Sunday, April 26, 2026 03:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Health

ସଠିକ୍ ସମୟରେ ଟୀକାକରଣ ଏବଂ ପାପ୍ ସ୍କ୍ରିନିଂ ଦ୍ୱାରା ଗର୍ଭାଶୟ କର୍କଟ ଚିକିତ୍ସା ସମ୍ଭବ: କିମ୍‌ସ ଡାକ୍ତର

by Our Correspondent
10 Jan, 2023- 08:00 PM
in Health, Latest News, News
1 min read
0
ସଠିକ୍ ସମୟରେ ଟୀକାକରଣ ଏବଂ ପାପ୍ ସ୍କ୍ରିନିଂ ଦ୍ୱାରା ଗର୍ଭାଶୟ କର୍କଟ ଚିକିତ୍ସା ସମ୍ଭବ: କିମ୍‌ସ ଡାକ୍ତର

ଭୁବନେଶ୍ୱର: ଭାରତୀୟ ମହିଳାଙ୍କ କ୍ଷେତ୍ରରେ ଦେଖା ଯାଉଥିବା କର୍କଟ ରୋଗ ମଧ୍ୟରୁ ଗର୍ଭାଶୟ କର୍କଟ ଦ୍ୱିତୀୟ ସର୍ବାଧିକ । ସମୟ ପୂର୍ବରୁ ଏହାକୁ ଚିହ୍ନଟ କରାଯାଇପାରିଲେ ଏହାର ନିରାକରଣ ସମ୍ଭବ ବୋଲି କିମ୍‌ସ-ଭୁବନେଶ୍ୱରର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗ ପ୍ରଫେସର (ଡା.) ସୁଧାଂଶୁ କୁମାର ରଥ କହିଛନ୍ତି । ଏହାର ଏଚ୍‌.ପି.ଭି ଟିକା ଉପଲବ୍ଧ । ଏହି ଭୟଙ୍କର ରୋଗରୁ ରକ୍ଷା ପାଇବାକୁ ହେଲେ ସହବାସ ପୂର୍ବରୁ ଟିକା ନେବା ଜରୁରୀ ଅଟେ । ଏହି ଟିକା ୯-୧୦ ବର୍ଷ ବୟସର ବାଳିକାମାନେ ନେଇ ପାରିବେ । କାରଣ ଏହି ସମୟରେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ ।

ଜାନୁଆରୀ ମାସ ଗର୍ଭାଶୟ କର୍କଟ ଏବଂ ଏଚ୍‌ପିଭି ଟିକାକରଣ ବିଷୟରେ ସଚେତନତା ସୃଷ୍ଟି କରିବାର ମାସ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ) ଚଳିତ ବର୍ଷର ବିଷୟବସ୍ତୁ କିଛି ପିଢି ମଧ୍ୟରେ ଗର୍ଭାଶୟ କର୍କଟ ରୋଗର ସମାପ୍ତି ଉପରେ ଧ୍ୟାନ ଦେଉଛି । ସର୍ଭିକାଲ କ୍ୟାନସର ବା ଗର୍ଭାଶୟ ଗ୍ରୀବା କର୍କଟ ହୋବର କାରଣ ମାନବ ପାପୋଲିମା ଭୂତାଣୁ ବା (ଏଚ୍‌.ପି.ଭି) । ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା ଏହା ଅନ୍ୟକୁ ସଂକ୍ରମିତ ହୋଇଥାଏ । ଏହି ସଂକ୍ରମଣ ବାରମ୍ବାର ହେବାର ସଥେଷ୍ଟ ସମ୍ଭାବନା ଥାଏ । ପ୍ରତିବର୍ଷ  ପ୍ରାୟ ୧ଲକ୍ଷ ୨୫ହଜାର ମହିଳା ଗର୍ଭାଶୟ କର୍କଟର ସମ୍ମୁଖୀନ ହୋଇଥାନ୍ତି ଏବଂ ସେଥି ମଧ୍ୟରୁ ୭୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କର ମୃତ୍ୟୁ ଘଟିଥାଏ ।

ଗର୍ଭାଶୟ କର୍କଟ ପ୍ରାରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ପରବର୍ତ୍ତୀ ସମୟରେ  ଶରୀରରେ ସାଧାରଣତଃ  କିଛି ଲକ୍ଷଣ ଦେଖିବାକୁ ମିଳେ ସେଗୁଡ଼ିକ ହେଲା ଯୋନୀପଥରୁ ଅନିୟମିତ ରକ୍ତସ୍ରାବ, ଦୁର୍ଗନ୍ଧଯୁକ୍ତ ନିଷ୍କାସନ, ସହବାସରେ ଯନ୍ତ୍ରଣା ଅନୁଭବ ହେବା ଇତ୍ୟାଦି । ତେବେ ଏଭଳି ଲକ୍ଷଣ ଦେଖାଦେଲେ ତାହାକୁ କର୍କଟ ବୋଲି ନ ଭାବି ଡାକ୍ତରଙ୍କ ପରାମର୍ଶ ନିଆଯିବା ଆବଶ୍ୟକ । ଲୋକଙ୍କ ମଧ୍ୟରେ ସଚେତନତା ଓ ସମୟ ପୂର୍ବରୁ ଏହାର ଚିହ୍ନଟ କରାଯାଇପାରିଲେ ନିରାକରଣ ସହଜ ହୋଇଥାଏ ।

ଏବେ କିମ୍‌ସ-ଭୁବନେଶ୍ୱରରେ ଗର୍ଭାଶୟ କର୍କଟ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ । ଗତ ବର୍ଷ ସେପ୍ଟେମ୍ବର ମାସରେ ଗର୍ଭଶୟ କର୍କଟ ବିରୋଧରେ ଭାରତ ପ୍ରଥମ ଟିକା (ସିଇଆରଭିଏଭିଏସି) ପାଇଛି । ଦେଶରେ ଟିକା ପ୍ରସ୍ତୁତ କରାଯାଉଥିବାରୁ ଏହାର ମୂଲ୍ୟ ଏକ ବଡ ପ୍ରତିବନ୍ଧକ ହେବ ନାହିଁ । ଏହା ସେରମ୍‌୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଏହାକୁ ପ୍ରସ୍ତୁତ କରିଛି । ଏହି ଟିକାର ଉପଲବ୍ଧତା ଆମଦାନୀ ହୋଇଥିବା ଟିକା ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ, ଯାହାକୁ ପ୍ରାୟ ସମସ୍ତେ କ୍ରୟ କରିପାରିବେ ବୋଲି ଡା ରଥ କହିଛନ୍ତି ।

Previous Post

୨୯ଟି ନୂଆ ଥାନା ଉଦଘାଟିତ

Next Post

ପୁଣି ଚର୍ଚ୍ଚାରେ ଦେବଗଡ଼ ବିଧାୟକ

Next Post
ପୁଣି ଚର୍ଚ୍ଚାରେ ଦେବଗଡ଼ ବିଧାୟକ

ପୁଣି ଚର୍ଚ୍ଚାରେ ଦେବଗଡ଼ ବିଧାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA