Saturday, September 12, 2026 01:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’

ଯୋଗଦେଲେ ୪୦୦ ନିବେଶକ/ବ୍ୟବସାୟୀ

by Our Correspondent
11 Sep, 2026- 07:56 PM
in Latest News, News
1 min read
0
ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’

ଦୁବାଇ/ଭୁବନେଶ୍ୱର: ଆଜି ଦୁବାଇରେ ରୋଡ୍ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ୟୁଏଇ ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ସେଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ପ୍ରାୟ ୪୦୦ ଜଣ ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ନିବେଶ ଅନୁକୂଳ ପରିବେଶକୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏଲଏନଜି ଷ୍ଟୋରେଜ୍, ଗ୍ରୀନ୍ ଏନର୍ଜି, କୃତ୍ରିମ ବୁଦ୍ଧିମତ୍ତା ଡାଟା ସେଣ୍ଟର, ରେୟାର୍ ଆର୍ଥ୍, ଜାହାଜ ମରାମତି, ପ୍ରୋପେଲାଣ୍ଟ ଉତ୍ପାଦନ, ସାର ଓ ରସାୟନ, ହାଉସିଂ, ଷ୍ଟିଲ୍ ଓ ଡାଉନଷ୍ଟ୍ରିମ୍ ଶିଳ୍ପ ଭଳି କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆଲୋଚନା ହୋଇଥିଲା ।

ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ ସ୍ପିଡ୍, ସର୍ଟନିଟି ଆଣ୍ଡ ଏକ୍ଜିକ୍ୟୁସନ( ଶୀଘ୍ର, ନିଶ୍ଚିତତା ଓ କାର୍ଯ୍ୟାନ୍ୱୟନ) ନୀତି ଉପରେ ଗୁରୁତ୍ୱ ଦେଇ ନିବେଶକମାନଙ୍କୁ ପ୍ରକଳ୍ପର ପ୍ରତ୍ୟେକ ପର୍ଯ୍ୟାୟରେ ସରକାରୀ ସହଯୋଗର ଆଶ୍ୱାସନ ଦେଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଭାରତୀୟ କୂଟନୈତିକ ପ୍ରତିନିଧି ଓ ୟୁଏଇର ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିଲେ । ଦୁବାଇ ରୋଡ୍‌ଶୋ ଓଡ଼ିଶା-ୟୁଏଇ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ରାଜ୍ୟରେ ପୁଞ୍ଜି, ପ୍ରଯୁକ୍ତି, ଶିଳ୍ପ ଓ ନିଯୁକ୍ତି ସୃଷ୍ଟି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ।

ବିଏମଆର ସଂଘ ଏବଂ ଜେଏସଡବ୍ଲୁ ଗ୍ରୁପ୍ ସହ ଶିଳ୍ପ ପ୍ରତିନିଧିମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଏକ ରାଉଣ୍ଡଟେବୁଲ୍ ଆଲୋଚନା କରିଥିଲେ। ଆଲୋଚନାରେ ମେଟାଲ୍ ରିସାଇକ୍ଲିଂ, ସର୍କୁଲାର ଇକୋନୋମି, ରିସୋର୍ସ ଏଫିସିଏନ୍ସି ଓ ଭାଲ୍ୟୁ-ଆଡେଡ୍ ମାନୁଫାକ୍ଚରିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ବିକଶିତ ମେଟାଲ୍ ଓ ମାନୁଫାକ୍ଚରିଂ ଇକୋସିଷ୍ଟମ୍‌କୁ ଆଧାର କରି ରିସାଇକ୍ଲିଂ, ସେକେଣ୍ଡାରୀ ମେଟାଲ୍ ଓ ସର୍କୁଲାର ଇଣ୍ଡଷ୍ଟ୍ରିରେ ନିବେଶ ଓ ପ୍ରଯୁକ୍ତି ସହଯୋଗ ପାଇଁ ଶିଳ୍ପପତିମାନଙ୍କୁ ଓଡ଼ିଶା ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି।

ଓଡ଼ିଶାର ଶିଳ୍ପ ବିକାଶ, ବୈଦେଶିକ ନିବେଶ ଓ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ୟୁଏଇରେ ନିବେଶକ, ଶିଳ୍ପପତି ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ସହ ଆଲୋଚନା ହୋଇଛି । ୟୁଏଇରୁ ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ସହ ବାଣିଜ୍ୟ, ଶିଳ୍ପ, ରୋଜଗାର ଓ ଭିତ୍ତିଭୂମି ବିକାଶକୁ ନୂଆ ଗତି ଦେବା ଆମର ଲକ୍ଷ୍ୟ। ଏହି ଆଲୋଚନା ଓ ନିବେଶକଙ୍କ ବଢ଼ୁଥିବା ଆଗ୍ରହ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ ହବ୍ ଭାବେ ଗଢ଼ିତୋଳିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣରେ ଓଡ଼ିଶାକୁ ଦେଶର ଏକ ଶକ୍ତିଶାଳୀ ଅର୍ଥନୈତିକ ଓ ଶିଳ୍ପ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ଆମର ଏହି ନିବେଶ ଅଭିଯାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁବାଇରେ ‘ୱାନ୍ ଡିଷ୍ଟ୍ରିକ୍ଟ, ୱାନ୍ ପ୍ରଡକ୍ଟ’ ଗ୍ୟାଲେରୀ ଉଦ୍‌ଘାଟନ କରିଥିଲେ । ଗ୍ୟାଲେରୀରେ ଓଡିଶାର ବିଭିନ୍ନ ଜିଲ୍ଲାର ସ୍ୱତନ୍ତ୍ର କଳା ଓ ହସ୍ତଶିଳ୍ପ ସ୍ଥାନ ପାଇଛି। ଏଥିରେ ସମ୍ବଲପୁରୀ ଶାଢ଼ି, କଟକର ମଣିଆବନ୍ଧା ହସ୍ତତନ୍ତ, କଟକର ରୂପା ତାରକସୀ, ରାୟଗଡ଼ାର ଡୋଙ୍ଗରିଆ ଶାଲ, କେନ୍ଦୁଝରର ଟେରାକୋଟା ମୂର୍ତ୍ତି, ବାଲେଶ୍ୱରର ବ୍ଲାକ୍ ଗ୍ରାନାଇଟ୍ ଆଧୁନିକ ମୂର୍ତ୍ତି ଏବଂ ପୁରୀର ପଟ୍ଟଚିତ୍ର ଓ ତାଳପତ୍ର ଖୋଦେଇ କଳା ପ୍ରଦର୍ଶିତ ହୋଇଛି।

ମୁଖ୍ୟମନ୍ତ୍ରୀ ଦୁବାଇର ଜେବେଲ ଅଲୀ ସ୍ଥିତ ଏମିରେଟ୍ସ ଗ୍ଲୋବାଲ ଆଲୁମିନିୟମ୍ ର ଉତ୍ପାଦନ କାରଖାନା ପରିଦର୍ଶନ କରି ଅତ୍ୟାଧୁନିକ ଆଲୁମିନିୟମ୍ ଉତ୍ପାଦନ ପ୍ରଯୁକ୍ତି ଏବଂ ବିଶ୍ୱସ୍ତରୀୟ ଶିଳ୍ପ ପ୍ରଚଳନ ସମ୍ପର୍କରେ ଅବଗତ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟେକ୍ନୋଲୋଜି ଲାଇସେନ୍ସ ଭାଗିଦାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଭାଗିଦାରିତା ଆଲୁମିନିୟମ୍ ଶିଳ୍ପର ଆଧୁନିକୀକରଣ, ଉତ୍ପାଦନ କ୍ଷମତା ବୃଦ୍ଧି, କମ୍ କାର୍ବନ୍ ନିର୍ଗମନ ସହ ଉତ୍ପାଦନ ଏବଂ ଅଧିକ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତିକୁ ସହାୟତା କରିବ।

ସୂଚନାଥାଉକି,ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ୫ଟି ଏମଓୟୁ ଏବଂ ୮ଟି ନିବେଶ ଇଚ୍ଛାପତ୍ର ସ୍ୱାକ୍ଷରିତ ହୋଇଥିଲା, ଯାହା ମିଳିତ ଭାବରେ ୮,୪୧୭ କୋଟି ଟଙ୍କାର ନିବେଶ ସମ୍ଭାବନା ଏବଂ ୧୪,୩୧୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର କ୍ଷମତା ରଖିଛି। ଏହି ନିବେଶ ଗୁଡ଼ିକ ମଧ୍ୟରେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଆଇଟି-ସକ୍ଷମ ସେବା, ରିଅଲ୍ ଏଷ୍ଟେଟ୍, ଲଜିଷ୍ଟିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ ଏବଂ ଷ୍ଟିଲ ଡାଉନଷ୍ଟ୍ରିମ୍, ରେୟାର ଆର୍ଥସ୍, କେମିକାଲ୍ସ, ଆଲୁମିନିୟମ୍ ଏବଂ ସର୍କୁଲାର ଇକୋନୋମି ଭଳି ବିଭିନ୍ନ କ୍ଷେତ୍ର ରହିଛି।

Previous Post

କିଏ ତାଡ଼ିଲା ବିଜୁବାବୁଙ୍କ ପ୍ରତିମୂର୍ତ୍ତି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA