Thursday, June 25, 2026 03:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟର ସବୁ କ୍ଷେତ୍ରର କାୟାକଳ୍ପ ପାଇଁ ରୋଡ୍‌ ମ୍ୟାପ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଓଡିଶାରେ ପ୍ରଥମ ଥର ପାଇଁ ମନ୍‌ସୁନ୍‌ ମିଟ୍‌ ଆୟୋଜିତ

by Our Correspondent
13 Sep, 2024- 09:51 PM
in Latest News, News
1 min read
0
ରାଜ୍ୟର ସବୁ କ୍ଷେତ୍ରର କାୟାକଳ୍ପ ପାଇଁ ରୋଡ୍‌ ମ୍ୟାପ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତର ଖାଦ୍ୟ ନିରାପତ୍ତା, ଗ୍ରାମୀଣ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ପଶୁପାଳନ ଏବଂ ଗୋପାଳନ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଭାରତ ସରକାରଙ୍କ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଆୟୋଜିତ ମୌସୁମୀ ବୈଠକ (Monsoon Meet) କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଆମ ଜାତୀୟ ଅର୍ଥନୀତିକୁ ଉଲ୍ଲେଖନୀୟ ଯୋଗଦାନ ଦେଇ ଭାରତକୁ ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ମାନ୍ୟତା ଦେଇଛି। ପ୍ରାଣୀପାଳନ କ୍ଷେତ୍ର ଗ୍ରାମାଞ୍ଚଳରେ ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଜନଜାତି ବର୍ଗ ଓ ମହିଳାମାନଙ୍କୁ କର୍ମନିଯୁକ୍ତି ସହିତ ରୋଜଗାର ମଧ୍ୟ ଯୋଗାଇ ଦେଇଥାଏ। ଆଜିର ଏହି ଆୟୋଜନ ଦେଶରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଆଗେଇ ନେବା ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ ।

କୃଷି କ୍ଷେତ୍ରର ଅଭିବୃଦ୍ଧିରେ ପଶୁପାଳନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କ୍ଷେତ୍ରର ବିକାଶ ଜରିଆରେ ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା କୃଷକ, ବେରୋଜଗାର ଯୁବଗୋଷ୍ଠୀଙ୍କୁ ଜୀବନଜୀବିକା ପ୍ରଦାନ ଏବଂ ମହିଳା ଗୋଷ୍ଠୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଉଭୟ କେନ୍ଦ୍ର ଏବଂ ଓଡିଶା ସରକାର ଅଧିକ ଧ୍ୟାନ ଦେଉଛନ୍ତି। ନୂତନଭାବେ ଦାୟିତ୍ୱ ନେଇଥିବା ଓଡିଶା ସରକାରଙ୍କ ୧୦୦ ଦିନ ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଇତି ମଧ୍ୟରେ ରାଜ୍ୟ ସରକାର ସମସ୍ତ କ୍ଷେତ୍ରରେ ବ୍ୟାପକ କାୟାକଳ୍ପ ପରିବର୍ତ୍ତନ ପାଇଁ ଏକ ରୋଡ୍‌ ମ୍ୟାପ ପ୍ରସ୍ତୁତ କରିଛନ୍ତି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଆଗାମୀ ୫ ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ କରି ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଯୋଜନା ପ୍ରଣୟନ କରାଯାଇଛି।

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଦୁଗ୍ଧ ସମବାୟ ସଂସ୍ଥାଗୁଡିକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଡେଏରୀ ବିକାଶ ବୋର୍ଡ (NDDB) ସହିତ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏନ୍.ଡି.ଡି.ବି.ର ସହଯୋଗରେ ଆମ ସରକାର ବ୍ରହ୍ମପୁରଠାରେ ଏକ ଟିକା ଉତ୍ପାଦନ କେନ୍ଦ୍ର (Vaccine Production Unit) ଏବଂ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଗୋଖାଦ୍ୟ ବିଶ୍ଳେଷଣ କେନ୍ଦ୍ର (Feed Analytical Laboratory) ସ୍ଥାପନ କରିବେ। ରାଜ୍ୟରେ ଛେଳି, ମେଣ୍ଢା ଓ କୁକୁଡା ପାଳନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’ ଆରମ୍ଭ କରାଯିବ। ବୁଲା ଓ ଅବହେଳିତ ପ୍ରାଣୀସମ୍ପଦର ଯତ୍ନ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା’ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ ‘ବିକଶିତ ଓଡିଶା 2036’ କୁ ଆଖି ଆଗରେ ରଖି ଆମ ସରକାର କୃଷକଙ୍କ ଦ୍ୱାରଦେଶରେ ୨୪ ଘଣ୍ଟିଆ ପ୍ରାଣୀସ୍ୱାସ୍ଥ୍ୟ ସେବା ଉପଲବ୍‌ଧ କରିବା ଉଦ୍ଦେଶ୍ୟରେ ଏକ ସମନ୍ୱିତ କେନ୍ଦ୍ର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛନ୍ତି। ଓଡିଶାକୁ ଏଭଳି ଏକ ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସୁଯୋଗ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଓ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କାର୍ଯ୍ୟକ୍ରମରେ କହିଥିଲେ ଯେ ଓଡିଶାର ବିକାଶ ପାଇଁ ପଶୁପାଳନ ସମ୍ପନ୍ଧୀୟ ସମସ୍ତ କ୍ଷେତ୍ରକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେବେ ଏବଂ ଏ କ୍ଷେତ୍ରର ବିକାଶ ପାଇଁ ସବୁ ବେଳେ କେନ୍ଦ୍ରର ସହଯୋଗ ରହିବ।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଚଳିତ ବର୍ଷ ପ୍ରାଣୀ ସମ୍ପଦ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଆମ ସରକାର ପ୍ରାଣୀ ସମ୍ପଦର କଲ୍ୟାଣ ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥି ମଧ୍ୟରେ ରାଜ୍ୟର ଗୋଶାଳାମାନଙ୍କୁ ସହାୟତା ପ୍ରଦାନ, ଉଦ୍ଧାର ଏବଂ ଯତ୍ନ କେନ୍ଦ୍ର ପ୍ରତିଷ୍ଠା ଏବଂ ଆନିମଲ୍ ହେଲ୍‌ପ ଲାଇନ ସୁବିଧା ଇତ୍ୟାଦି ରହିଛି।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ ଓଡିଶାର ସର୍ବାଧିକ ଲୋକ କୃଷି ଓ ପ୍ରାଣୀପାଳନ କ୍ଷେତ୍ର ଉପରେ ନିର୍ଭର କରିଥାନ୍ତି। କୃଷକଙ୍କ ରୋଜଗାର ବୃଦ୍ଧି କରିବାରେ ପ୍ରାଣୀପାଳନ କ୍ଷେତ୍ର ବହୁ ସହାୟତା ପ୍ରଦାନ କରୁଛି। ଓଡିଶା ସରକାର ରାଜ୍ୟରେ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ପ୍ରତିବଦ୍ଧ ଅଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ, କଟକ ଜିଲ୍ଲା ନରାଜ ତଳଗଡ ଠାରେ ସେଣ୍ଟ୍ରାଲ ପୋଲଟ୍ରି ଡେଭଲ୍‌ପମେଣ୍ଟ ସଂସ୍ଥାର ନୂତନ ୟୁନିଟ୍, ଓମଫେଡର ନୂଆ ଗୋଲ୍ଡ ପ୍ଲସ ଦୁଗ୍ଧ ପ୍ୟାକେଟ୍‌, କିଷାନ କ୍ରେଡିଟ୍ କାର୍ଡ ଅଭିଯାନ, ନ୍ୟାସନାଲ ଲେବଲ ମନିଟର ଆପ୍ଲିକେସନର ଉଦ୍‌ଘାଟନ କରିବା ସହ ପ୍ରାଣୀପାଳନ କ୍ଷେତ୍ରରେ ୧୦୧ ଜଣ ମହିଳାଙ୍କ ସଫଳ କାହାଣୀ ଉପରେ ଆଧାରିତ କଫି ଟେବଲ୍ ବୁକ୍‌, କୁକୁଡାଙ୍କୁ ହେଉଥିବା ରୋଗର ନିରାକରଣ ସମ୍ବନ୍ଧୀୟ ପୁସ୍ତକ ଇତ୍ୟାଦିର ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ଏସ୍.ପି ସିଂ ବଘେଲ ଏବଂ ଜର୍ଜ କୁରିୟାନ, କେନ୍ଦ୍ର ସରକାରଙ୍କ ବିଭାଗୀୟ ସଚିବ ଶ୍ରୀମତୀ ଅଳକା ଉପାଧ୍ୟାୟ ଓ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଅଧ୍ୟକ୍ଷ ମୀନେଶ ଶାହଙ୍କ ସମେତ ଅରୁଣାଚଳ ପ୍ରଦେଶ, ବିହାର, ଗୁଜୁରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ମେଘାଳୟ, ମିଜୋରାମ, ରାଜସ୍ଥାନ, ସିକିମ, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରର ବିଭାଗୀୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

Previous Post

ପୋର୍ଟ ବ୍ଲେୟାର ନାଁ ବଦଳିଲା, ଆଗକୁ ରେଭେନସା?

Next Post

ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି: ରାଜ୍ୟପାଳ

Next Post
ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି: ରାଜ୍ୟପାଳ

ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି: ରାଜ୍ୟପାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA