Wednesday, August 26, 2026 04:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଛାତ୍ରଛାତ୍ରୀମାନେ ଦୁର୍ବଳ ବର୍ଗ ପ୍ରତି ସକାରାତ୍ମକ ଭାବନା ରଖନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ ଉତ୍ସବ

by Our Correspondent
14 Aug, 2021- 08:43 PM
in Latest News, News
1 min read
0
ଛାତ୍ରଛାତ୍ରୀମାନେ ଦୁର୍ବଳ ବର୍ଗ ପ୍ରତି ସକାରାତ୍ମକ ଭାବନା ରଖନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷା ଓ ଗବେଷଣାର ଧାରା ବଜାୟ ରଖି ଭାରତକୁ ବିଶ୍ୱସ୍ତରରେ ଜ୍ଞାନ ଅର୍ଥନୀତିରେ ଶୀର୍ଷ ପହଞ୍ଚାଇବା ଦିଗରେ କିଟ୍‍ ବିଶ୍ୱବିଦ୍ୟାଳୟର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶନିବାର କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ କହିଛନ୍ତି, ତୁମେମାନେ ଯେଉଁ ସବୁ ଜ୍ଞାନ ଆହରଣ କରିଛ, ତାହା ତୁମର ଭବିଷ୍ୟତ ନିର୍ମାଣ କରିବାରେ ସହାୟକ ହେବ। ତୁମେମାନେ ଉତ୍କୃଷ୍ଟତା ଲାଗି ପ୍ରୟାସ ଜାରି ରଖିଥିବା ବେଳେ ମୋର ଆଶା ଏହି ଉତ୍କର୍ଷତା ନେଇ ତୁମେମାନେ ଯେଉଁ ସଫଳତା ହାସଲ କରିବ ତାହା ସମାଜର ଦୁର୍ବଳ ବର୍ଗର ବ୍ୟକ୍ତିଙ୍କ ପାଇଁ ସକାରାତ୍ମକ ପ୍ରଭାବ ପକାଇବ। ସଂପ୍ରତି ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି -୨୦୨୦ ଜରିଆରେ ଭାରତରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। 

ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟଳୟ ପକ୍ଷରୁ ବିଶିଷ୍ଟ ଆଧ୍ୟାତ୍ମିକ ସାଧ୍ୱୀ ମାତା ଅମୃତାନନ୍ଦମୟୀ ଦେବୀ (ଆମ୍ମା)ଙ୍କୁ ସମ୍ମାନସୂଚକ ଡିଲିଟ୍‍ ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ‘ଏନାମ୍‍ ଗ୍ରୁପ୍‍ ଏବଂ ଦେଶ ଆପନାଏଁ ସହଯୋଗ ଫାଉଣ୍ଡେସନ୍‍’ର ପ୍ରତିଷ୍ଠାତା ତଥା ଫ୍ଲେମ୍‍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ନିର୍ଦ୍ଦେଶକ ବଲ୍ଲଭ ଭନଶାଲି ଓ ଫ୍ରାନସର ବିଶିଷ୍ଟ ରସାୟନ ନୋବେଲ୍‍ ବିଜେତା ପଫେସର ଜିନ୍‍ ମାରି ଲେନଙ୍କୁ ମଧ୍ୟ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଥିଲା ।

ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ଗ୍ରହଣ କରି ମାତା ଅମୃତାନନ୍ଦମୟୀ କହିଲେ, ପରବର୍ତ୍ତୀ ପିଢ଼ି ପାଇଁ ଶିକ୍ଷା ଜରିଆରେ ମାନବିକ ମୂଲ୍ୟବୋଧ ତିଆରି କରିବା ହେଉଛି ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟ ସକାଶେ ଆମ୍ମା ଶ୍ରୀ ସାମନ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସେହିପରି ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ଗ୍ରହଣ କରି ଶ୍ରୀ ଭନଶାଲି କହିଲେ, ଅଚ୍ୟୁତ ସାମନ୍ତ ସହାନୁଭୂତି, ପ୍ରତିବଦ୍ଧତା ଓ ସଫଳତାର ଶୀର୍ଷ ସ୍ଥାନ ଗ୍ରହଣ କରିଛନ୍ତି । କୃତଜ୍ଞତାଠାରୁ ଉଚ୍ଚ କୌଣସି ମାନବିକ ପ୍ରକୃତି ନାହିଁ ବୋଲି କହିବା ସହ ଛାତ୍ରଛାତ୍ରୀମାନେ ଏହି ଧର୍ମ ଅନୁସରଣ କରିବାକୁ ସେ ପରାମର୍ଶ ଦେଇଥିଲେ । ସମ୍ମାନସୂଚକ ଡକ୍ଟୋରେଟ୍‍ ଗ୍ରହଣ କରି ଉତ୍ତରରେ ଡ. ଲେନ୍‍ କିଟ୍‍ ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କରୋନା ମହାମାରୀ ସତ୍ତ୍ୱେ କିଟ୍‍ ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିଛନ୍ତି। ଏହି ଅବସରରେ ଶ୍ରୀ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। କୁଳାଧିପତି ପ୍ରଫେସର ବେଦ ପ୍ରକାଶ କହିଲେ କେନ୍ଦ୍ର ସରକାର କିଟକୁ ଏକ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନସ ଭାବେ ଚୟନ କରିଛନ୍ତି। ଏହା ଦ୍ୱାରା କିଟ୍‍ ଦେଶର କେତେକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଦୃତ ହୋଇଛି। ଉପକୁଳାଧିପତି ପ୍ରଫେସର ଡ. ସୁବ୍ରତ ଆଚାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଲେ, କିଟର ଅନନ୍ୟ ଲକ୍ଷ୍ୟ ହେଉଛି ଶିକ୍ଷା ଜରିଆରେ ଦାରିଦ୍ର୍ୟ ଦୂରିକରଣ। ଛାତ୍ରଛାତ୍ରୀମାନେ ଏହା ଉପରେ ଗୁରୁତ୍ୱ ଦେବା ଉଚିତ। କାର୍ଯ୍ୟକ୍ରମରେ କୁଳପତି ଦାୟିତ୍ୱରେ ଥିବା ପ୍ରଫେସର ସସ୍ମିତା ସାମନ୍ତ ବାର୍ଷିକ ବିବରଣୀ ପାଠ କରିବା ସହ କିଟର ବିଶ୍ୱସ୍ତରୀୟ ରାଙ୍କ ସଂପର୍କରେ ସୂଚନା ଦେଇଥିବା ବେଳେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ସମାବର୍ତ୍ତନ ଉତ୍ସବରେ କିଟ୍‍ ବିଶ୍ୱବିଦ୍ୟାଳୟର ୨୦୨୦-୨୧ ବ୍ୟାଚର ମୋଟ ୭୦୩୨ ଛାତ୍ରଛାତ୍ରୀଙ୍କୁ ଭର୍ଚୁଆଲ୍‍ ମୋଡରେ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୁଷ କୁମାର, ବାସେଲ୍‍ ନାସର ଏବଂ ସୁଧାଂଶୁ ଉପାଧ୍ୟାୟଙ୍କୁ ଚଳିତବର୍ଷର ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ୨୨ଜଣ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ୩୧ଜଣଙ୍କୁ କୁଳପତି ରୌପ୍ୟପଦକ ପ୍ରଦାନ କରାଯାଇଥିଲା। ନନୀବାଳା ସ୍ୱର୍ଣ୍ଣପଦକ, ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣ ପଦକ, ପି. କେ. ବଳ ସ୍ମାରକୀ ସ୍ୱର୍ଣ୍ଣପଦକ, ପିପିଏଲ୍‍ ସ୍ୱର୍ଣ୍ଣପଦକ ଦିଆଯାଇଥିବା ବେଳେ ୬୧ଜଣ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡ଼ି୍ ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା।

କରୋନା କଟକଣା ମଧ୍ୟରେ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ୍‍ ମୋଡରେ ଅନୁଷ୍ଠିତ ହୋଇଥିଲା।

Previous Post

ଏସିଏଫ୍ ସୌମ୍ୟ ମୃତ୍ୟୁର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

Next Post

ଓଡ଼ିଶାର ୨ ସହିଦ କମାଣ୍ଡୋଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ

Next Post
ଓଡ଼ିଶାର ୨ ସହିଦ କମାଣ୍ଡୋଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ

ଓଡ଼ିଶାର ୨ ସହିଦ କମାଣ୍ଡୋଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA