Saturday, June 27, 2026 03:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପିପିଲିରେ ଏବେଠାରୁ ଟଙ୍କା ବର୍ଷା !

ବାଇକରେ ୫୦ ଲକ୍ଷ ଆଣିବା ବେଳେ ଧରାପଡ଼ିଲେ ୨ ବିଜେପି ସମର୍ଥକ

by Our Correspondent
05 Apr, 2021- 11:30 PM
in Latest News, News, Politics
1 min read
0
ପିପିଲିରେ ଏବେଠାରୁ ଟଙ୍କା ବର୍ଷା !

ଭୁବନେଶ୍ୱର: ପିପିଲି ନିକଟ ତରାକାଜ ଛକରେ ଏକ ପଲସରରେ ଯାଉଥିବା ଦୁଇଜଣ ଯୁବକଙ୍କଠାରୁ ପୁଲିସ ୫୦ ଲକ୍ଷ ଟଙ୍କା ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି । ଗିରଫ ଯୁବକଦ୍ୱୟ ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହଯୋଗୀ ବୋଲି ଜଣାପଡ଼ିଛି । ଭୋଟରଙ୍କୁ ଟଙ୍କା ଦେବା ପାଇଁ ଏହି ଟଙ୍କା ଆସୁଥିବା ଅନୁମାନ କରାଯାଉଛି ।

ଆଜି ଦିନ ୨ ଟା ବେଳେ ପୁଲିସ ଚେକିଂରେ ଧରାପଡ଼ିଥିଲେ ଏହି ଯୁବକ । ଏକ ନୀଳ ରଙ୍ଗର ପଲସର୍(ଓଆର ୧୩ ଜି ୬୬୭୨) ରେ ସେମାନେ ଭୁବନେଶ୍ୱରରୁ ଆସୁଥିଲା ବେଳେ ପିପିଲି ଟୋଲ୍ ଗେଟ୍ ଠାରେ ପୁଲିସ ଚେକିଂ ସ୍କ୍ୱାଡ୍ ର ସନେ୍ଦହ ନଜର ପଡ଼ିଥିଲା । ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ପୁଲିସ । ମାତ୍ର ଦୁଇ ଯୁବକ ଗାଡ଼ି ନ ଅଟକାଇ ସେଠାରୁ ଖସି ଆସିଥିଲେ । ନିଜେ ଏସଡିପିଓ ଦେବଦତ୍ତ ବରାଳ ଏବଂ ଆଇଆଇସି ଗୌରାଙ୍ଗ ପୃଷ୍ଟି ସେମାନଙ୍କ ପିଛା କରି ତରାକାଜ ଛକ ନିକଟରେ ଧରିଥିଲେ ।

ସେମାନଙ୍କ ପାଖରୁ ମିଳିଥିବା ନାଲି ରଙ୍ଗର ବ୍ୟାଗ୍ ରେ ୨୦ ବିଡ଼ା ୫୦୦ ଟଙ୍କିଆ ନୋଟ୍ ଥିଲା । ସମୁଦାୟ ୫୦ ଲକ୍ଷ ଟଙ୍କା ଥିବା ଯୁବକ ଦ୍ୱୟ ପୁଲିସ ନିକଟରେ ବୟାନ ଦେଇଛନ୍ତି । ତେବେ ଟଙ୍କା କୋଉଠୁ ଆଣିଲେ ଏବଂ କୁଆଡ଼େ ନେଉଥିଲେ ସେ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି । ପୁଲିସ ସେମାନଙ୍କୁ ଗିରଫ କରି ପଚରାଉଚୁରା ଚଳାଇଛି ।

ଅନ୍ୟପକ୍ଷରେ ଟଙ୍କା ନେଇ ଆସୁଥିବା ଏହି ଦୁଇ ଯୁବକ ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଖାସ୍ ସହଯୋଗୀ ବୋଲି ଜଣାପଡ଼ିଛି । ଆଶ୍ରିତଙ୍କ ସହ ସେମାନଙ୍କ ଅନ୍ତରଙ୍ଗ ଫଟୋ ସୋସିଆଲ୍ ମିଡ଼ିଆରେ ଘୂରି ବୁଲୁଛି । ଆଶ୍ରିତଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ସେମାନେ ପରିଚାଳନା କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

ଆଜି ପିପିଲି ଏନଏସିରେ ଆଶ୍ରିତ ନିର୍ବାଚନା ପ୍ରଚାର କରୁଥିବା ସମୟରେ ମାତ୍ର ୩୦୦ କିମି ଦୂରରେ ତାଙ୍କର ତଥାକଥିତ ସହଯୋଗୀଙ୍କଠାରୁ ପୁଲିସ ୫୦ ଲକ୍ଷ ଟଙ୍କା ଜବତ କରିଥିବାରୁ ଏହା ହଟଚମଟ ସୃଷ୍ଟି କରିଛି । ଟଙ୍କା କାହାର ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପୁଲିସ ଚେକିଂରୁ ସେମାନେ ଖସିଯିବାକୁ ଉଦ୍ୟମ କରିଥିବାରୁ ଏହା ଯେ କଳାଟଙ୍କା ଏବଂ ପିପିଲି ନିର୍ବାଚନ ଖର୍ଚ୍ଚ ପାଇଁ ଆସୁଥିଲା ତାହା ସ୍ପଷ୍ଟ ଜଣାପଡୁଛି ।
ଏ ସମ୍ପର୍କରେ ଆଶ୍ରିତଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ତେବେ ବିଜେଡ଼ି ଏ ଘଟଣାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ନେଇଛି । ପିପିଲିରେ ପରାଜୟ ଡର ବିଜେପିକୁ ଏବେଠାରୁ ଘାରିଲାଣି । ତେଣୁ ପ୍ରବଳ ଟଙ୍କା ଜରିଆରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଆରମ୍ଭ କରିଦେଲାଣି । ମାତ୍ର ପିପିଲିର ସଚେତନ ଭୋଟର ବିଜେପିର ଏହି ଅସାଧୁ ଉଦ୍ୟମରେ ନ ଭଳି ତାହାକୁ ପଣ୍ଡ କରିବେ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।

ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ଏଭଳି ଅସାଧୁ କାରବାର ଉପରେ ରୋକ୍ ଲଗାଇବା ପାଇଁ ବିହିତ ପଦକ୍ଷେପ ନେବା ପାଇଁ ବିଜେଡ଼ି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଜେଡ଼ି ପ୍ରତିନିଧି ଦଳରେ ଥିଲେ ଡ. ସସ୍ମିତ୍ ପାତ୍ର, ଲେନିନ୍ ମହାନ୍ତି, ସୁଲତା ଦେଓ ଏବଂ ଶ୍ରୀମୟୀ ମିଶ୍ର ।

Previous Post

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ

Next Post

ଅମାନିଆଙ୍କୁ ସାବାଡ୍ ପାଇଁ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍

Next Post
ଅମାନିଆଙ୍କୁ ସାବାଡ୍ ପାଇଁ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍

ଅମାନିଆଙ୍କୁ ସାବାଡ୍ ପାଇଁ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA