Thursday, June 4, 2026 11:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅସହାୟ କିଶୋରଙ୍କୁ ସାହା ହେଲା ଓଡ଼ିଶା ମୋ ପରିବାର

by Our Correspondent
23 Oct, 2022- 09:39 PM
in Latest News, News
1 min read
0
ଅସହାୟ କିଶୋରଙ୍କୁ ସାହା ହେଲା ଓଡ଼ିଶା ମୋ ପରିବାର
Spread the love

ଭୁବନେଶ୍ୱର: ଓଡ଼ିଶାର ପ୍ରତିଟି ଗାଁ ରୁ ସହର ଯାଏଁ ପ୍ରତ୍ୟେକ ଅସହାୟଙ୍କ ସାଥିରେ ଛିଡାହୋଇଛି ଓଡ଼ିଶା ମୋ ପରିବାର । ଯାହା ଏକ ଜଳଖିଆ ଦୋକାନୀ କିଶୋରଙ୍କ କାହାଣୀରୁ ସ୍ପଷ୍ଟ ଜଣା ପଡୁଛି । ଅର୍ଥ ଅଭାବରୁ ନିଜର ଚିକିତ୍ସା କରାଇ ପାରୁନଥିଲେ, ଆଗକୁ ବଢିବା ପାଇଁ ନିଜ ମନୋବଳ ହରାଇ ଦେଇଥିଲେ । ଏହି ସମୟରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, କିଶୋରଙ୍କୁ ମିଳିଲା ବଞ୍ଚିବାର ରାହା ।

ଭୁବନେଶ୍ଵରସ୍ଥିତ ମଞ୍ଚେଶ୍ଵର ନିକଟବର୍ତ୍ତୀ ଝରଣା ବସ୍ତିର କିଶୋର ବେହେରା ୨୦୧୯ ମସିହା ଜୁଲାଇ ୪ ତାରିଖରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁଠାରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ସେହିଦିନ ଠାରୁ କିଶୋର ଆଉ ଚାଲି ପାରିଲେ ନାହିଁ ଏବଂ ନିଜର ଦୈନନ୍ଦିନ କାମ କରିବା ପାଇଁ ନାନାବିଧ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅର୍ଥାଭାବ ସହିତ ତାଙ୍କର ଲୋକବଳ ବି ନ ଥିଲା, ଯେଉଁଥିପାଇଁ କିଶୋର ହସ୍ପିଟାଲ ନଯାଇ ନିଜକୁ ଘରେ ହିଁ ସୀମିତ ରଖୁଥିଲେ । ବିଭିନ୍ନ ଅନ୍ଧବିଶ୍ଵାସ ଉପରେ ଭରସା କରି ଅନେକ ଥର ବିଫଳ ମଧ୍ୟ ହୋଇଥିଲେ । ସବୁଆଡୁ ନିରାଶ ହୋଇ ଏକ ଜଳଖିଆ ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ।

ତାଙ୍କ ସଂଘର୍ଷମୟ କାହାଣୀ ଏକ ପ୍ରମୁଖ ଗଣମାଧ୍ୟମରେ ଘୁରି ବୁଲିବା ପରେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଶ୍ରୀ ସାମନ୍ତରାୟ ସଙ୍ଗେସଙ୍ଗେ ଓଡ଼ିଶା ମୋ ପରିବାର ଆବାହକଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ସହିତ ଆଲୋଚନା କରିଥିଲେ ଏବଂ ୱାର୍ଡ ନମ୍ବର ୧୦ ର କର୍ପୋରେଟର ନୁର୍ ହାସନଙ୍କ ସହିତ ଓଡ଼ିଶା ମୋ ପରିବାର ଟିମ୍ ପହଞ୍ଚି କିଶୋରଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ ।

ସେ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସୁଦର୍ଶନ ସାହୁ ଅର୍ଥୋପେଡିକ ବିଭାଗରେ ଦେଖାଇଥିଲେ ଏବଂ ନିୟମିତ ଫିଜିଓଥେରାପି କରିବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ଯାହା ତାଙ୍କ ପାଇଁ ଅସମ୍ଭବ ଥିଲା । ତାଙ୍କର ଦୁର୍ବଳତାକୁ ଦୃଷ୍ଟିରେ ରଖି ଓଡ଼ିଶା ମୋ ପରିବାର ଆଗାମୀ ଦିନରେ କିଶୋରଙ୍କ ଫିଜିଓଥେରାପି ସହଜ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହିତ ଆଲୋଚନା କରିଥିଲା ଏବଂ ଆଗକୁ ସେ କିପରି ଯିବା ଆସିବା କରିବେ ସେଥିପାଇଁ ତାଙ୍କୁ ଯାତାୟାତ ସହାୟତା ଯୋଗାଇ ଦେବାର ଲକ୍ଷ୍ୟ ରଖିଛି ଓଡ଼ିଶା ମୋ ପରିବାର । ସମସ୍ତ ଅସହାୟଙ୍କ ସାଥି ହେଉଛି ଓଡ଼ିଶା ମୋ ପରିବାର, ଯାହା ଏହି କାହାଣୀରୁ ପରିଲକ୍ଷିତ ହେଉଛି ।

ପରିଶେଷରେ, ଓଡ଼ିଶା ମୋ ପରିବାର କିଶୋରଙ୍କୁ ଆବଶ୍ୟକୀୟ ଔଷଧ ନିରାମୟ ଔଷଧ କାଉଣ୍ଟରରୁ ଯୋଗାଇ ଦେଇଥିଲା ଏବଂ ଏଭଳି ପରିସ୍ଥିତିରେ କିଶୋରଙ୍କ କାନ୍ଧରେ କାନ୍ଧ ମିଳାଇ ତାଙ୍କୁ ଆଗକୁ ବଢିବା ପାଇଁ ସମସ୍ତ ସହାୟତା ଯୋଗାଇ ଦେଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Previous Post

୩୦ ଜିଲ୍ଲା ଦାୟିତ୍ୱରେ ୩୦ ବରିଷ୍ଠ ଆଇଏଏସ୍

Next Post

ଅର୍ଚ୍ଚନାଙ୍କ ଠୋ ଠା ଜବାବ

Next Post
ଅର୍ଚ୍ଚନାଙ୍କ ଠୋ ଠା ଜବାବ

ଅର୍ଚ୍ଚନାଙ୍କ ଠୋ ଠା ଜବାବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA