Saturday, April 18, 2026 11:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ

ବିଷ୍ଣୁ ସେଠୀ, ଜୟନାରାୟଣ ମିଶ୍ର, ମୋହନ ମାଝୀ ସସପେଣ୍ଡ୍

by Our Correspondent
03 Apr, 2021- 05:55 PM
in Latest News, News, Politics
1 min read
0
ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ

ଭୁବନେଶ୍ୱର: ଗଣତନ୍ତ୍ରର ମନ୍ଦିର ପବିତ୍ର ବିଧାନସଭାରେ ଆଜି ବାଚସ୍ପତିଙ୍କ ଉପରକୁ ବିଜେପି ବିଧାୟକମାନେ ଚପଲ ଫିଙ୍ଗିଛନ୍ତି । ଗୃହର ମଧ୍ୟଭାଗରେ ହଟ୍ଟଗୋଳ ବେଳେ ସେମାନେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚପଲ, ଖାତା, ହେଡଫୋନ୍ ଏବଂ ଡଷ୍ଟବିନ୍ ଫିଙ୍ଗିଥିଲେ । ଚପଲ ଫିଙ୍ଗିଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଏବଂ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ବାଚସ୍ପତି ଗୃହରୁ ସସପେଣ୍ଡ କରିଛନ୍ତି । ଚଳିତ ଅଧିବେସନର ଅବଶିଷ୍ଟ ଦିନ ସେମାନେ ଗୃହରେ ଯୋଗ ଦେଇପାରିବେ ନାହିଁ ।

‘ହଁ ଆମେ ଚପଲ ଫିଙ୍ଗିଛୁ’ ବୋଲି ବିଷ୍ଣୁ ସେଠୀ, ଜୟନାରାୟଣ ମିଶ୍ର ଏବଂ ମୋହନ ମାଝୀ ଗଣମାଧ୍ୟମରେ ପ୍ରଥମେ ଦମ୍ଭ ଦେଖାଇଥିଲେ ମଧ୍ୟ ସେମାନେ ନିଜେ ଫିଙ୍ଗିନାହାନ୍ତି ବୋଲି ସଫେଇ ଦେଇଥିଲେ । ମାତ୍ର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହର ଫୁଟେଜ୍ ଭଲଭାବେ ଯାଞ୍ଚ କଲା ପରେ ଏହି ତିନି ଜଣ ଚପଲ ଫିଙ୍ଗିଥିବା ସ୍ପଷ୍ଟ ହୋଇଥିଲା । ବିଜେପି ସଦସ୍ୟଙ୍କ ଏଭଳି ଲଜ୍ଜାଜନକ ଆଚରଣକୁ ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଥିଲେ ମଧ୍ୟ ସେମାନେ କିନ୍ତୁ ଅନୁତପ୍ତ ନୁହଁନ୍ତି । ଯାହା କରିଛନ୍ତି ଠିକ୍ କରିଛନ୍ତି ବୋଲି ଜୟନାରାୟଣ କହିଛନ୍ତି ।

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଥିବା ବିଧାୟକମାନଙ୍କୁ ଗୃହରୁ ସସପେଣ୍ଡ କରିବାକୁ ବିଜେଡ଼ି ସଦସ୍ୟମାନେ ଗୃହରେ ଦାବି କରିଥିଲେ । ଏହା ବାଚସ୍ପତିଙ୍କ ପଦମର୍ଯ୍ୟାଦା କ୍ଷୂର୍ଣ୍ଣ କରିବା ସହ ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଥିଲେ । ଏହାପରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସଂପୃକ୍ତ ବିଧାୟକଙ୍କୁ ସସପେଣ୍ଡ କରିବା ପାଇଁ ପ୍ରସ୍ତାବ ଆଣିଥିଲେ । ଗୃହରେ ଏହା ସମ୍ମତି ଲାଭ କରିବା ପରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ । ବିଷ୍ଣୁ ସେଠୀ, ଜୟନାରାୟଣ ମିଶ୍ର ଏବଂ ମୋହନ ମାଝୀଙ୍କୁ ତୁରନ୍ତ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଥିଲେ ।

ଘଟଣାର ପୃଷ୍ଠଭୂମି: ଆଜି ବିଧାନସଭାରେ କଂଗ୍ରେସ ପକ୍ଷରୁ ଖଣି ଦୁର୍ନୀତି ପ୍ରସଙ୍ଗରେ ଦିଆଯାଇଥିବା ମୁଲତବୀ ନୋଟିସ୍ କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଗ୍ରାହ୍ୟ କରିବାରୁ ଶୁନ୍ୟକାଳରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଫଳରେ ଗୃହ ଚାଲିପାରି ନ ଥିଲା । ଗୃହରେ ସ୍ୱାଭାବିକ ଅବସ୍ଥା ଫେରାଇବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଏହାପରେ ବାଚସ୍ପତି ଗୃହକାର୍ଯ୍ୟକୁ ୩୦ ମିନିଟ୍ ବୃଦ୍ଧି କରି କିଛି ବିଲ୍ ପାରିତ ପାଇଁ ପଦକ୍ଷେପ ନେଇଥିଲେ ।

ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଏହାର ପ୍ରତିବାଦ କରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ଆଉ ସେତିକିବେଳେ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ୍ କୁ ଲକ୍ଷ୍ୟ କରି ଫିଙ୍ଗାଫୋପଡ଼ା କରିଥିଲେ । କିଏ ଚପଲ ତ ଆଉ କିଏ ହେଡଫୋନ୍, କାଗଜ, କଲମ୍ ଯାହା ପାଇଲେ ଫିଙ୍ଗି ଚାଲିଲେ । କେହି ବିଧାୟକ ଡଷ୍ଟବିନ୍ ବି ଫିଙ୍ଗିବାକୁ ଭୁଲିଲେ ନାହିଁ । ତେବେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ଗୃହରେ ଲୋକାୟୁକ୍ତ ସଂଶୋଧନ ବିଲ୍ ଏବଂ ସମିତି ପଞ୍ଜିକରଣ ସଂଶୋଧନ ବିଲ୍ ପାରିତ ହୋଇଥିଲା ।

ଏହି ଘଟଣା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ଆଇନ ତା’ ବାଟରେ ଯିବ । କିଏ ଚପଲ ଫିଙ୍ଗିଛନ୍ତି ତାହା ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ।

ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚପଲ ଫିଙ୍ଗା ଘଟଣାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିନ୍ଦା କରିଛନ୍ତି । ଏହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଓ ବିଧାନସଭା ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେ କହିଛନ୍ତି ।

Previous Post

ସୋମବାରଠାରୁ ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ

Next Post

ପିପିଲିରେ ଏବେଠାରୁ ଟଙ୍କା ବର୍ଷା !

Next Post
ପିପିଲିରେ ଏବେଠାରୁ ଟଙ୍କା ବର୍ଷା !

ପିପିଲିରେ ଏବେଠାରୁ ଟଙ୍କା ବର୍ଷା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA