ଭୁବନେଶ୍ୱର: ରାଜ୍ୟରେ ୨୯ଟି ନୂଆ ଥାନା କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଆଜି ଏଗୁଡ଼ିକୁ ଉଦଘାଟନ କରିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ଏହା ଆହୁରି ଦୃଢ଼ୀଭୂତ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବାରେ ଅଧିକ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ।
ନୂଆ ଥାନା: କୃଷ୍ଣନନ୍ଦପୁର(ଜଗତସିଂହପୁର), ରମାଙ୍ଗୁଡ଼ା (ରାୟଗଡା), ଅଳାକୁନ୍ଦ(ଯାଜପୁର), ବ୍ରହ୍ମବରଦା(ଯାଜପୁର), ନାଚୁଣୀ(ଖୋର୍ଦ୍ଧା), ଲଚ୍ଛିପୁର(ସବୁର୍ଣ୍ଣପୁର), ଚାରିଛକ(ପୁରୀ), ବାଗେଡ଼ିଆ(ଅନୁଗୁଳ), ଗୋପାଳପ୍ରସାଦ(ଅନୁଗୁଳ), ମହାବୀର ରୋଡ୍(ଢ଼େଙ୍କାନାଳ), ତଳପାତିଆ (ଝାରସୁଗୁଡ଼ା), ଭଞ୍ଜପୁର(ମୟୁରଭଞ୍ଜ), ଚୌଦକୁଲତ(କେନ୍ଦ୍ରାପଡ଼ା), କୁଦନଗିରି (କେନ୍ଦ୍ରାପଡ଼ା), ଲାଇମୁରା(ଦେବଗଡ଼), ମୈଦଲପୁର(ନବରଙ୍ଗପୁର), ମାଣିଆବନ୍ଧ ( କଟକ), ଜୁଡୁମ୍(କଟକ), ଭଦ୍ରେଶ୍ୱର(କଟକ), ସୁଙ୍କି(କୋରାପୁଟ), ଅଗଲପୁର (ବଲାଙ୍ଗୀର), ଗୋପାଳପୁର(ବାଲେଶ୍ୱର), କାଲାମ୍ପୁର(କଳାହାଣ୍ଡି), ବେଗୁନିଆପଡ଼ା (ଗଞ୍ଜାମ), କୋଟିନଡ଼ା(ଗଞ୍ଜାମ), ବରେଇପଲ୍ଲୀ(ସମ୍ବଲପୁର), ନିମାଖଣ୍ଡୀ(ବ୍ରହ୍ମପୁର), ମୈତ୍ରୀବିହାର (ଭୁବନେଶ୍ୱର), ଘଣ୍ଟପଡ଼ା(ବୌଦ୍ଧ) ।