Saturday, June 27, 2026 11:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗାଁ ଗାଁରେ ରହିବେ ବିପର୍ଯ୍ୟୟ ଯୋଦ୍ଧା

ବିପର୍ଯ୍ୟୟ ପରିଚାଳନା ପାଇଁ ୨୦୦୦ କୋଟି

by Our Correspondent
29 Oct, 2023- 08:17 PM
in Latest News, News
1 min read
0
ଗାଁ ଗାଁରେ ରହିବେ ବିପର୍ଯ୍ୟୟ ଯୋଦ୍ଧା

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକାର ଆଉ ଦୁଇପାଦ ଆଗକୁ ଯାଇଛନ୍ତି । ଏଣିକି ପ୍ରତି ଗାଁରେ ୧୦ ଜଣ ଲେଖାଏଁ ଯୁବକଙ୍କୁ ବିପର୍ଯ୍ୟୟ ଯୋଦ୍ଧା ଭାବେ ଗଢ଼ାଯିବ । ରେଡକ୍ରସ୍ ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯାଇ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରଖାଯିବ । ୩ ହଜାର ପଞ୍ଚାୟତରେ ବିପର୍ଯ୍ୟୟ ଯୋଦ୍ଧା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିପର୍ଯ୍ୟୟ ପରିଚାଳନାରେ ଏଭଳି ଭିତ୍ତିଭୂମି ସୃଷ୍ଟି ପାଇଁ ୨ ହଜାର କୋଟିର ବଜେଟ୍ କରାଯାଇଛି ।

୧୯୯୯ ମହାବାତ୍ୟାର ଆଜି ସ୍ମରଣୀୟ ଦିନ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିର ଦିନକୁ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଉଛି । ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ । ଆମର ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା ପ୍ରୟାସକୁ ସବୁ ସ୍ତରରେ ବ୍ୟାପକ ପ୍ରଶଂସା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୃଷ୍ଟି ପାଇଁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ ବାହାନଗା ରେଳ ଦୁର୍ଘଟଣାର ଉଦାହରଣ ଦେଇ କହିଥିଲେ ଯେ ଏଥିରେ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଯାତ୍ରୀ ଆହତ ହୋଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ଜରୁରୀକାଳୀନ ସେବା ପ୍ରଦାନ କରାଯାଇଥିଲା । ଗୁରୁତର ଆହତମାନଙ୍କୁ ଚିକିତ୍ସା ସୁବିଧା ଦିଆଯାଇ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଯାଇ ପାରିଥିଲା । ସ୍ଥାନୀୟ ଜନସାଧାରଣ, ସ୍ୱେଚ୍ଛାସେବୀ, ପଞ୍ଚାୟତିରାଜ ସଦସ୍ୟ, ଓଡ୍ରାଫ, ଅଗ୍ନିଶମ ସେବା, ଏନଡିଆରଏଫ ଏବଂ ଡାକ୍ତରମାନଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇଥିଲା ।

ଯେ କୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାୟଗଡ଼ାରେ ୪ଟି ଆଞ୍ଚଳିକ ବିପର୍ଯ୍ୟୟ ମୁକାବିଲା କେନ୍ଦ୍ର ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ଚଳିତ ବର୍ଷ ‘ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ’ର ବିଷୟବସ୍ତୁ ହେଉଛି ‘ସଶକ୍ତ ଗୋଷ୍ଠୀ ,ସୁରକ୍ଷିତ ଓଡ଼ିଶା ‘। ଯେକୌଣସି ବିପର୍ଯ୍ୟୟ ପରିସ୍ଥିତିରେ ଆମର ଗୋଷ୍ଠୀ  ହିଁ ପ୍ରଥମ ଉଦ୍ଧାରକାରୀ । ପଞ୍ଚାୟତିରାଜ ଅନୁଷ୍ଠାନ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି । ଗୋଷ୍ଠୀ ସମୂହକୁ  ଶକ୍ତିଶାଳୀ କରିବା ପାଇଁ ୧୦ ହଜାରରୁ ଅଧିକ ସମ୍ବେଦନଶୀଳ ଗ୍ରାମରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯିବ ।

ସୁଦୃଢ଼ ଭିତ୍ତିଭୂମିକୁ ସରକାର ଅଗ୍ରାଧିକାର  ଦେଉଛନ୍ତି । ବିପର୍ଯ୍ୟୟ ପରିଚାଳନା ଉଦ୍ଦେଶ୍ୟରେ ଭିତ୍ତିଭୂମି ସୃଷ୍ଟି ପାଇଁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବା ସହ   ବିଭିନ୍ନ ବିପର୍ଯ୍ୟୟ ପାଇଁ ରାଜ୍ୟବ୍ୟାପୀ ରିସ୍କ ମ୍ୟାପିଂ କରାଯିବ ବୋଲି ମୁଖ୍ୟମନ୍ତ୍ରୀ  କହିବା ସହ  ଆମର ବିପର୍ଯ୍ୟୟ ପରିଚାଳନା ପଦକ୍ଷେପକୁ ସୁଦୃଢ଼ ଏବଂ ଓଡ଼ିଶାକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ  ସମସ୍ତଙ୍କୁ  ମୁଖ୍ୟମନ୍ତ୍ରୀ ଆହ୍ଵାନ ଜଣାଇଥିଲେ ।

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି  କହିଥିଲେ  ଯେ, ୨୯ ଅକ୍ଟୋବର ଦିନଟି ଓଡ଼ିଶା ବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ୧୯୯୯ ମସିହା ଏହି ଦିନରେ ଘଟିଥିବା  ପ୍ରଳୟଙ୍କରୀ ମହାବାତ୍ୟାରୁ ଆମେ କିପରି ଆଗାମୀ ଦିନରେ  ବିପର୍ଯ୍ୟୟକୁ  ସଫଳତାର ସହ ମୁକାବିଲା କରିପାରିବୁ , ସେଥିପାଇଁ ସଙ୍କଳ୍ପବଦ୍ଧ ହୋଇଥିଲୁ । ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ନିର୍ମାଣ, ନଦୀ ଓଲୁଣାବନ୍ଧଗୁଡିକର ସୁଦୃଢୀକରଣ, ରାଜ୍ୟରେ ବିପର୍ଯ୍ୟୟ ପ୍ରାକ ସୂଚନା ବ୍ୟବସ୍ଥାରେ ଉନ୍ନତି , ଓଡ୍ରାଫ ଓ ଅଗ୍ନିଶମ ବାହିନୀମାନଙ୍କର ଦକ୍ଷତା ବୃଦ୍ଧି , ରାଜ୍ୟରୁ ଆରମ୍ଭକରି ଗ୍ରାମ୍ୟସ୍ତର ପର୍ଯ୍ୟନ୍ତ  ବିପର୍ଯ୍ୟୟପରିଚାଳନା ଯୋଜନା ପ୍ରସ୍ତୁତି, ଗୋଷ୍ଠୀସ୍ତରୀୟ  ସ୍ଵେଚ୍ଛାସେବୀମାନଙ୍କର ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି , ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ବିପର୍ଯ୍ୟୟ  ପରିଚାଳନା ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରିବା , ସବୁସ୍ତରରେ ବିପର୍ଯ୍ୟୟ  ସଚେତନତା ଓ ଦକ୍ଷତା ବୃଦ୍ଧି, ବିଭିନ୍ନ ବିପର୍ଯ୍ୟୟ  ପାଇଁ ନିୟମିତ ମକ ଡ୍ରିଲ,  ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ୨୪ ଘଣ୍ଟିଆ ଜରୁରୀକାଳୀନ ପରିଚାଳନା କକ୍ଷଗୁଡିକରକାର୍ଯ୍ୟକ୍ଷମ ରହିବା, ବିପର୍ଯ୍ୟୟ କ୍ଷତିଗ୍ରସ୍ତଙ୍କୁ ସମୟମୁତାବକ ତ୍ୱରିତ ସହାୟତା ପ୍ରଦାନ ଇତ୍ୟାଦି ଓଡ଼ିଶାର ବିପର୍ଯ୍ୟୟ  ପରିଚାଳନା କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା  ୧୯୯୯ ମହାବାତ୍ୟା ଓ ପରବର୍ତ୍ତୀ ବିଭିନ୍ନ ସମୟରେ ସଂଘଟିତ ବାତ୍ୟାଅନୁଭୁତିରୁ ଶିକ୍ଷାଲାଭ କରି ଆଜି ଓଡ଼ିଶା କିପରି ଏହାର ବିପର୍ଯ୍ୟୟପରିଚାଳନା ଭିତ୍ତିଭୂମିସୁଦୃଢ ଓ ସଂସ୍ଥାଗତ କ୍ଷମତା ବୃଦ୍ଧି  କରିପାରିଛି , ସେ ସମ୍ପର୍କରେ ଆଲୋକପାତ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଉକ୍ତି ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଆଧାରରେ ରାଜ୍ୟ ସରକାର ଜିରୋ କାଜୁଆଲିଟିକୁ   ଗୁରୁତ୍ୱ ଦେଇ ବିପର୍ଯ୍ୟୟ ମୁକାବିଲାରେ ଆଶାଜନକ ସଫଳତା ହାସଲ କରିଥିବା ସେ କହିଥିଲେ । 

ରାଜସ୍ୱ  ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଲେ ଯେ, ବିପର୍ଯ୍ୟୟ ପରିଚାଳନା ରୂପରେଖରେ ବ୍ୟାପକ ପରିବର୍ତ୍ତନ ହୋଇଛି । ସରକାର ବର୍ତ୍ତମାନ ବନ୍ୟା , ବାତ୍ୟା ମୁକାବିଲା ସହିତ ବଜ୍ରପାତ, ସାପକାମୁଡ଼ା , ପାଣିରେ ବୁଡ଼ି ମରିବାସଂଖ୍ୟା ହ୍ରାସ କରିବା ପାଇଁ ଉଦ୍ୟମ କରୁଛନ୍ତି । ସୁନାମୀ ପ୍ରଭାବ ହ୍ରାସ ପାଇଁ  ହେନ୍ତାଳ ବନର  ସୁରକ୍ଷା ଓ ବ୍ୟାପକତା, ବଜ୍ରପାତ ପ୍ରଭାବ ହ୍ରାସ ପାଇଁ ତାଳ ବୃକ୍ଷ ଚାରା ରୋପଣ ଆଦି ଉପରେ ଗୁରୁତ୍ୱ ଦିଆଯାଉଥିବା ସମର୍କରେ ସେ ଗୁରୁତ୍ୱାରୋପ କରିଥିଲେ ।

ବିଶ୍ଵବ୍ୟାଙ୍କ, ଭାରତ ଶାଖାର ନିର୍ଦ୍ଦେଶକ ଅଗସ୍ତେ ଟାନୋ କୌଆମେ   ଯୋଗଦେଇ ବିପର୍ଯ୍ୟୟ  ପରିଚାଳନା କ୍ଷେତ୍ରରେ ରାଜ୍ୟସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି  ଓଡିଶାରେ ବିପର୍ଯ୍ୟୟ ମୁକାବିଲା ପାଇଁଭିତ୍ତିଭୂମି ବିକାଶ ସହିତ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବିଶ୍ୱବ୍ୟାଙ୍କ ସବୁବେଳେ ଓଡିଶାକୁ ସହଯୋଗ ଦେଇଆସୁଥିବା ପ୍ରକାଶ କରିଥିଲେ  ।

ଓଏସଡିଏମଏର ପରିଚାଳନା ନିର୍ଦ୍ଦେଶକ ଜ୍ଞାନ ଦାସ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । 

ଏହି ଉପଲକ୍ଷେ ରାଜ୍ୟସ୍ତରୀୟ  ପ୍ରାଥମିକ ସହାୟତା ଏବଂ ସନ୍ଧାନ ଓ ଉଦ୍ଧାର ପ୍ରତିଯୋଗିତାରେ ବିଜେତା ଟାସ୍କଫୋର୍ସ ମାନଙ୍କୁ, ୨୦୨୩ ମସିହା ପାଇଁ ବିବେଚିତ ହୋଇଥିବା ଶ୍ରେଷ୍ଠ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ଶ୍ରେଷ୍ଠ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳର ପ୍ରତିନିଧି, ରେଡକ୍ରସ ଓଡିଶା ଶାଖା ଦ୍ୱାରା ପରିଚାଳିତ ଶ୍ରେଷ୍ଠ ଆଶ୍ରୟସ୍ଥଳର ପ୍ରତିନିଧି, ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ପାଇଁ ବିବେଚିତ ହୋଇଥିବା ଶ୍ରେଷ୍ଠ ଜିଲ୍ଲା, ପଂଚାୟତ ସମିତି,ଗ୍ରାମ ପଂଚାୟତ, ପୌରାଂଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା । 

ଓସଡମା ତରଫରୁ  ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କିତ ଏକ ପ୍ରଦର୍ଶନୀ  ଆୟୋଜନ କରାଯାଇଥିଲା । ଏଥିରେ ଓସଡମା ସମେତ ବିଦ୍ୟାଳୟ ଓ ଗଣଶିକ୍ଷା,  ବିଶ୍ୱ ବ୍ୟାଙ୍କ, ଏନଡିଆରଏଫ୍, ଓଡ୍ରାଫ୍, ଓଡିଶା ଅଗ୍ନିଶମ ଓ ଆପାତକାଳୀନ ସେବା , ଓସ୍ତିଆ, ବାଙ୍କୀର ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ମଡେଲ, ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତୀୟ ରେଡ୍ କ୍ରସ୍ , ଓଡିଶା ରାଜ୍ୟ ଶାଖା,  ଇଣ୍ଡିଆନ୍ ଅଏଲ ଲିଃ.ଆଦି ତରଫରୁ ପ୍ରଦର୍ଶନୀ ଷ୍ଟଲ  କରାଯାଇଥିଲା । ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରଦର୍ଶନୀ ଉଦଘାଟନ କରିବା ପରେ ସମସ୍ତ ଅତିଥି ଓ ଦର୍ଶକମାନେ ଷ୍ଟଲ ପରିଦର୍ଶନ କରି ଓଡିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ଓ ଏଥିପାଇଁ ବ୍ୟବହୃତ ହେଉଥିବା ଆଧୁନିକ ଉପକରଣର ବ୍ୟବହାର ସଂପର୍କରେ ଅବଗତ ହୋଇଥିଲେ । 

Previous Post

ଫୁରସତ୍ ଦେଉନାହାନ୍ତି ପାଣ୍ଡିଆନ୍

Next Post

ପୁରୀରେ ହବିଷ୍ୟାଳୀ ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Next Post
ପୁରୀରେ ହବିଷ୍ୟାଳୀ ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀରେ ହବିଷ୍ୟାଳୀ ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA