ଭୁବନେଶ୍ୱର: ତୃଣମୂଳସ୍ତରରେ ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ପ୍ରକଳ୍ପ କାର୍ଯ୍ୟକାରିତାର ତଦାରଖ, ସାଧାରଣ ଲୋକଙ୍କୁ ଜନସେବା ପ୍ରଦାନ ସହ ସ୍ଥାନୀୟ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ରାଜ୍ୟର ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ମୋଟ୍ ୩୦ଟି ଜିଲ୍ଲା ପାଇଁ ୩୦ଜଣ ବରିଷ୍ଠ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କୁ ନିୟମିତ ଭାବେ ଆବଣ୍ଟିତ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ସହ ସ୍ଥାନୀୟ ପ୍ରଶାସନିକ ସମସ୍ୟାର ସମାଧାନ ଖୋଜିବେ । ସମ୍ପୃକ୍ତ ଅଫିସରମାନେ ଜିଲ୍ଲା ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ମୁଖ୍ୟ ସଚିବଙ୍କ ଅଫିସକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ରାଜ୍ୟର ୧୦ଟି ଆକାଂକ୍ଷା ଜିଲ୍ଲା ଆବଂଟିତ ହୋଇଥିବା ଆଇଏଏସଙ୍କୁ ସ୍ୱତନ୍ତ୍ର ଭାବେ ସବୁ ମାନଦଣ୍ଡ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।
କାହା ଦାୟିତ୍ୱରେ କେଉଁ ଜିଲ୍ଲା
ଶ୍ରୀମତୀ ବୃନ୍ଦା ଡି- ଅନୁଗୁଳ
ନିକୁଞ୍ଜ ବିହାରୀ ଧଳ- ବଲାଙ୍ଗିର
ଏନ୍ ଥିରୁମାଳା ନାଏକ- ବାଲେଶ୍ୱର
ଅର୍ଚ୍ଚନା ପଟ୍ଟନାୟକ-ବରଗଡ଼
ଅରିନ୍ଦମ ଡାକୁଆ- ଭଦ୍ରକ
ଗୁହା ପୁନମ ତାପସ କୁମାର- ବୌଦ୍ଧ
ସୁଜାତା ଆର କାର୍ତ୍ତିକେୟନ- କଟକ
ସୁରେଶ ଚନ୍ଦ୍ର ଦଳେଇ- ଦେବଗଡ଼
ମନୋଜ କୁମାର ମିଶ୍ର- ଢେଙ୍କାନାଳ
ଚିତ୍ରା ଅରୁମଗମ- ଗଜପତି
ଏସ୍ ଅଶ୍ୱସ୍ଥି- ଗଞ୍ଜାମ
ଭାସ୍କରଜ୍ୟୋତି ଶର୍ମା- ଯାଜପୁର
ସତ୍ୟବ୍ରତ ସାହୁ- କଳାହାଣ୍ଡି
ଅନୁ ଗର୍ଗ- ପୁରୀ
ସୁରେଶ କୁମାର ବଶିଷ୍ଠ- ରାୟଗଡ଼ା
ବୀରବିକ୍ରମ ଯାଦବ- ସମ୍ବଲପୁର
ଭୂପେନ୍ଦ୍ର ସିଂ ପୁନିଆ-ସୋନପୁର
ହେମନ୍ତ ଶର୍ମା- ଝାରସୁଗୁଡ଼ା
ଶ୍ରୀକାନ୍ତ ପୃଷ୍ଟି- ଜଗତସିଂହପୁର
ବଲବନ୍ତ ସିଂ-ସୁନ୍ଦରଗଡ଼
ଆର ଯାଦବ- ନୂଆପଡ଼ା
ବି ପରମେଶ୍ୱର- ନୟାଗଡ଼
ଅରବିନ୍ଦ ଅଗ୍ରୱାଲ- ନବରଙ୍ଗପୁର
ବିଶାଳ କୁମାର ଦେବ- ମୟୂରଭଞ୍ଜ
ସଞ୍ଜିବ କୁମାର ଚଢ଼ା- ମାଲକାନଗିରି
ବିଷ୍ଣୁପଦ ସେଠୀ- କୋରାପୁଟ
ଶୁଭା ଶର୍ମା- ଖୋର୍ଦ୍ଧା
ପ୍ରେମଚନ୍ଦ୍ର ଚୌଧୁରୀ- କେନ୍ଦ୍ରାପଡ଼ା
ଦେଓରଞ୍ଜନ ସିଂହ- କେନ୍ଦୁଝର
ଅରବିନ୍ଦ କୁମାର ପାଢ଼ୀ- କନ୍ଧମାଳ