Saturday, April 18, 2026 05:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Health

କେନ୍ଦ୍ର ଦେଉନି; ୨ ଦିନରେ ବନ୍ଦ ହୋଇପାରେ ଟିକାକରଣ

୪୦୦ ଟିକାଦାନ କେନ୍ଦ୍ରରେ ତାଲା

by Our Correspondent
07 Apr, 2021- 02:57 PM
in Health, Latest News, News
1 min read
0
କେନ୍ଦ୍ର ଦେଉନି; ୨ ଦିନରେ ବନ୍ଦ ହୋଇପାରେ ଟିକାକରଣ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ୍ତ ଭ୍ୟାକସିନ୍ ମେକର୍ ଏବଂ ବିଦେଶ ସପ୍ଲାୟର୍ ଭାବେ ନାଁ କମେଇଥିବା ଆମ ଦେଶ ଭାରତ ତା’ର ନିଜ ରାଜ୍ୟମାନକୁ ଆବଶ୍ୟକୀୟ ଭ୍ୟାକସିନ୍ ଯୋଗାଇବାରେ ବିଫଳ ହୋଇଛି । ଦ୍ୱିତୀୟ ଲହର ସଂକ୍ରମଣ ବେଳକୁ ଝାଡ଼ଖଣ୍ଡରେ ଭ୍ୟାକସିନ୍ ଅଭାବରୁ ଟିକାକରଣ ବନ୍ଦ ହୋଇଯାଇଥିବା ବେଳେ ଆମ ଓଡ଼ିଶାରେ ମଧ୍ୟ ଅନୁରୂପ ଅବସ୍ଥା ହେବାକୁ ଯାଉଛି । ଭ୍ୟାକସିନ୍ ଅଭାବରୁ ବିଭିନ୍ନ ଜିଲ୍ଲାରେ ୪୦୦ କୋଭିଡ୍ ଭ୍ୟାକସିନ୍ ସେଣ୍ଟର ବନ୍ଦ ହୋଇଗଲାଣି । ବର୍ତ୍ତମାନ ପରିସ୍ଥିତିରେ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଭ୍ୟାକସିନ୍ ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ମେଲ୍ ଏବଂ ଚିଠି ଲେଖାଯାଇଥିଲେ ମଧ୍ୟ ଉତ୍ତର ନାହିଁ । କେନ୍ଦ୍ର ନ ଦେଲେ ରାଜ୍ୟରେ ଆଉ ଟିକାକରଣ ସମ୍ଭବ ନୁହେଁ । ୨ ଦିନରେ ଟିକାକରଣ ବନ୍ଦ ହୋଇଯାଇପାରେ ।

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସାରା ରାଜ୍ୟର ପ୍ରାୟ ୧୫୦୦ କେନ୍ଦ୍ରରେ କୋଭିଡ୍ ଭ୍ୟାକସିନେସନ୍(ଟିକାକରଣ) ଚାଲିଥିଲା । ତେବେ ଟିକା କମ୍ ଥିବାରୁ ଇତିମଧ୍ୟରେ ୪୦୦ କେନ୍ଦ୍ର ବନ୍ଦ ହୋଇଗଲାଣି । ବର୍ତ୍ତମାନ ୧୧୩୦ କେନ୍ଦ୍ରରେ ଭ୍ୟାକସିନେସନ୍ ଚାଲିଛି । ମେଲ୍ ଏବଂ ଚିଠି ଲେଖିବା ସତ୍ତ୍ୱେ ରାଜ୍ୟ ପାଇଁ ଆବଶ୍ୟକୀୟ ଟିକା କେନ୍ଦ୍ର ଦେଇନି ।

ଶ୍ରୀ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ପ୍ରତ୍ୟେକ ଦିନ ୨ ଲକ୍ଷ ଟିକାକରଣ ଲକ୍ଷ୍ୟ ରହିଛି । ମାତ୍ର ଟିକାର ଅଭାବ ଯୋଗୁଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିପାରୁନୁ । ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଦେବା ପାଇଁ ଆମେ କେନ୍ଦ୍ରକୁ ଜଣାଇଛୁ । କେନ୍ଦ୍ର ନ ଦେଲେ, ୨ ଦିନରେ ଟିକାକରଣ ବନ୍ଦ ହୋଇଯାଇପାରେ ।

ଗୋଟେ ପଟେ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଆଜି ୭୯୧ ରେ ପହଞ୍ଚିଛି । ଏତିକିବେଳେ ରାଜ୍ୟରେ କୋଭିଡ୍ ଟିକା ଅଭାବ ଜନସାଧାରଣଙ୍କୁ ଆହୁରି ଛାନିଆଁ କରିଛି । କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ରାଜ୍ୟ ସରକାର ମଧ୍ୟ ଏ ଦିଗରେ ଅଧିକ ତତ୍ପର ହେବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ.ମୁରଲୀଧରନଙ୍କ ତଥ୍ୟ ଅନୁଯାୟୀ ଭାରତ ଏ ପର୍ଯ୍ୟନ୍ତ ବିଭିନ୍ନ ରାଷ୍ଟ୍ରକୁ ୪୮୧ ଲକ୍ଷ ରୁ ଅଧିକ ଡୋଜ୍ ଭ୍ୟାକସିନ୍ ଯୋଗାଇ ସାରିଲାଣି । ସେଥିମଧ୍ୟରୁ ୭୩.୫ ଲକ୍ଷ ଡୋଜ୍ ସହାୟତା ଆକାରରେ ଦିଆଯାଇଥିବା ବେଳେ ୨୮୮.୪ ଲକ୍ଷ ଡୋଜ୍ ବିକ୍ରି ହୋଇଛି । ଦେଶରେ କରୋନାର ଦ୍ୱିତୀୟ ଲହର ଆସିଥିବାରୁ ବିଦେଶକୁ ଭ୍ୟାକସିନ୍ ଯୋଗାଣ ସାମୟିକ ଭାବେ ବନ୍ଦ କରାଯାଇଛି ।

Previous Post

ଅମାନିଆଙ୍କୁ ସାବାଡ୍ ପାଇଁ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍

Next Post

ନବମ, ଏକାଦଶ ପିଲାଙ୍କ କ୍ଲାସ୍ ବାତିଲ

Next Post
ନବମ, ଏକାଦଶ ପିଲାଙ୍କ କ୍ଲାସ୍ ବାତିଲ

ନବମ, ଏକାଦଶ ପିଲାଙ୍କ କ୍ଲାସ୍ ବାତିଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA