Sunday, April 19, 2026 10:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମନ୍ତ୍ରୀ ସୁରଜଙ୍କ ନବାବ ଠାଣି !

କଳିଙ୍ଗ ଷ୍ଟାଡିୟମ୍ ଆଥଲେଟିକ୍ ଟ୍ରାକରେ ଗଡ଼ିଲା ମନ୍ତ୍ରୀଙ୍କ ଗାଡ଼ି

by Our Correspondent
29 Dec, 2024- 06:32 PM
in Latest News, News
1 min read
0
ମନ୍ତ୍ରୀ ସୁରଜଙ୍କ ନବାବ ଠାଣି !

ଭୁବନେଶ୍ୱର: ବୟସ ମାତ୍ର ୨୯ । ବିଧାୟକ ଭାବେ ମାତ୍ର ୨୫ ମାସର ଅଭିଜ୍ଞତା । ମନ୍ତ୍ରୀ ଭାବେ ମାତ୍ର ୬ ମାସର ଅଭିଜ୍ଞତା । ସେ ହେଉଛନ୍ତି ସୂର୍ଯ୍ୟବଂଶୀ ସୂରଜ । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ରାଷ୍ଟ୍ରମନ୍ତ୍ରୀ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଆଥଲେଟିକ୍ ଟ୍ରାକ୍ ରେ ନିଜ ସରକାରୀ ଗାଡ଼ିରେ ବୁଲି ସେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର କାର୍ଯ୍ୟ ପାଇଁ ସେ ସମାଲୋଚିତ ହୋଇଥିବା ବେଳେ ନିଜର ଭୁଲ୍ ପାଇଁ କିନ୍ତୁ ମୁଣ୍ଡ ନୂଆଁଇ ନାହାନ୍ତି । ଓଲଟି ଏହି ଘଟଣା ସାମନାକୁ ଆଣିଥିବା ପୂର୍ବ କ୍ରୀଡ଼ାମନ୍ତ୍ରୀଙ୍କୁ ଟାହିଟାପରା କରିଛନ୍ତି ।

ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଗତକାଲି ତାଙ୍କର ସୋସିଆଲ୍ ମିଡିଆ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଘଟଣା ସାମନାକୁ ଆଣିଥିଲେ । ସେଥିରେ ଦେଖିବାକୁ ମିଳୁଛି ଯେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ସରକାରୀ ଗାଡ଼ିରେ ସିଧା କଳିଙ୍ଗ ଷ୍ଟାଡିୟମ୍ ଆଥଲେଟିକ ଟ୍ରାକ୍ କୁ ଯାଇଛନ୍ତି । ସାଙ୍ଗରେ ଆଉ ଏକ ସରକାରୀ ଗାଡ଼ି ବି ଅଛି । ଟ୍ରାକ୍ ଉପରେ ଦୁଇଟି ଯାକ କାର୍ ଅଟକୁଛି । ମନ୍ତ୍ରୀ ତାଙ୍କ ଗାଡ଼ିରୁ ଓହ୍ଲାଇ ଅନ୍ୟ ଗାଡ଼ିରେ ଆସିଥିବା ଅଧିକାରୀମାନଙ୍କ ସହ ଟ୍ରାକ୍ ପରିଦର୍ଶନ କରୁଛନ୍ତି ।

ଶ୍ରୀ ବେହେରା ତାଙ୍କ କମେଣ୍ଟରେ ଲେଖିଥିଲେ ଯେ ନବୀନ ଓଡ଼ିଶା ଯୁଗରେ କଳିଙ୍ଗ ଷ୍ଟାଡିୟମର ଏହି ଆଥକ୍ଟିକ୍ ଟ୍ରାକ୍ ଅନ୍ତର୍ଜାତୀୟ ଆଥଲେଟମାନଙ୍କ ପାଇଁ ରନିଂ ଟ୍ରାକ୍ ଥିଲା । ବର୍ତ୍ତମାନ ଏହା ଶାସକ ଦଳର ନେତାମାନଙ୍କ ଭେଇକିଲ୍ ରନିଂ ଟ୍ରାକ୍ ହୋଇଛି । ଯାହା ସବୁ କ୍ରୀଡ଼ାପ୍ରେମୀଙ୍କୁ ଆଘାତ ଦେଇଛି । ଓଡ଼ିଶା ପାଇଁ ଏହା ଅତ୍ୟନ୍ତ ଲଜ୍ଜାର ବିଷୟ ।

ଜାତୀୟସ୍ତରର କ୍ରୀଡ଼ା ସାମ୍ବାଦିକ ଚେତନ ଶର୍ମା ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେ ଏହାକୁ ନିନ୍ଦା କରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଭିଡିଓଟିକୁ ମଧ୍ୟ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ଯେ ଏହି ଭିଡିଓଟି ମୁଁ ଏବେ ଏବେ ପାଇଲି । ଏହା କଳିଙ୍ଗ ଷ୍ଟାଡିୟମ୍ ର ବୋଲି ଜାଣିଲି । ସେହି ଟ୍ରାକ୍ ରେ ଦୌଡ଼ିବା ପାଇଁ ଆଥଲେଟମାନଙ୍କୁ ସ୍ୱତନ୍ତ୍ର ଜୋତା ବ୍ୟବହାର କରିବାକୁ ପଡ଼େ । ମାତ୍ର ସେହି ଟ୍ରାକ୍ ରେ ଭିଆଇପିଙ୍କ କାର ଗଡୁଥିବା ଦେଖିବାକୁ ମିଳୁଛି । ଯାହା ସମ୍ପୂର୍ଣ୍ଣ ନିଷେଧ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦୟାକରି ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ।

ଆଥଲେଟିକ୍ ଟ୍ରାକରେ କ୍ରୀଡ଼ାମନ୍ତ୍ରୀଙ୍କର ଗାଡ଼ିଚଢ଼ା ସଉକକୁ ସବୁଆଡୁ ସମାଲୋଚନା ହେଉଥିବା ବେଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୋସିଆଲ୍ ମିଡିଆରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଘଟଣା ସାମନାକୁ ଆଣିଥିବା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଆକ୍ଷେପ କରି ସେ ଲେଖିଛନ୍ତି-

ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଟିକେ ଅଧିକ ସକ୍ରିୟ ଥିବା ଜଣାପଡୁଛି । ଦାୟିତ୍ୱ ଅପସାରଣ ପରେ ସକ୍ରିୟ ଥିବାରୁ ଧନ୍ୟବାଦ । କିଛି ଜରୁରୀ ଓ ଅସ୍ୱାଭାବିକ ପରିସ୍ଥିତି ପାଇଁ ଗାଡ଼ି ଥିଲା । ଖେଳାଳି ଓ କର୍ମଚାରୀଙ୍କ ଗୋପନୀୟତା ଦୃଷ୍ଟିରୁ କୁହାଯିବନି ।

ନିଜର ଭୁଲ ସ୍ୱୀକାର କରିବା ପରିବର୍ତ୍ତେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁରଜଙ୍କର ଏଭଳି ପ୍ରତିକ୍ରିୟା ତାଙ୍କୁ ଡବଲ ସମାଲୋଚନାର ଶରବ୍ୟ କରିଛି । ଏହା ନବାବଙ୍କର କାର୍ଯ୍ୟ ଓ ନବାବଙ୍କର ଭାଷା ବୋଲି ଅନେକ କଟୁ ସମାଲୋଚନା କରିଛନ୍ତି । କମ ବୟସରୁ ରାଜନୀତିକୁ ଆସିଥିବା ଏବଂ ନୂଆ ନୂଆ ମନ୍ତ୍ରୀ ହୋଇଥିବା ସୁରଜ ବାବୁଙ୍କଠାରୁ ଏଭଳି ଗର୍ବ ଓ ଅହଂକାର ଆଶା କରାଯାଏନି । ସଦ୍ୟ ପରଲୋକଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭଳି ଜ୍ଞାନୀ, ଗୁଣୀ ଏବଂ ସଫଳ ରାଜନେତାଙ୍କଠାରୁ ବିନମ୍ରତାର ପାଠ ଶିଖିବାକୁ ବନ୍ଧୁମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି ।

Previous Post

ସୋଆ ଏନ୍ଏସ୍ଏସ୍ ପକ୍ଷରୁ ୩ ଦିନିଆ ଯୁବ ନେତୃତ୍ୱ ଶିବିର

Next Post

ବିଭୁ ତ୍ରିପାଠୀ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ନିର୍ବାଚିତ

Next Post
ବିଭୁ ତ୍ରିପାଠୀ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ନିର୍ବାଚିତ

ବିଭୁ ତ୍ରିପାଠୀ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ନିର୍ବାଚିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA