମ୍ୟୁନିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ଏହାର ନିବେଶ ପ୍ରସ୍ତାବ ଉପସ୍ଥାପନ କରିବା ଏବଂ ବିଶ୍ୱବ୍ୟାପୀ ବ୍ୟବସାୟୀମାନଙ୍କୁ ରାଜ୍ୟରେ ସେମାନଙ୍କର ଉପସ୍ଥିତି ସ୍ଥାପନ କିମ୍ବା ସମ୍ପ୍ରସାରଣ କରିବା ପାଇଁ ସୁଯୋଗ ଦିଗରେ ସିଧାସଳଖ ମଞ୍ଚ ଯୋଗାଇ ଦେଇଥିଲା। ରୋଡ୍‌ ଶୋ’ ସହିତ ମୁଖ୍ୟମନ୍ତ୍ରୀ ୟୁଏଇର ଅଗ୍ରଣୀ ବିଜନେସ୍ ଲିଡର ଏବଂ ନିବେଶକମାନଙ୍କ ସହିତ ଓ୍ବାନ୍-ଟୁ-ଓ୍ବାନ୍ ବୈଠକ କରିଥିଲେ, ଯାହାକି ପ୍ରକଳ୍ପ ସୁଯୋଗ, ଉତ୍ପାଦନ ଭିତ୍ତିଭୂମି, ମୂଲ୍ୟବୃଦ୍ଧି, ଟେକ୍ନୋଲୋଜି ସହଭାଗିତା ଏବଂ ଓଡ଼ିଶାରେ ଦୀର୍ଘକାଳୀନ ନିବେଶ ଉପରେ କେନ୍ଦ୍ରିତ ଥିଲା।

ନିବେଶକ ବୈଠକ ପରେ ମୁଖ୍ୟମନ୍ତ୍ରୀ ଦୁବାଇରେ ରହୁଥିବା ଓଡ଼ିଆ ପ୍ରବାସୀମାନଙ୍କୁ ଭେଟିଥିଲେ। ୮୦୦ରୁ ଅଧିକ ଓଡ଼ିଆ ତାଙ୍କୁ ଏକ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ସମାବେଶରେ ଶାସ୍ତ୍ରୀୟ ଓଡ଼ିଶୀ ଏବଂ ପାରମ୍ପରିକ ଲୋକନୃତ୍ୟ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ପ୍ରଦର୍ଶିତ ହୋଇଥିଲା।

ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ଡ. ଦୀପକ ମିତ୍ତଲ, ଦୁବାଇରେ ଭାରତର କନସୁଲ୍ ଜେନେରାଲ୍ ଡ. ଇ. ବିଷ୍ଣୁ ବର୍ଦ୍ଧନ ରେଡ୍ଡୀ, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଇପିକଲର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ହୋଇଥିଲେ।

ତିନିଦିନିଆ ୟୁଏଇ ଅଭିଯାନ: ଏକ ନଜରରେ
ମୋଟ ଓ୍ବାନ୍-ଅନ-ଓ୍ବାନ୍ ବୈଠକ: ୪୬
ମୋଟ ରାଉଣ୍ଡ ଟେବୁଲ ବୈଠକ: ୬
ମୋଟ୍ ରାଉଣ୍ଡ ଟେବୁଲ ଅଂଶଗ୍ରହଣକାରୀ: ୧୬୦
ମୋଟ ସ୍ୱାକ୍ଷରିତ ବୁଝାମଣାପତ୍ର : ୮
ମୋଟ ପୁଞ୍ଜିନିବେଶ ପ୍ରସ୍ତାବ : ୧୬
ମୋଟ ପ୍ରସ୍ତାବିତ ପୁଞ୍ଜିନିବେଶ: ₹ ୨,୪୩,୧୬୨
କୋଟି ମୋଟ ନିଯୁକ୍ତି ସମ୍ଭାବନା: ୬,୧୮,୭୨୫

ପ୍ରାଥମିକ କ୍ଷେତ୍ରଗୁଡ଼ିକ: କ୍ରିଟିକାଲ୍ ମିନେରାଲ୍ସ ଏବଂ ରେୟାର ଆର୍ଥସ, ମେଟାଲ ଓ ମାଇନିଂ, ଆଲୁମିନିୟମ ଏବଂ ଷ୍ଟିଲ ଡାଉନଷ୍ଟ୍ରିମ ଶିଳ୍ପ; କେମିକାଲ୍ସ ଏବଂ ପେଟ୍ରୋ- କେମିକାଲ୍ସ; ଗ୍ରୀନ ଏନର୍ଜି; ଏଲ୍‌ଏନ୍‌ଜି (LNG); ଆଇ.ଟି. ଏବଂ ଇ.ଏସ୍.ଡି.ଏମ୍. (ESDM); ଏଆଇ ଏବଂ ଡାଟା ସେଣ୍ଟର; ଖାଦ୍ୟ ପ୍ରକ୍ରିୟାକରଣ; ଲଜିଷ୍ଟିକ୍ସ; ଭିତ୍ତିଭୂମି; ସ୍ୱାସ୍ଥ୍ୟସେବା; ପର୍ଯ୍ୟଟନ; ରିଅଲ୍ ଇଷ୍ଟେଟ୍; ସର୍କୁଲାର୍ ଇକୋନୋମି; ଜାହାଜ ମରାମତି; ସାର; ପ୍ରୋପେଲାଣ୍ଟ ଉତ୍ପାଦନ ଏବଂ ଅନ୍ୟାନ୍ୟ ଏମର୍ଜିଂ କ୍ଷେତ୍ର ୟୁଏଇ ଅଭିଯାନର ଏହି ସଫଳ ଉଦ୍‌ଯାପନ ଓଡ଼ିଶାର ବିଶ୍ୱସ୍ତରୀୟ ନିବେଶ ରଣନୀତିକୁ ଅଧିକ ଗତିଶୀଳ କରିବା ସହିତ ୟୁଏଇ ସହିତ ଏହାର ଅର୍ଥନୈତିକ ଭାଗିଦାରୀକୁ ସୁଦୃଢ଼ କରିଛି। ପାରମ୍ପରିକ ଶକ୍ତି ଏବଂ ନୂତନ ଯୁଗର କ୍ଷେତ୍ରଗୁଡ଼ିକରେ ନିବେଶ ସୁଯୋଗର ଏକ ବ୍ୟାପକ ସମ୍ଭାବନା ସହିତ, ରାଜ୍ୟ ନିଜକୁ ବିଶ୍ୱସ୍ତରୀୟ ପୁଞ୍ଜି, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ସମନ୍ୱୟ ପାଇଁ ଏକ ପ୍ରତିଯୋଗୀ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠା କରୁଛି।

ଓଡ଼ିଶା ସରକାର ବର୍ତ୍ତମାନ ନିବେଶ ଆଗ୍ରହ ଏବଂ ପ୍ରସ୍ତାବିତ ଭାଗିଦାରୀକୁ ତୃଣମୂଳସ୍ତରରେ ପ୍ରକଳ୍ପରେ ପରିଣତ କରିବା ଦିଗରେ ଧ୍ୟାନ ଦେବେ, ଯେଉଁଥିପାଇଁ କାର୍ଯ୍ୟାନ୍ୱୟନର ଗତି, ମୂଲ୍ୟ ସୃଷ୍ଟି, ନିଯୁକ୍ତି ସୃଷ୍ଟି ଏବଂ ସୁଦୃଢ଼ ଘରୋଇ ତଥା ବିଶ୍ୱସ୍ତରୀୟ ସଂଯୋଗ ଉପରେ ଗୁରୁତ୍ୱ ଦିଆଯିବ—ଯାହା ଏକ ସମୃଦ୍ଧ, ଶିଳ୍ପଗତ ଭାବେ ଶକ୍ତିଶାଳୀ ଏବଂ ବିଶ୍ୱ ସହିତ ସଂଯୁକ୍ତ ଓଡ଼ିଶାର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବ।

Previous Post

ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’

Next Post

ବ୍ରିକ୍ସ ସମ୍ମିଳନୀରେ ଚମକିଲା କୋରାପୁଟ କଫି

Next Post
ବ୍ରିକ୍ସ ସମ୍ମିଳନୀରେ ଚମକିଲା କୋରାପୁଟ କଫି

ବ୍ରିକ୍ସ ସମ୍ମିଳନୀରେ ଚମକିଲା କୋରାପୁଟ କଫି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA