ଭୁବନେଶ୍ୱର: ଓଡ଼ିଶାର ଦୁଇ ସହିଦ ଏସଓଜି କମାଣ୍ଡୋଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ ମିଳିଛି । ସେମାନେ ହେଲେ କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀ । ଏମାନଙ୍କ ସାହସିକତା ଓ ବୀରତ୍ୱ ପାଇଁ ଶୌର୍ଯ୍ୟ ଚକ୍ର ସମ୍ମାନ ଦିଆଯାଇଛି । ୨୦୨୦ ସେପ୍ଟେମ୍ବର ୯ ରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଏହି ଦୁଇ କମାଣ୍ଡୋ ସହିଦ ହୋଇଥିଲେ । କଳାହାଣ୍ଡି ଜିଲ୍ଲା ସିକ୍ରି ଗାଁ ନିକଟ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା ।