Thursday, October 1, 2026 07:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାରେ ଓମିକ୍ରନ୍, ୨ ଆକ୍ରାନ୍ତ ଚିହ୍ନଟ

by Our Correspondent
21 Dec, 2021- 12:00 PM
in Health, Latest News, News
1 min read
0
ଓଡ଼ିଶାରେ ଓମିକ୍ରନ୍, ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା, ତାହା ସତ ହେଲା । ଓଡ଼ିଶାରେ ପଶିଛି କରୋନାର ଓମିକ୍ରନ୍ତ ଭାରିଏଣ୍ଟ । ଦୁଇଜଣ ବିଦେଶୀ ଫେରନ୍ତା ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନସ୍(ଆଇଏଲଏସ୍) ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଫେରନ୍ତା ଏବଂ ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ଅନ୍ୟଜଣଙ୍କ କତାର ଫେରନ୍ତା ଏବଂ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ । ଉଭୟ ଆଇସୋଲେସନ୍ ରେ ଅଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ।

ଗତ ସପ୍ତାହରେ ବିଦେଶରୁ ଓଡ଼ିଶା ଫେରିଥିବା ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଇଏଲସିରେ ଜିନମ୍ ସିକ୍ୱେଏନ୍ସିଂରୁ ସଂପୃକ୍ତ ଦୁଇଜଣଙ୍କଠାରେ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଛନ୍ତି । ନାଇଜେରିଆ ଫେରନ୍ତା ବ୍ୟକ୍ତିଜଣଙ୍କ ବିଦେଶରୁ ଫେରିବା ପରେ କଟକ ଦୋଳମୁଣ୍ଡାଇ ଅଞ୍ଚଳର ଏକ ହୋଟେଲରେ ଆଇସୋଲେସନ୍ ରେ ରହିଥିଲେ । ୫ ଦିନ ତଳେ ତାଙ୍କର ପଜିଟିଭ୍ ରିପୋର୍ଟ ଆସିବା ପରେ ଚିକିତ୍ସା ପାଇଁ ଅଶ୍ୱିନୀ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ଇତିମଧ୍ୟରେ ସେ ସୁସ୍ଥ ହୋଇସାରିଥିବା ଜଣାପଡ଼ିଛି ।

ଆଶ୍ୱସ୍ତିର କଥା ଯେ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଇତିମଧ୍ୟରେ କୋଭିଡ୍ ଟେଷ୍ଟ ହୋଇସାରିଛି ଏବଂ ସମସ୍ତଙ୍କର ନେଗେଟିଭ୍ ରିପୋର୍ଟ ଆସିଛି । ଏପରିକି ଦୋଳମୁଣ୍ଡାଇସ୍ଥିତ ହୋଟେଲରେ ଏକାଠି ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ ଏବଂ ହୋଟେଲ କର୍ମଚାରୀମାନେ ମଧ୍ୟ ସଂକ୍ରମିତ ହୋଇନାହାନ୍ତି ।

ଅନ୍ୟପକ୍ଷରେ ଓମିକ୍ରନ୍ ଆକ୍ରାନ୍ତ କତାର ଫେରନ୍ତାଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ତାଙ୍କର ସ୍ଥାସ୍ଥ୍ୟାବସ୍ଥା କିନ୍ତୁ ଭଲ ଥିବା ଜଣାପଡ଼ିଛି ।

ଇତିମଧ୍ୟରେ ଦେଶରେ ଓମିକ୍ରନ୍ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ଆଜିସୁଦ୍ଧା ୨୦୦ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଲେଣି । ଓମିକ୍ରନ୍ ର ପ୍ରଭାବ ସେଭଳି ଗୁରୁତର ନ ଥିବା ବିଶେଷଜ୍ଞମାନେ କହୁଥିଲେ ମଧ୍ୟ ସଂକ୍ରମଣ ହାରକୁ ନେଇ ଚିନ୍ତା ବଢ଼ଇଛି । ସଂକ୍ରମଣ ସଂଖ୍ୟା ଦୁଇ ତିନି ଦିନରେ ଦ୍ୱିଗୁଣିତ ହେଉଛି । ଜନଗହଳିକୁ ଏଡ଼ାଇବା ସହ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କଲେ ଯାଇ ନିଜକୁ ସୁରକ୍ଷିତ ରଖାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Previous Post

ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ଉଦଘାଟିତ

Next Post

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଘର ମରାମତି ପାଇଁ ମିଳିବ ସହାୟତା

Next Post
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଘର ମରାମତି ପାଇଁ ମିଳିବ ସହାୟତା

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଘର ମରାମତି ପାଇଁ ମିଳିବ ସହାୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA