Monday, April 20, 2026 12:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୋଆ ଏନ୍ଏସ୍ଏସ୍ ପକ୍ଷରୁ ୩ ଦିନିଆ ଯୁବ ନେତୃତ୍ୱ ଶିବିର

by Our Correspondent
28 Dec, 2024- 09:54 PM
in Latest News, News
1 min read
0
ସୋଆ ଏନ୍ଏସ୍ଏସ୍ ପକ୍ଷରୁ ୩ ଦିନିଆ ଯୁବ ନେତୃତ୍ୱ ଶିବିର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ୩ – ଦିନିଆ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ଜାତୀୟ ସେବା ଯୋଜନା ଯୁବ ନେତୃତ୍ୱ ଶିବିର -୨୦୨୪ ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ୧୨୦ରୁ ଊଦ୍ଧ୍ୱର୍ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ଯୋଗ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏନ୍ଏସ୍ଏସ୍ର ଆଂଚଳିକ ନିଦେ୍ର୍ଦଶିକା ସୁଶ୍ରୀ ସରିତା ପଟେଲ୍ ଯୋଗ ଦେଇ କହିଥିଲେ ଯେ ଏହି ନେତୃତ୍ୱ ଶିବିରରେ ଯୋଗ ଦେଇଥିବା ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରୁ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ବହୁତ କିଛି ଶିଖିବାକୁ ମିଳିବ । ଏହି ଶିବିରର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା ପ୍ରତିପାଦନ କରିବା । ଏହା ମାଧ୍ୟମରେ ସେମାନେ କିପରି ସମାଜ ସେବା କରିପାରିବେ ଓ ତାଙ୍କ ମଧ୍ୟରେ ନେତୃତ୍ୱ ନେବାର ମନୋଭାବ ସୃଷ୍ଟି ହେବ ସେ ବିଷୟରେ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ । ନିଜର କମୁ୍ୟନିକେସନ୍ ଦକ୍ଷତାକୁ ସୁଦୃଢ କରିବା ନିତାନ୍ତ ଆବଶ୍ୟକ । ପୁସ୍ତକରୁ ମିଳୁଥିବା ଜ୍ଞାନ ଭିତରେ ନିଜ ଜ୍ଞାନକୁ ସୀମିତ ନ ରଖି ବାହ୍ୟ ଜ୍ଞାନ ବିଷୟରେ ଅବଗତ ହେବା ଜରୁରୀ । ନିଜେ ଶୃଙ୍ଖଳିତ ହେଲେ ହିଁ ସମାଜ ପାଇଁ ରୋଲ୍ ମଡେଲ ହୋଇପାରିବ ବୋଲି ସୁଶ୍ରୀ ପଟେଲ କହିଥିଲେ ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସଭାପତି ଭାବେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ନେତୃତ୍ୱ ନେବା ସହଜ ନୁହେଁ । ଗୋଟିଏ ନେତାକୁ ବହୁତ କିଛି ହରେଇବାକୁ ପଡିଥାଏ । ସେ ନିଜର ସ୍ୱାର୍ଥକୁ ପଛରେ ରଖି ନିଜ ଦଳ ଅବା ସମାଜ ପାଇଁ ନିଜକୁ ସଦାସର୍ବଦା ଉତ୍ସର୍ଗ କରିଥାଏ । ପ୍ରତିକୂଳ ପରିସ୍ଥିତିରେ ନିଜକୁ ଖାପ ଖୁଆଇବା ଏକ ନେତାର ଗୁଣ ବୋଲି ପ୍ରଫେସର ନନ୍ଦ କହିଥିଲେ ।

ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ନେତୃତ୍ୱ ଓ ନେତାର ଭୂମିକା କ’ଣ ହେବା ଉଚିତ୍ ସେ ବିଷୟରେ ସେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗ ଦେଇ କହିଥିଲେ ଯେ ଗୋଟିଏ ନେତା ସବୁବେଳେ ନିଜ ଦଳକୁ ସାଙ୍ଗରେ ନେଇ ଚାଲିବାକୁ ପସନ୍ଦ କରେ । ସେ କେବଳ ନିଜର ଉନ୍ନତି ବିଷୟରେ ଭାବି ନଥାଏ ବରଂ ସେ ସଦାଦର୍ବଦା ନିଜ ଦଳ ଓ ସମାଜର ହିତ ବିଷୟରେ ଚିନ୍ତା କରିଥାଏ । ଶୃଙ୍ଖଳା ଏକ ନେତାର ପ୍ରଥମ ଗୁଣ । ଜଣେ ନେତା ସଦାସର୍ବଦା ‘ନଟ୍ ମି ବଟ୍ ୟୁ’ ଭାବନାକୁ ମନ ଭିତରେ ରଖିବା ଉଚିତ୍ । କଠିନ ପରିଶ୍ରମ ଓ ଅଧ୍ୟବସାୟ ଫଳରେ ସବୁ ସମ୍ଭବପର ହୋଇପାରିବ ବୋଲି ପ୍ରଫେସର ଦାସ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିଦେ୍ର୍ଦଶକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ଦେବା ସହ ଶିବିର ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ପ୍ରଫେସର କମଳଲୋଚନ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

Next Post

ମନ୍ତ୍ରୀ ସୁରଜଙ୍କ ନବାବ ଠାଣି !

Next Post
ମନ୍ତ୍ରୀ ସୁରଜଙ୍କ ନବାବ ଠାଣି !

ମନ୍ତ୍ରୀ ସୁରଜଙ୍କ ନବାବ ଠାଣି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA