Saturday, April 18, 2026 07:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅମାନିଆଙ୍କୁ ସାବାଡ୍ ପାଇଁ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍

ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା, ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକୁ ଅଧିକ ଫୋକସ୍

by Our Correspondent
06 Apr, 2021- 08:31 PM
in Latest News, News
1 min read
0
ଅମାନିଆଙ୍କୁ ସାବାଡ୍ ପାଇଁ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍

ଭୁବନେଶ୍ୱର: ଦ୍ୱିତୀୟ ଲହର କରୋନା ସଂକ୍ରମଣ ରୋକିବା ଲାଗି ବ୍ୟାପକ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଏସପିମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ବୈଠକରେ ସ୍ଥିତି ସମୀକ୍ଷା କଲା ପରେ କୋଭିଡ୍ ପ୍ରୋଟୋକଲ୍ ର କଡ଼ାକଡ଼ି ଅନୁପାଳନ ସହ ସମଗ୍ର ପ୍ରଶାସନିକ କଳକୁ ପୁନର୍ବାର ସଜାଗ କରି ଦେଇଛନ୍ତି । କୋଭିଡ୍ ଅନୁପାଳନକୁ କଡ଼ାକଡ଼ି କରିବା ଲାଗି ରାଜ୍ୟବ୍ୟାପୀ ୧୦ ଦିନ ସ୍ପେଶାଲ୍ ଡ୍ରାଇଭ୍ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଛତିଶଗଡ଼ରେ ଅଧିକ ସଂକ୍ରମଣ ଦୃଷ୍ଟିରୁ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକ ପାଇଁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି ।

କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ବାରମ୍ବାର ହାତ ଧୋଇବା ବାଧ୍ୟତାମୂଳକ । ମାତ୍ର ଏହାର ଅନୁପାଳନରେ ଲୋକମାନେ ଢ଼ିଲା ମାରୁଥିବାରୁ ସଂକ୍ରମଣ ବିପଦ ବଢ଼ୁଛି । କୋଭିଡ କଟକଣା କଡ଼ାକଡ଼ି କରିବାକୁ ପୁଣି ଥରେ ପୁଲିସକୁ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ସାରା ରାଜ୍ୟରେ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସବୁଆଡ଼େ ବହୁ ସଂଖ୍ୟାରେ ପୁଲିସ ମୁତୟନ କରିବାକୁ ଡିଜିପିଙ୍କୁ କୁହାଯାଇଛି ।

ବର୍ତ୍ତମାନ ସ୍ଥିତିରେ ଛତିଶଗଡ଼ ସୀମାନ୍ତ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ଅଧିକ ହେଉଥିବାରୁ ଗ୍ରାଉଣ୍ଡରେ ସ୍ଥିତି ପରଖି ଜରୁରୀ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ସହ ଆବଶ୍ୟକୀୟ ଡାକ୍ତର, ପାରାମେଡ଼ିକସ୍, ଲାବୋରେଟୋରି ଟେକ୍ନିସିଆନ୍ ଙ୍କୁ ତୁରନ୍ତ ପୁନଃନିଯୁକ୍ତି ଦିଆଯିବ । ଡାକ୍ତରଖାନାଗୁଡ଼ିକର ପର୍ଯ୍ୟାପ୍ତ ବେଡ୍, ଆମ୍ବୁଲାନସ୍ ଏବଂ ଅକ୍ସିଜେନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋଗୀ ଚିକିତ୍ସାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନୂତନ କୋଭିଡ ସଚେତନତା ବାର୍ତ୍ତା ବ୍ୟାପକ ଭାବରେ ପ୍ରଚାର କରାଯିବ । ଜିଲ୍ଲାପାଳମାନେ ପଞ୍ଚାୟତସ୍ତରୀୟ ସଦସ୍ୟ, ମିଶନ ଶକ୍ତି ଗ୍ରୁପ୍ ସହ ଯୋଗାଯୋଗରେ ରହି କୋଭିଡ୍ ସଚେତନତା ଏବଂ ଗାଇଡଲାଇନ୍ ଅନୁପାଳନକୁ ସୁନିଶ୍ଚିତ କରିବେ ।

ଦ୍ୱିତୀୟ ଲହର କୋଭିଡ୍ ସଂକ୍ରମଣ ଅଧିକ ମାରାତ୍ମକ ହୋଇଥିବାରୁ ଏହାକୁ ରୋକା ନ ଗଲେ ପରିସ୍ଥିତି ଭୟଙ୍କର ହେବ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି । କୋଭିଡ୍ କଟକଣାକୁ ମାନିବା ସହ ସରକାରୀ କଳକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଡିଜିପି ଶ୍ରୀ ଅଭୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

Previous Post

ପିପିଲିରେ ଏବେଠାରୁ ଟଙ୍କା ବର୍ଷା !

Next Post

କେନ୍ଦ୍ର ଦେଉନି; ୨ ଦିନରେ ବନ୍ଦ ହୋଇପାରେ ଟିକାକରଣ

Next Post
କେନ୍ଦ୍ର ଦେଉନି; ୨ ଦିନରେ ବନ୍ଦ ହୋଇପାରେ ଟିକାକରଣ

କେନ୍ଦ୍ର ଦେଉନି; ୨ ଦିନରେ ବନ୍ଦ ହୋଇପାରେ ଟିକାକରଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA