Wednesday, June 24, 2026 09:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାରେ ଚାଲିଲା ୩ଟି ନୂଆ ବନ୍ଦେ ଭାରତ ଟ୍ରେନ

ବ୍ରହ୍ମପୁରରୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀ

by Our Correspondent
15 Sep, 2024- 09:18 PM
in Latest News, News
1 min read
0
ଓଡ଼ିଶାରେ ଚାଲିଲା ୩ଟି ନୂଆ ବନ୍ଦେ ଭାରତ ଟ୍ରେନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ଓଡିଶାରେ ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍‌ସପ୍ରେସ୍‌ରେ ବସି ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନରୁ ଭୁବନେଶ୍ୱର ଫେରିଥିଲେ।

ଏହି ଅବସରରେ ଟ୍ରେନ୍‌ରେ ଉପସ୍ଥିତ ଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନିଜର ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜିଠାରୁ ଓଡିଶାରେ ରେଳ ବିକାଶର ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା ।

ଓଡିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡିଶାବାସୀଙ୍କ ପକ୍ଷରୁ କୃତଜ୍ଞତା ପ୍ରକାଶ କରିଥିଲେ । ସେ କହିଥିଲେ ଯେ ବର୍ତ୍ତମାନ ଓଡିଶାର ଗୋଟିଏ ଦୁଇଟି ଜିଲ୍ଲାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଜିଲ୍ଲାକୁ ରେଳ ସଂଯୋଗ ହୋଇଛି । ଖୁବ ଶୀଘ୍ର ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାକୁ ରେଳ ସଂଯୋଗ କରାଯିବ ଏବଂ ଆଗାମୀ ଦିନରେ ସବ୍‌ଡିଭିଜନ ସ୍ତର ପର୍ଯ୍ୟନ୍ତ ରେଳ ସଂଯୋଗୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀ ଗସ୍ତ ସମୟରେ ସେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ ଓଡିଶାରେ ରେଳ ବିକାଶ ସଂପର୍କରେ ଆଲୋଚନା କରିଥିଲେ । ରେଳମନ୍ତ୍ରୀ କହିଥିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଓଡିଶାରେ ରେଳ ବିକାଶ ପାଇଁ ସମସ୍ତ ସହଯୋଗ ଜାରି ରଖିବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାରେ ରେଳ ବିକାଶ ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି। ଓଡିଶାରେ ରେଳ ଭିତ୍ତିଭୂମି ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ପୂର୍ବ ସରକାରଙ୍କ ସମୟରେ ବିଶେଷ ସହଯୋଗ ମିଳୁ ନ ଥିଲା। ବର୍ତ୍ତମାନ ଯେହେତୁ ଓଡିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି, ତେଣୁ ରେଳ ବିକାଶ ପାଇଁ ଉପୁଜୁଥିବା ସମସ୍ତ ପ୍ରତିବନ୍ଧକକୁ ହଟାଯାଇ ରେଳ ବିକାଶ ପ୍ରକ୍ରିୟା ଆହୁରି ତ୍ବରାନ୍ବିତ ହେବ ।

ଓଡିଶାରେ ରେଳ ବିକାଶ ହେଲେ ରାଜ୍ୟର ପର୍ଯ୍ୟଟନ, ବାଣିଜ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆସିବା ସହିତ ଆମର ଅର୍ଥନୀତି ସୁଦୃଢ ହେବ ବୋଲି ଶ୍ରୀ ମାଝୀ ଗଣମାଧ୍ୟମକୁ କହିଥିଲେ ।

ମୁଖ୍ୟମନ୍ତ୍ରୀ ରେଳ ଯୋଗେ ଆସିବା ସମୟରେ ଚିଲିକାର ମନୋରମ ଦୃଶ୍ୟ ଦେଖି ଅଭିଭୂତ ହୋଇଥିଲେ । ବନ୍ଦେ ଭାରତ ଟ୍ରେନ୍‌ରେ ଆସୁଥିବା ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପ କରି ଏହି ଅତ୍ୟାଧୁନିକ ବନ୍ଦେ ଭାରତ ଟ୍ରେନ୍‌ ସଂପର୍କରେ ବୁଝାଇଥିଲେ ଏବଂ କହିଥିଲେ ଯେ ତୁମ ମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଆଜି ଓଡିଶାରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ତୁମ ମାନଙ୍କ ପାଇଁ ସବୁ କ୍ଷେତ୍ରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରାଯାଉଛି । ଏହି ଟ୍ରେନ୍‌ରେ ଥିବା ଅନ୍ୟ ଯାତ୍ରୀ ମାନଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସଂପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଫେରିଥିଲେ । ବାଲୁଗାଁ ଷ୍ଟେସନଠାରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସାଂସଦ ସଂବିଦ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଖୋର୍ଦ୍ଧା ରୋଡ ଷ୍ଟେସନରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆସିଥିଲେ।

Previous Post

XIM Bhubaneswar Hosts Business Excellence Summit, 2024

Next Post

କାଲିଠାରୁ ମିଳିବ ସୁଭଦ୍ରା ଟଙ୍କା

Next Post
କାଲିଠାରୁ ମିଳିବ ସୁଭଦ୍ରା ଟଙ୍କା

କାଲିଠାରୁ ମିଳିବ ସୁଭଦ୍ରା ଟଙ୍କା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA