Wednesday, June 24, 2026 07:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ୫ ହଜାର ଟଙ୍କା

by Our Correspondent
17 Sep, 2024- 06:35 PM
in Latest News, News
1 min read
0
ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ସୁଭଦ୍ରା ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରର ଜନତା ମଇଦାନରେ ଏଥିପାଇଁ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ସୁଇଚ୍ ଟିପି ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ରାଶି ବାବଦରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ।

ରାଜ୍ୟ ବିଜେପି ସରକାର ଏହି ଯୋଜନାକୁ ବ୍ୟକ୍ତିଗତ ମହିଳାକେନ୍ଦ୍ରିକ ଯୋଜନା ଭାବେ ଅଭିହିତ କରିଛନ୍ତି । ଏଥିରେ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ପ୍ରତି ବର୍ଷ ୧୦ ହଜାର ଟଙ୍କା ମିଳିବ । ଏହିଭଳି ଭାବେ ୫ ବର୍ଷରେ ସେମାନେ ପାଇବେ ୫୦ ହଜାର ଟଙ୍କା । ଗୋଟିଏ କିସ୍ତି ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସ ଏବଂ ଦ୍ୱିତୀୟ କିସ୍ତି ରାକ୍ଷୀ ପୂର୍ଣ୍ଣିମା ଦିନ ଦିଆଯିବ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ଏହି ଯୋଜନା ମା’ ଓ ଭଉଣୀମାନଙ୍କୁ ସଶକ୍ତ କରିବ । ଓଡ଼ିଶାର ବିକାଶରେ ନାରୀ ସଶକ୍ତିର ସମାନ ଭାଗିଦାରୀ ରହିବ । ଡବଲ ଇଞ୍ଜିନ୍ ସରକାର ଓଡ଼ିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବ ।

ନିର୍ବାଚନ ସମୟରେ ଆମେ କହିଥିଲୁ, ଓଡ଼ିଶାରେ ଆମ ସରକାର ଗଠନ ହେଲେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବୁ, ରତ୍ନଭଣ୍ଡାର ମଧ୍ୟ ଖୋଲିବୁ । ଆମେ ଆମ ପ୍ରତିଶ୍ରୁତି ପାଳନ କଲୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଓଡ଼ିଶାର ନୂଆ ସରକାର ସାଧାରଣ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଥିବାରୁ ପ୍ରଧାନମନ୍ତ୍ରୀ ଟିମ୍ ମୋହନଙ୍କୁ ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାରା ଓଡ଼ିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କ ଭାଷଣ ଆରମ୍ଭ କରିଥିଲେ । କହିଥିଲେ, ନିର୍ବାଚନ ପୂର୍ବରୁ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାକୁ ଆଜି ୧୦୦ ଦିନ ମଧ୍ୟରେ ପୂରଣ କରିଛୁ । ସୁଭଦ୍ରା ଯୋଜନା ଆମ ରାଜ୍ୟ ପାଇଁ ସବୁଠାରୁ ବଡ଼ ଜନ ହିତକାରୀ ଯୋଜନା ।

ସୁଭଦ୍ରା ଯୋଜନା ନାମକରଣର ଯଥାର୍ଥତା ବୁଝାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଜଗନ୍ନାଥ ସଂସ୍କୃତିରେ ମା’ ସୁଭଦ୍ରା ହେଉଛନ୍ତି ଶକ୍ତି ସ୍ୱରୂପିଣୀ ଓ ସମାନତାର ପ୍ରତୀକ । ଜଣେ ମହିଳା ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ଓ ସ୍ୱାବଲମ୍ବୀ ହେଲେ, ପରିବାରର ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ସୁଦୃଢ଼ ହୋଇଥାଏ । ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ଏବଂ ଅର୍ଥନୈତିକ ପ୍ରଗତି ପାଇଁ ସୁଯୋଗ ପ୍ରଦାନ କରିବାକୁ ଓଡ଼ିଶା ସରକାର ଏହି ପ୍ରଗତିଶୀଳ ତଥା ବୈପ୍ଲବିକ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଏକ ବିକଶିତ ରାଜ୍ୟ ହେବା ପାଇଁ ଯାତ୍ରା ଆରମ୍ଭ କରିଛି । ୨୦୩୬ ସୁଦ୍ଧା ଓଡ଼ିଶାକୁ ଭାରତର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାର ଲକ୍ଷ୍ୟ ପୂରଣ ଦିଗରେ ଏହି ଯୋଜନା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ୨୦୩୬ ରେ ଯେତେବେଳେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବ, ସେତେବେଳେ ଆମ ଜିଡିପି ୫୦୦ ବିଲିୟନ ଡଲାରରେ ପହଞ୍ଚିବ ଏବଂ ୨୦୪୭ରେ ଏହା ୧.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ।

ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ ଯେ ରାଜ୍ୟରେ ଆଜି ସୁଦ୍ଧା ୭୨ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜୀକୃତ ହେଲେଣି । ବିକଶିତ ଓଡ଼ିଶାର ଏହା ମୂଳପିଣ୍ଡ ହେବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ରଘୁବର ଦାସ, ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଅନେକ ସାଂସଦ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ସୂଚନାଥାଉକି, କେନ୍ଦ୍ରରେ ଏନଡିଏ ସରକାର ତୃତୀୟ ପାଳିର ୧୦୦ ଦିନ ପୂର୍ତ୍ତି ଏବଂ ଆଜି ତାଙ୍କର ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡ଼ିଶା ଗସ୍ତ କରିଥିଲେ । ଏହି ଅବସରରେ ଆହୁରି ଅନେକ ଜନକଲ୍ୟାଣ ଯୋଜନାର ମଧ୍ୟ ଶୁଭାରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀ ଓଡିଶାରେ ୨,୮୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ୪ଟି ପ୍ରକଳ୍ପ ପାଇଁ ଭିତ୍ତି ରଖିଥିବା ବେଳେ ଆଉ ୪ଟି ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରିଥିଲେ। ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ଲାଞ୍ଜିଗଡ ରୋଡ୍‌- ଅମ୍ବାଦୋଳା- ଦହିକାଲୁ ତୃତୀୟ ଲାଇନ୍, ଲକ୍ଷ୍ମୀପୁର ରୋଡ୍‌- ସିଙ୍ଗାରାମ- ଟିକିରି ଦୋହରୀକରଣ, ବାଙ୍ଗୁରକେଲା-ନୂଆଗାଁ ଦୋହରୀକରଣ ଏବଂ ଢେଙ୍କାନାଳ- ସଦାଶିବପୁର- ହିନ୍ଦୋଳ ରୋଡର ତୃତୀୟ ଓ ଚତୁର୍ଥ ଲାଇନ୍‌। ସେହିପରି ପାରାଦୀପ- ବଡବନ୍ଧ ତୃତୀୟ ଓ ଚତୁର୍ଥ ଲାଇନ୍, MCRL ଭିତର କରିଡର ପ୍ରଥମ ପର୍ଯ୍ୟାୟର ଦୋହରୀକରଣ, ଜୟପୁର- ନବରଙ୍ଗପୁର ନୂତନ ଲାଇନ୍ ଓ ସିଜୁ ଏବଂ ପାରଦୀପ କୋଚିଙ୍ଗ ୟାର୍ଡ ମଧ୍ୟରେ ଫ୍ଲାଇ ଓଭର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ସବୁ ପ୍ରକଳ୍ପ ଗୁଡିକ ଦ୍ୱାରା ଆଞ୍ଚଳିକ ଅର୍ଥନୀତିରେ ଉନ୍ନତି ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧,୦୦୦ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଦେଶର ୩୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଦିଆଗଲା। ଏଥିରୁ ୨୬ ଲକ୍ଷ ଘର ଗାଁରେ ରହୁଥିବା ଲୋକଙ୍କୁ ମିଳିଥିବା ବେଳେ ୪ ଲକ୍ଷ ଘର ସହରରେ ରହୁଥିବା ଲୋକଙ୍କୁ ମିଳିଛି। ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ପାଇଁ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା। ୧୫ ଲକ୍ଷ ଆବାସ ପାଇଁ ସ୍ୱୀକୃତି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଆବାସ ପ୍ଲସ ୨୦୨୪ ମୋବାଇଲ ଆପ୍‌ ର ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ହିତାଧିକାରୀ କେନ୍ଦୁଝରର ଅଞ୍ଜଳି ବାରିକ, ରାୟଗଡାର ହୁଣ୍ଡାଡି ୱାଡକା, ବଲାଙ୍ଗିରର ଅହଲ୍ୟା ବନଛୋର, ମୟୁରଭଞ୍ଜର ଭାରତୀ ମୁଣ୍ଡାକୁ ସୁଭଦ୍ରା ଯୋଜନାର ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ପାଇଁ ଭୁବନେଶ୍ୱରର ଦୁର୍ଗାବତୀ ଭୋଇ ଓ ଶୁଭଶ୍ରୀ ମହାରଣା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ପାଇଁ କୋରାପୁଟର ବିଶ୍ୱନାଥ ପ୍ରଧାନୀ ଓ ସମ୍ବଲପୁରର ସୁରୁବାଲି କିଷାନଙ୍କୁ ଘରର ଚାବି ହସ୍ତାନ୍ତର କରିଥିଲେ।

Previous Post

କାଲିଠାରୁ ମିଳିବ ସୁଭଦ୍ରା ଟଙ୍କା

Next Post

ଗାଡ଼କଣ ଗାଁରେ ମୋଦୀ

Next Post
ଗାଡ଼କଣ ଗାଁରେ ମୋଦୀ

ଗାଡ଼କଣ ଗାଁରେ ମୋଦୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA