Tuesday, April 21, 2026 11:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କାଲିଠାରୁ ମିଳିବ ସୁଭଦ୍ରା ଟଙ୍କା

ପ୍ରଧାନମନ୍ତ୍ରୀ ମୋଦୀ କରିବେ ଶୁଭାରମ୍ଭ

by Our Correspondent
16 Sep, 2024- 09:06 PM
in Latest News, News
1 min read
0
କାଲିଠାରୁ ମିଳିବ ସୁଭଦ୍ରା ଟଙ୍କା

ଭୁୁବନେଶ୍ୱର: କାଲି ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ୫ ହଜାର ଟଙ୍କା ଯିବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଜନତା ମଇଦାନରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରଚାର କରିଛନ୍ତି । ରାଜ୍ୟର ୧ କୋଟିରୁ ଅଧିକ ମହିଳା ଏଥିରେ ଉପକୃତ ହେବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୃଢ଼ତାର ସହ କହିଛନ୍ତି । ଏହି ଯୋଜନାରେ ନାମ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି ଏବଂ ଏହାର କୌଣସି ଶେଷ ତାରିଖ ନାହିଁ । ମାର୍ଚ୍ଚ ମାସ ଦ୍ୱିତୀୟ କିସ୍ତି ଟଙ୍କା ଆସିବା ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିବ ବୋଲି ସେ କହିଛନ୍ତି । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପଞ୍ଜିକୃତ ହିତାଧିକାରଙ୍କୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଟଙ୍କା ବାଣ୍ଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ବିମାନମନ୍ଦରରେ ପହଞ୍ଚିବେ । ସେଠୁ ସିଧା ଯିବେ ଗାଡ଼ÿକଣ ଗାଁ । ୧୧ଟା ୧୦ରେ ସେଠି ପହଞ୍ଚିବେ । ୧୧ଟା ୧୫ରୁ ୧୧ଟା ୪୫ ଯାଏଁ ୨୦ ଜଣ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ୧୧ଟା ୪୫ରେ ପ୍ରଧାନମନ୍ତ୍ରୀ ଗାଡ଼କଣ ଛାଡ଼ିବେ ଏବଂ ୧୧ଟା ୫୫ରେ ଜନତା ମଇଦାନ ପହଞ୍ଚିବେ । ସେଠି ସୁଭଦ୍ରା ଯୋଜନାର ସହ ଗୋଠପାଟଣା ସ୍ପୋର୍ଟସ ଭେଲିର ଶିଳାନ୍ୟାସ କରିବେ । ତା’ସହ ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ବାଣ୍ଟିବେ । ୨୬ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଓ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ । ଏହାବାଦ୍ ୨୮ ଶହ କୋଟିର ରେଳ ପ୍ରକଳ୍ପ ଏବଂ ୧ ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପ ଲୋକାର୍ପଣ କରିବେ । ଅପରାହ୍ନ ୧ଟା ୨୦ରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ସେଥିରେ ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି ସହ ସାଦା ପୋଷାକରେ ବି ସୁରକ୍ଷାକର୍ମୀ ରହିବେ । ୬ କମ୍ପାନୀ ସିଆରପିଏଫ୍ ଯବାନ ମଧ୍ୟ ନିୟୋଜିତ ହେବେ । ସକାଳ ୭ଟାରୁ ଅପରାହ୍ନ ୩ଟା ଯାଏଁ ଜୟଦେବ ବିହାର- ନାଲକୋ ଛକ ରାସ୍ତାରେ ଟ୍ରାଫିକ କଟକଣା ଜାରି ହୋଇଛି । ଏହି ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ଲୋକମାନେ ଓମଫେଡ୍ ଛକ- ସୈନିକ ସ୍କୁଲ ଛକ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ବାଟେ ଯା’ ଆସ କରିପାରିବେ ।

ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କୁ ପ୍ରବଞ୍ଚନା: ବିଜେଡି

ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ଏହା ଯୋଜନାରେ ଓଡିଶାର ମହିଳାଙ୍କୁ ପ୍ରବଞ୍ଚନା କରାଯାଇଛି ଏବଂ ଠକାମୀର ଶିକାର ହୋଇଥିବା ମହିଳାଙ୍କ ଆଖିରେ ଧୂଳି ପକାଇ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି ବୋଲି ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି ।

ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ବର୍ଷକୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ବିଜେପି ନେତାମାନେ ବିଭିନ୍ନ ସଭାସମିତିରେ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପକ୍ଷରେ ୨ ବର୍ଷରେ ୫୦ ହଜାର ଟଙ୍କା ଦିଆଯିବ ବୋଲି ଦଳର ନିର୍ବାଚନୀ ଇସ୍ତାହାରରେ କୁହାଯାଇଥିଲା । ମାତ୍ର ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ଶେଷରେ ସ୍ଥିର କରି ଓଡ଼ିଶାର ମହିଳାମାନଙ୍କୁ ଭଣ୍ଡାଇଛନ୍ତି । ୫ ହଜାର ଟଙ୍କାରେ ମହିଳା କେମିତି ଉଦ୍ୟୋଗୀ ଏବଂ ସଶକ୍ତ ହେବେ ବୋଲି ସେ ପ୍ରଶ୍ନ କରି ଏହା ମହିଳାଙ୍କୁ ପ୍ରତାରଣା ବୋଲି କହିଛନ୍ତି ।

 

Previous Post

ଓଡ଼ିଶାରେ ଚାଲିଲା ୩ଟି ନୂଆ ବନ୍ଦେ ଭାରତ ଟ୍ରେନ

Next Post

ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Next Post
ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA