Wednesday, April 22, 2026 07:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି: ରାଜ୍ୟପାଳ

କିଟ୍‍ ବିଶ୍ୱବିଦ୍ୟାଳୟର ବିଂଶତମ ସମାବର୍ତ୍ତନ

by Our Correspondent
15 Sep, 2024- 09:53 AM
in Latest News, News
1 min read
0
ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି: ରାଜ୍ୟପାଳ

ଭୁବନେଶ୍ୱର: ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି ବୋଲି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଆଜି କିଟ୍‍ ବିଶ୍ୱବିଦ୍ୟାଳୟର ବିଂଶତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସ କହିଲେ, ଯୁବଶକ୍ତି ହେଉଛି ଭବିଷ୍ୟତର ମୂଳଦୁଆ। ଏହି ଯୁବଉର୍ଜା, ଉତ୍ସାହ ଓ ନବସର୍ଜନା ସହ ଭାରତ ଆଜି ବିଶ୍ୱରେ ସଫଳତାର କାହାଣୀ ଲେଖିଚାଲିଛି। ଭାରତର ଯୁବଶକ୍ତି ହେଉଛନ୍ତି ପରିବର୍ତ୍ତନ ବାହକ। ଏକ ସମୃଦ୍ଧ ଭାରତ ଗଠନରେ ଯୁବଶକ୍ତିଙ୍କ ଅଗ୍ରଣୀ ଭୂମିକା ରହିଛି ବୋଲି ସେ କହିଥିଲେ। ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ରାଜ୍ୟପାଳ କହିଲେ, ଛାତ୍ରଛାତ୍ରୀଙ୍କ ସଫଳତା ସମାଜର ଅନ୍ୟମାନଙ୍କୁ ଉପରକୁ ଉଠାଇବା ସହ ସମାଜରେ ସାର୍ଥକ ପରିବର୍ତ୍ତନରେ ନିହିତ ରହିଛି। ଏହାକୁ ପ୍ରଥମେ ନିଜ ପରିବାର ଓ ସମାଜରୁ ଆରମ୍ଭ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବାସ୍ତବିକ ଜୀବନରେ ପାଦ ଦେବାବେଳେ ସମାଜର ସବୁଠାରୁ ଗରିବ, ନିଷ୍ପେସିତ ଓ ଅବହେଳିତ ଲୋକଙ୍କ କଥା ଚିନ୍ତା କରି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଜୀବନରେ ଯେତେ ଉପରକୁ ଗଲେ ମଧ୍ୟ ନିଜର ମୂଲ୍ୟବୋଧକୁ ଭୁଲିଯିବା ଉଚିତ୍‍ ନୁହେଁ ବୋଲି ସେ କହିଥିଲେ। ଜୀବନରେ ସର୍ବଦା ଦୟା, ବିନମ୍ରତା ଓ ସାମାଜିକ ଦାୟିତ୍ୱବୋଧ ଆଦି ମୂଲ୍ୟବୋଧ ବଜାୟ ରଖିବାକୁ ରାଜ୍ୟପାଳ ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଆଭାସୀ ମାଧ୍ୟମରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ୟୁକ୍ରେନ୍‍ର ଶାନ୍ତି ନୋବେଲ୍‍ ବିଜେତା ଓଲେକ୍‍ସାଣ୍ଡ୍ରା ମାତ୍‍ଭିଚକ୍‍ କିହଲେ, ଖୁବ୍‍ ଅଳ୍ପ ସମୟ ମଧ୍ୟରେ କିଟ୍‍ ଭାରତ ତଥା ବିଶ୍ୱର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବେ ପ୍ରସିଦ୍ଧି ଲାଭ କରିପାରିଛି । ଏଭଳି ଏକ ଶିକ୍ଷାନୁଷ୍ଠାନ ଗଢ଼ିବା ଏବଂ ଅସମାନତା ଦୂର କରିବା କ୍ଷେତ୍ରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ପ୍ରଶଂସନୀୟ। ଜଣେ ସାଧାରଣ ଲୋକ ସମାଜରେ ସୁଦୂରପ୍ରସାରୀ ପ୍ରଭାବ ପକାଇବା ସହ ଅସାଧାରଣ କାମ କରିପାରେ ବୋଲି ଏଥିରୁ ପ୍ରମାଣିତ ବୋଲି ସେ କହିଥିଲେ।

ଏହି ଅବସରରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ହାଇଦ୍ରାବାଦ୍‍ସ୍ଥିତ ଏସିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ ଏଆଇଜି ହସ୍‍ପିଟାଲ୍‍ର ଅଧ୍ୟକ୍ଷ ଡ. ଡି. ନାଗେଶ୍ୱର ରେଡ୍ଡୀ, ଆଧ୍ୟାତ୍ମିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତକ ଡ. ଚନ୍ଦ୍ରଭାନୁ ଶତପଥୀ, ଟେକ୍ନୋଲୋଜି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୁନେସ୍ଥିତ କେପିଆଟି ଟେକ୍ନୋଲୋଜିର ସହ-ପ୍ରତିଷ୍ଠାତା କିଶୋର ପାଟିଲ୍‍ ଏବଂ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶା ଆଥଲେଟିକ୍‍ ସଂଘ ଓ ଓଡ଼ିଶା ଫୁଟବଲ୍‍ ସଙ୍ଘର ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ଏହି ସମ୍ମାନ ଗ୍ରହଣ କରି ଡ. ରେଡ୍ଡୀ କହିଲେ, କିଟ୍‍ ହେଉଛି ସମାଜକୁ ପ୍ରତିଦାନ କ୍ଷେତ୍ରରେ ଏକ ଆଦର୍ଶ ମଡେଲ। ଡ. ଶତପଥୀ ଏହି ସମ୍ମାନ ଗ୍ରହଣ କରି କହିଲେ, ଯେଉଁମାନେ ଦିନେ ସ୍ୱପ୍ନ ଦେଖିବାର କଳ୍ପନା କରି ନଥିଲେ, ଅଚ୍ୟୁତ ସାମନ୍ତ ଆଜି ସମାଜର ସେହି ଅବହେଳିତ ବର୍ଗଙ୍କ ମଧ୍ୟରେ ଆଶାର ଆଲୋକ ସୃଷ୍ଟି କରିପାରିଛନ୍ତି। ଶ୍ରୀ ପାଟିଲ କହିଲେ, କିଟ୍‍ ଓ କିସ୍‍ ହେଉଛି ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ । କିଟ୍‍ର ଏହି ସମ୍ମାନ ମୋତେ ଆଗକୁ ଆହୁରି ଅଧିକ କାମ କରିବାକୁ ପ୍ରେରଣା ଯୋଗାଇବ। ଶ୍ରୀ ବେହେରା ତାଙ୍କର ଏହି ସମ୍ମାନକୁ ସମଗ୍ର କ୍ରୀଡ଼ା ଜଗତକୁ ଉତ୍ସର୍ଗ କରିଥିଲେ।

ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ ପରିଜା ନିଜ ସଭାପତିତ୍ୱ ଅଭିଭାଷଣରେ ଦୂରଦୃଷ୍ଟି, କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବର ପ୍ରତୀକ ହେଉଛି କିଟ୍‍ ବିଶ୍ୱବିଦ୍ୟାଳୟ ବୋଲି କହିଥିଲେ। କୁଳପତି ପ୍ରଫେସର ଶରଣଜିତ ସିଂହ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଚଳିତବର୍ଷ ମୋଟ ୭୨୮୩ ଛାତ୍ରଛାତ୍ରୀ ଡିଗ୍ରୀ ପାଇଥିବା ବେଳେ ୫୪୫୫ଜଣଙ୍କୁ ସ୍ନାତକ, ୧୫୯୭ ଜଣଙ୍କୁ ସ୍ନାତକୋତ୍ତର ଓ ୧୮୬ ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରିଥିବା ୫୯ଜଣ ଛାତ୍ରଛାତ୍ରୀଙ୍କୁ ପଦକ ପ୍ରଦାନ କରାଯାଇଥିଲା। ୩ଜଣଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ, ୨୬ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ୨୭ଜଣଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ସେହିପରି ନନିବାଳା ସ୍ମୃତି ସ୍ୱର୍ଣ୍ଣ ପଦକ, ପି. କେ. ବଳ ସ୍ମୃତି ସ୍ୱର୍ଣ୍ଣ ପଦକଳ ପିପିଏଲ୍‍ ସ୍ୱର୍ଣ୍ଣ ପଦକ ମଧ୍ୟ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ର ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶ, ପ୍ରାକ୍ତନ କୁଳାଧିପତି ପ୍ରଫେସର ଏନ୍‍ ଏଲ୍‍ ମିତ୍ର, ପ୍ରଫେସର ବେଦ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ରାଜ୍ୟର ସବୁ କ୍ଷେତ୍ରର କାୟାକଳ୍ପ ପାଇଁ ରୋଡ୍‌ ମ୍ୟାପ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

Next Post

XIM Bhubaneswar Hosts Business Excellence Summit, 2024

Next Post
XIM Bhubaneswar Hosts Business Excellence Summit, 2024

XIM Bhubaneswar Hosts Business Excellence Summit, 2024

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA