Sunday, April 26, 2026 10:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଣି ଚର୍ଚ୍ଚାରେ ଦେବଗଡ଼ ବିଧାୟକ

ସୁବାସ ପାଣିଗ୍ରାହୀଙ୍କ ଦାଦାଗିରିକୁ ନେଇ ଦୁଇଟି ମାମଲା

by Our Correspondent
10 Jan, 2023- 09:28 PM
in Latest News, News
1 min read
0
ପୁଣି ଚର୍ଚ୍ଚାରେ ଦେବଗଡ଼ ବିଧାୟକ

ଭୁବନେଶ୍ୱର: ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଦାଦାଗିରି ପୁଣି ସାମନାକୁ ଆସିଛି । ମହିଳା ସ୍ୱୟଂ ସହାୟକ ଦ୍ୱାରା ନିର୍ମାଣାଧୀନ ଦେବଗଡ଼ ସହର ଟାଉନ ହଲ୍ ପାଚେରୀକୁ ସମର୍ଥକଙ୍କୁ ଲଗାଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ବିଧାୟକଙ୍କ ବିରୋଧରେ ଦେବଗଡ଼ ପୌରପାଳିକା ଏବଂ ହରିଓମ୍ ଏସଏଚଜି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ବେଳେ ପୁଲିସ ଦୁଇଟି ଅପରାଧିକ ମାମଲା ରୁଜୁ କରିଛି ।

ଅଭିଯୋଗ ଅନୁଯାୟୀ, ଦେବଗଡ଼ ପୌରପାଳିକା ପକ୍ଷରୁ ମୁକ୍ତା ଯୋଜନାରେ ଟାଉନ୍ ହଲ୍ ପାଚେରୀ ନିର୍ମାଣ ପାଚେରୀ ନିର୍ମାଣ ଲାଗି ହରିଓମ୍ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୪ ଲକ୍ଷ ୬୫ ହଜାର ୩ ଶହ ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା । କାର୍ଯ୍ୟାଦେଶ ପାଇଲା ପରେ ସେମାନେ ପାଚେରୀ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ । ମାତ୍ର ସୋମବାର ସକାଳ ପ୍ରାୟ ୧୦ଟା ବେଳେ ଅଚାନକ ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀ ତାଙ୍କର କିଛି ଗୁଣ୍ଡାଶ୍ରେଣୀୟ ସମର୍ଥକଙ୍କ ସହ ସେଠାରେ ପହଞ୍ଚି ଶାବଳ ଓ ଗଇଁତିରେ ଏହାକୁ ଭାଙ୍ଗିବା ଆରମ୍ଭ କରିଥିଲେ । ସଂପୃକ୍ତ ମହିଳାମାନେ ବାରଣ କରିବାରୁ ସେମାନେ ଧମକଚମକ ଦେବା ସହ ଗାଳିଗୁଲଜ କରିଥିଲେ ।

ଆଇନକୁ ହାତକୁ ନେଇଥିବା ବିଧାୟକଙ୍କ ବିରୋଧରେ ପୌରପାଳିକା ଏବଂ ହରିଓମ୍ ମହିଳା ଏସଏଚଜି ପକ୍ଷରୁ ତୁରନ୍ତ ଥାନାରେ ଏତଲା ଦିଆଯାଇଥିଲା । ବିଧାୟକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଥିବା ବେଳେ ଆଜି ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିଲେ । ସମ୍ବଲପୁରର ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ ମଧ୍ୟ ବିଧାୟକଙ୍କ ଆଚରଣକୁ ବିରୋଧ କରି ଗଣମାଧ୍ୟମରେ ବିଷୋଦଗାର କରିଛନ୍ତି ।

ଅନ୍ୟପକ୍ଷରେ ବିଧାୟକଙ୍କ ଏତାଦୃଶ ଆଚରଣକୁ ବିରୋଧ କରିଛି ବିଜେଡି । ଏଥିପାଇଁ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଛି । ଏସଏଚଜି ମହିଳାଙ୍କୁ ଧମକଚମକ ଓ ଅପମାନିତ କରିଥିବା ବିଜେପି କ୍ଷମା ନ ମାଗିଲେ ବ୍ୟାପକ ଆନେ୍ଦାଳନ କରିବାକୁ ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହି ପ୍ରସଙ୍ଗକୁ ନେଇ ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଥିଲେ ଯେ ରାଜ୍ୟ ସରକାର ମା’ ମାନଙ୍କୁ ସ୍ୱାବଲମ୍ବୀ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ କରୁଥିବା ବେଳେ ବିଜେପି ନେତାମାନେ ମା’ ମାନଙ୍କୁ ଅପମାନିତ କରୁଛନ୍ତି । ନିର୍ଯ୍ୟାତନା ଦେଉଛନ୍ତି ଏବଂ ଧମକ ଚମକ ଦେଇ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟତମ ମୁଖପାତ୍ର ଇପସିତା ସାହୁ ବିଧାୟକଙ୍କ ପୁରୁଣା ଅପରାଧିକ ରେକର୍ଡ ଖୋଲିଥିଲେ । ଅନ୍ୟତମ ମୁଖପାତ୍ର ଗୌତମବୁଦ୍ଧ ଦାସ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଗତ ୨୦୨୨ ଏପ୍ରିଲ୍ ୩୦ ରେ ବିଧାୟକ ଶ୍ରୀ ପାଣିଗ୍ରାହୀ ତିଳେଇବଣି ବ୍ଲକ୍ ର ତତ୍କାଳୀନ ବିଡିଓଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ ।

ତେବେ ଗତକାଲିର ଅଭିଯୋଗ ସଂକ୍ରାନ୍ତରେ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଶେଷ ଖବର ଅନୁଯାୟୀ, ପୁଲିସ ତାଙ୍କର ୩ ଜଣ ସମର୍ଥକଙ୍କୁ ଗିରଫ କରିଛି ।

Previous Post

ସଠିକ୍ ସମୟରେ ଟୀକାକରଣ ଏବଂ ପାପ୍ ସ୍କ୍ରିନିଂ ଦ୍ୱାରା ଗର୍ଭାଶୟ କର୍କଟ ଚିକିତ୍ସା ସମ୍ଭବ: କିମ୍‌ସ ଡାକ୍ତର

Next Post

ହକି ବିଶ୍ୱକପ୍ ଉଦଘାଟିତ

Next Post
ହକି ବିଶ୍ୱକପ୍ ଉଦଘାଟିତ

ହକି ବିଶ୍ୱକପ୍ ଉଦଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA