Thursday, June 25, 2026 07:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୋର୍ଟ ବ୍ଲେୟାର ନାଁ ବଦଳିଲା, ଆଗକୁ ରେଭେନସା?

ଉପନିବେଶବାଦ ଛାପରୁ ଭାରତ ମୁକ୍ତ ଯୋଜନା

by Our Correspondent
13 Sep, 2024- 09:34 PM
in Latest News, News
1 min read
0
ପୋର୍ଟ ବ୍ଲେୟାର ନାଁ ବଦଳିଲା, ଆଗକୁ ରେଭେନସା?

ଭୁବନେଶ୍ୱର: ଆଣ୍ଡାମାନ ନିକୋବରର ରାଜଧାନୀ ସହର ପୋର୍ଟବ୍ଲେୟାର ନାଁ ବଦଳିଛି । ଏହାକୁ ଶ୍ରୀ ବିଜୟ ପୁରମ୍ ନାମରେ ନାମିତ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍(ଏକ୍ସ) ଯୋଗେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ଉପନିବେଶବାଦ ଛାପରୁ ମୁକ୍ତ ହେବା ପାଇଁ ଏହି ନାଁ ବଦଳାଗଲା ବୋଲି ସେ ଜଣାଇଛନ୍ତି । ନୂଆ ନାଁ ଶ୍ରୀ ବିଜୟ ପୁରମ୍ ଆମ ସ୍ୱାଧୀନତା ସଂଗ୍ରାମରେ ହାସଲ କରିଥିବା ବିଜୟର ପ୍ରତୀକ ବୋଲି ସେଥିରେ ଉଲ୍ଲେଖ କରିଛନ୍ତି । ଆଣ୍ଡାମାନ ଏବଂ ନିକୋବରର ପ୍ରବେଶ ପଥ ଏହି ସହରର ନାଁ ବ୍ରିଟିଶ୍ ରାଜୁତି କାଳରେ ଇଷ୍ଟ ଇଣ୍ଡିଆ କମ୍ପାନୀରେ କାର୍ଯ୍ୟରତ ନେଭି ଅଫିସର କ୍ୟାପଟେନ୍ ଆର୍କିବାଲଡ ବ୍ଲେୟାର୍ ଙ୍କ ନାମରେ ନାମିତ ହୋଇଥିଲା ।

ପୋର୍ଟ ବ୍ଲେୟାର ନାଁ ବଦଳିବା ପରିପ୍ରେକ୍ଷୀରେ ଓଡ଼ିଶାର ରେଭେନସା ବିଶ୍ୱବିଦ୍ୟାଳୟ ନାଁ ବଦଳିବା ପ୍ରସ୍ତାବର ଗମ୍ଭୀରତା ବଢ଼ିଯାଇଛି । କାରଣ ଗୃହମନ୍ତ୍ରୀ ତାଙ୍କ ଏକ୍ସ ପୋଷ୍ଟରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି । ଇଂରେଜୀ ସାହେବଙ୍କ ନାଁ ବଦଳେଇ ଉପନିବେଶବାଦ ଛାପରୁ ଭାରତର ସବୁ ଅନୁଷ୍ଠାନକୁ ମୁକ୍ତ କରିବା ହେଉଛି ମୋଦୀ ସରକାରଙ୍କର ଆଭିମୁଖ୍ୟ । ଏହିକ୍ରମରେ ରେଭେନସା ନାଁ ବଦଳିବ ବୋଲି ଭାବିଲେ ଭୁଲ୍ ହେବ ନାହିଁ । ସୁତରାଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁରୁ ଏହି ପ୍ରସ୍ତାବ ଏମିତି ସେମିତି ବାହାରି ଯାଇନାହିଁ । ବ୍ୟକ୍ତିଗତ ମତ ନାଁରେ ବିତର୍କର ଆହ୍ୱାନ ଦେଇ ସେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସୂଚୀତ କରିଛନ୍ତି ବୋଲି କୁହାଯାଇପାରିବ ।

ରେଭେନସା ନାଁ ବଦଳିବାର ଆବଶ୍ୟକତା ଉପରେ ଧର୍ମେନ୍ଦ୍ରଙ୍କ ବିତର୍କର ଆହ୍ୱାନ ପରେ ଏହା ରାଜ୍ୟର ସବୁଠାରୁ ବିବାଦୀୟ ଓ ଚର୍ଚ୍ଚିତ ପ୍ରସଙ୍ଗ ହୋଇଯାଇଛି । ରେଭେନସା କାହା ନାଁରେ ସୀମିତ ବୋଲି ସେ ଭାବନା ଅଧିକାଂଶ ଓଡ଼ିଆଙ୍କ ମନରେ ନାହିଁ । ବରଂ ରେଭେନସା ଏକ ଅନୁଷ୍ଠାନ ଭାବେ ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ହୋଇଯାଇଛି । ରେଭେନସା ଆମ ଜୀବନର ଧାରା ବୋଲି ସେମାନଙ୍କର ବିଶ୍ୱାସ । ରାଜନୈତିକ ବାଧ୍ୟବାଧକତାରେ କାହାର ମତ ଭିନ୍ନ ହୋଇପାରେ, ମାତ୍ର ରେଭେନସା କଲେଜକୁ ନେଇ ଓଡ଼ିଆଙ୍କ ମନରେ ଏକ ଶିହରଣ ରହିଛି । ତେଣୁ ନାଁ ବଦଳିବା ପ୍ରସ୍ତାବକୁ ସେମାନେ ଆଦୌ ଗ୍ରହଣ କରୁନାହାନ୍ତି । ଏ ସମ୍ପର୍କରେ ମୂଳରୁ ବିତର୍କର ଆବଶ୍ୟକତା ହିଁ ନାହିଁ ବୋଲି ସେମାନଙ୍କର ମତ ।

ଅନୁଷ୍ଠାନର ପୂରାତନ ଛାତ୍ର(ରେଭେନସାଭିଆନ୍)ଙ୍କୁ ନେଇ ଗଠିତ ରେଭେନସା ହେରିଟେଜ୍ ଫୋରମ୍ ଓ କ୍ରିୟାନୁଷ୍ଠାନ କମିଟି ଯେ କେବଳ ନାଁ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରୁଛନ୍ତି ତାହା ନୁହେଁ, ଓଡ଼ିଶାର ପୂରପଲ୍ଲୀରେ ମଧ୍ୟ ଏହା ବିରୋଧରେ ସ୍ୱର ଉଠିଛି । ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ରେଭେନସା ନାଁ ପରିବର୍ତ୍ତନ ପ୍ରସ୍ତାବକୁ ସେମାନେ ଗ୍ରହଣ କରିପାରୁନାହାନ୍ତି ।

ଅନ୍ୟପକ୍ଷରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଭଳି ସପକ୍ଷବାଦୀ(ବିରୋଧୀଙ୍କ ଭାଷାରେ ଚାଟୁକାର)ମାନେ ରେଭେନସା ଭାବାବେଗ ବୁଝିବାକୁ ନାରାଜ । ଇତିହାସର ଆଇନା ଦେଖାଇ ସେମାନେ ରେଭେନସାଙ୍କୁ ଏକ ଚରିତ୍ର ଭିତରେ ସୀମିତ ରଖିଦେଇଛନ୍ତି । ତାଙ୍କୁ ନରହନ୍ତା ଆଖ୍ୟା ଦେଉଥିବା ବେଳେ ଓଡ଼ିଶା ପ୍ରତି ତାଙ୍କର ଅବଦାନକୁ ଲିପିବଦ୍ଧ କରିଥିବା ଓଡ଼ିଶାର ମହାପୁରୁଷମାନଙ୍କ ପ୍ରତି କଟୁ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି । ଏହା ଓଡ଼ିଆ ଅସ୍ମିତାର ଭାବ ବୋଲି ମନେ ମନେ ଗର୍ବ କରୁଛନ୍ତି ।

ସୂଚନାଥାଉକି, ଭର୍ତ୍ତୃହରି ତାଙ୍କ ଖବରକାଗଜରେ ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ବେଳେ କଟକର କମିସନର ଥିବା ଟି.ଇ. ରେଭେନସାଙ୍କୁ ଅପାରଗ ତଥା ନରହନ୍ତା ଦର୍ଶାଇ ଲଗାତର ସମ୍ପାଦକୀୟ ଲେଖି ଚାଲିଛନ୍ତି । ତାଙ୍କ ସମ୍ପର୍କରେ ଫକୀର ମୋହନ ସେନାପତି, ମୟୁରଭଞ୍ଜ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ, ମଧୁସୂଦନ ଦାସ କ’ଣ କହିଛନ୍ତି ଏବଂ ସୁରେନ୍ଦ୍ର ମହାନ୍ତି କ’ଣ ଲେଖିଛନ୍ତି ତାହା ସେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଓଲଟି ତାଙ୍କ ସମ୍ପାଦକୀୟରେ ଏମାନଙ୍କୁ ବ୍ୟଙ୍ଗ କରିଛନ୍ତି । ସେଥିରେ ଗୋଟିଏ ଧାଡ଼ି ଲେଖିଛନ୍ତି- ରେଭେନସାଙ୍କ ସମ୍ପର୍କରେ ସାହିତ୍ୟିକ ଭାଷାରେ କିଏ କଳ୍ପନାପ୍ରସୂତ କଥା ହୁଏତ ଲେଖିଥାଇପାରେ.. । ଏହି ଧାଡ଼ିରେ ସେ କାହାକୁ ଆକ୍ଷେପ କରିଛନ୍ତି ତାହା ଅବୁଝା ନୁହେଁ ।

ରେଭେନସା ନାମ ପରିବର୍ତ୍ତନ ପ୍ରସ୍ତାବ ବିରୋଧ କରୁଥିବା ବ୍ୟକ୍ତିମାନଙ୍କୁ ଭର୍ତ୍ତୃହରି ତାଙ୍କ ଲେଖାରେ କଟୁ ଭାଷା ପ୍ରୟୋଗ କରିଛନ୍ତି । ସତେ ଯେମିତି ରେଭେନସା ଏମାନଙ୍କ ଗୋସେଇଁ ବୋଲି ଆକ୍ଷେପ କରିଛନ୍ତି ।

ରେଭେନସା ନାଁ ବଦଳେଇବା ପାଇଁ ଅଧିକ ଉତ୍ସାହିତ ହୋଇ ପଡ଼ିଥିବା ଭର୍ତ୍ତୃହରି କେବଳ ସମ୍ପାଦକୀୟ ଲେଖାରେ ଅଟକି ନ ଯାଇ ଜନମତ ଯୋଗାଡ଼ କରିବାକୁ ବାହାରକୁ ବାହାରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଭୁବନେଶ୍ୱରରେ ଆଜି ତାଙ୍କ ନେତୃତ୍ୱରେ ଏକ ଆଲୋଚନାଚକ୍ର(ପ୍ରାୟୋଜିତ) ଅନୁଷ୍ଠିତ ହୋଇଥିଲା । ବିଷୟବସ୍ତୁ ଥିଲା- ନ’ଅଙ୍କ ଦୁର୍ଭିକ୍ଷ ସମୟରେ ରେଭେନସାଙ୍କ ଭୂମିକା । ଏଥିରେ ରେଭେନସା ନାଁ ପରିବର୍ତ୍ତନ ସପକ୍ଷରେ ଯୁକ୍ତି ରଖିଥିଲେ ଭର୍ତ୍ତୃହରି ଆଣ୍ଡ କୋ । ଓଡ଼ିଆ ଲୋକ ଏବଂ ଓଡ଼ିଆ ଜାତିର ଅନୁଦାନରେ ତିଆରି ଅନୁଷ୍ଠାନର ନାଁ ଜଣେ ଇଂରେଜ ନାଁରେ କାହିଁକି ରହିବ ବୋଲି ପ୍ରଶ୍ନ କରିଥିଲେ ।

ସାହିତ୍ୟିକ ହରପ୍ରସାଦ ଦାସ କହିଥିଲେ ଏବେ ଉପନିବେଶବାଦରୁ ମୁକ୍ତିର ଆବଶ୍ୟକତା ରହିଛି । ସେଥିପାଇଁ ରେଭେନସା ନାଁ ବଦଳିବା ଦରକାର । ରେଭେନସା ବିଶ୍ୱବିଦ୍ୟାଳୟ ନାଁକୁ କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ କରାଯାଉ ବୋଲି ସେ ପ୍ରସ୍ତାବ ଦେଇଥିଲେ ।

ଗୋଟେ ପଟେ ଗୃହମନ୍ତ୍ରୀ ଅମିତ ଶାହ ପୋର୍ଟ ବ୍ଲେୟାର ନାଁ ବଦଳିବା ନିଷ୍ପତ୍ତି ଘୋଷଣା କରି ଉପନିବେଶବାଦ ଛାପରୁ ମୁକ୍ତ ହେବାର କେନ୍ଦ୍ର ସରକାରଙ୍କ ଏଜେଣ୍ଡା ସୂଚୀତ କରୁଥିବା ବେଳେ ଏପଟେ ଓଡ଼ିଶାରେ ରେଭେନସା ବିଶ୍ୱବିଦ୍ୟାଳୟ ନାଁ ବଦଳେଇବା ସପକ୍ଷରେ ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ୱାରା ଆୟାଜିତ ଆଲୋଚନାଚକ୍ରକୁ ନେଇ ବିଭିନ୍ନ ମହଲରେ ସରଗରମ ଆଲୋଚନା ଆରମ୍ଭ ହୋଇଛି ।

ରେଭେନସା ହେରିଟେଜ୍ ଫୋରମ୍ ଆବାହକ ସୁଦର୍ଶନ ଦାସ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରେଭେନସା ଏକ ଅନୁଷ୍ଠାନ ଏବଂ ଏହି ଅନୁଷ୍ଠାନ ଓଡ଼ିଶା ଲୋକଙ୍କ ଭାବାବେଗ ସହ ଜଡ଼ିତ । ଏହି ନାଁକୁ ବଦଳାଇବାକୁ ଦିଆଯିବନି ବୋଲି କହିଛନ୍ତି । ରେଭେନସା ନାଁ ବଦଳେଇବାକୁ ଉଦ୍ୟମ କଲେ ଓଡ଼ିଶାରେ ନିଆଁ ଜଳିବ ବୋଲି ରେଭେନସାର ଅଧିକାଂଶ ପୁରାତନ ଛାତ୍ରନେତା ଚେତାବନୀ ଦେଇଛନ୍ତି ।

 

Previous Post

ମାଲକାନଗିରି ବନ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ

Next Post

ରାଜ୍ୟର ସବୁ କ୍ଷେତ୍ରର କାୟାକଳ୍ପ ପାଇଁ ରୋଡ୍‌ ମ୍ୟାପ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

Next Post
ରାଜ୍ୟର ସବୁ କ୍ଷେତ୍ରର କାୟାକଳ୍ପ ପାଇଁ ରୋଡ୍‌ ମ୍ୟାପ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ରାଜ୍ୟର ସବୁ କ୍ଷେତ୍ରର କାୟାକଳ୍ପ ପାଇଁ ରୋଡ୍‌ ମ୍ୟାପ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA