Sunday, March 26, 2023 04:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଅର୍ଚ୍ଚନାଙ୍କ ଠୋ ଠା ଜବାବ

କୋର୍ଟରେ ହାଜର ହେଲେ ଲେଡି ବ୍ଲାକମେଲର

by Our Correspondent
26 Oct, 2022- 04:50 PM
in Crime, Latest News, News
1 min read
0
ଅର୍ଚ୍ଚନାଙ୍କ ଠୋ ଠା ଜବାବ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଜି ଭୁବନେଶ୍ୱର ଏସଡିଜେଏମ୍ ଙ୍କ କୋର୍ଟରେ ହାଜର କରାଯାଇଥିଲା । ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ସେ ହାଜର ହୋଇଥିଲେ । କୋର୍ଟରେ ପହଞ୍ଚିଲା ବେଳେ ଗଣମାଧ୍ୟମ ସାମନାରେ ମୁହଁ ଲୁଚାଇ ନ ଥିଲେ ଅର୍ଚ୍ଚନା । କ’ଣ କହିବେ ବୋଲି ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ବିନା କିଛି ତଥ୍ୟ ପ୍ରମାଣରେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ ବୋଲି ଅର୍ଚ୍ଚନା ଠୋ ଠା ଜବାବ ଦେଇଥିଲେ ।

ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲ୍ ରୁ ଏକ ସ୍ୱତନ୍ତ୍ର ଭ୍ୟାନ୍ ରେ ଭୁବନେଶ୍ୱର କୋର୍ଟକୁ ଅଣାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଭ୍ୟାନ୍ ଚାରିପଟକୁ ଘୋଢ଼ଣୀରେ ଢ଼ାଙ୍କି ଦିଆଯାଇଥିଲା । ଅପରାହ୍ନ ୨.୩୫ ରେ ଭ୍ୟାନ୍ ଝାରପଡା ଜେଲ୍ ଗେଟ୍ ରୁ ବାହାରି ପ୍ରାୟ ୨.୫୦ ମିନିଟ୍ ବେଳକୁ କୋର୍ଟ ସାମନାରେ ପହଞ୍ଚିଥିଲା । ଝାରପଡ଼ାଠାରୁ କୋର୍ଟ ପର୍ଯ୍ୟନ୍ତ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କୋର୍ଟ ବାହାରେ ପୁଲିସ ଛାଉଣୀ ହୋଇଯାଇଥିଲେ ।

ଅର୍ଚ୍ଚନାଙ୍କୁ ଧରି ଆସିଥିବା ଡର୍ଜନ ପାଖାପାଖି ମହିଳା ପୁଲିସ ଅଧିକାରୀ ଏବଂ ସୁରକ୍ଷାକର୍ମୀ ଭ୍ୟାନ୍ ରୁ ଆଗ ବାହାରିଲା ପରେ ପଛରେ ଦୁଇଜଣ ମହିଳା ଅଧିକାରୀଙ୍କ ହେପାଜତରେ ବାହାରିଥିଲେ ଅର୍ଚ୍ଚନା । ମୁହଁ ଶୁଖିଯାଇଥିଲେ ବି ମନରେ ସଙ୍କୋଚ ନ ଥିଲା । ବେକରେ ଓଢ଼ଣୀ ଥିଲେ ମଧ୍ୟ ସେଥିରେ ମୁହଁ ଲୁଚାଇବାକୁ ଚେଷ୍ଟା କରି ନ ଥିଲେ ।

ଲୋକଙ୍କ ପ୍ରବଳ ଭିଡ଼ରେ ପୁଲିସ ତାଙ୍କୁ କୋର୍ଟ ଭିତରକୁ ଟାଣି ଟାଣି ନେଲା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ । ଭିଡ଼ ଏବଂ ପୁଲିସ କବଜାରୁ ଅର୍ଚ୍ଚନା ଅତି ନିର୍ଭୟରେ ପ୍ରଶ୍ନଗୁଡ଼ିକର ଠୋ ଠା ଉତ୍ତର ଦେଇଥିଲେ । ସାମ୍ବାଦିକଙ୍କୁ ସେ କହିଥିଲେ, ମିଛ ଖବର ଦିଅନ୍ତୁନି । ବିନା ତଥ୍ୟ ପ୍ରମାଣରେ ଖବର ପ୍ରସାରଣ କରନ୍ତୁ ନାହିଁ । ସମୟ ଆସିଲେ ମୁଁ ସବୁ କହିବି । ନିଶ୍ଚୟ କହିବି ।

କୋର୍ଟରେ ଅର୍ଚ୍ଚନା ୪୫ ମିନିଟ୍ ଉପରେ ରହିଥିଲେ । ତା’ ଭିତରେ ନୟାପଲ୍ଲୀ ଥାନାରେ ପ୍ରଯୋଜକ ଅକ୍ଷୟ ପରିଜା କରିଥିବା ୩ କୋଟି ଟଙ୍କାର ବ୍ଲାକମେଲିଂ ମାମଲାରେ ସେ ଜାମିନ୍ ଆବେଦନ କରିଥିଲେ । ପ୍ରାୟ ୩.୪୫ ମିନିଟ୍ ବେଳକୁ ଅର୍ଚ୍ଚନାଙ୍କୁ ଜେଲ୍ ଫେରାଇବା ପାଇଁ କୋର୍ଟରୁ ବାହାରକୁ ଆଣିଥିଲା ପୁଲିସ । ସେତିକିବେଳେ ସାମ୍ବାଦିକମାନେ ତାଙ୍କୁ ପୁଣି ପ୍ରଶ୍ନ ପଚାରିଥିଲେ ।
ଅର୍ଚ୍ଚନା କହିଥିଲେ, ମତେ ଫସାଇବାର ଚକ୍ରାନ୍ତ କରାଯାଇଛି । ମୋ ବିରୋଧରେ କିଛି ପ୍ରମାଣ ନାହିଁ । ମୁଁ କିଛି କରିନି । କାହାରିକୁ ବ୍ଲାକମେଲିଂ କରିନି । ଏସବୁ ମିଛ ଅଭିଯୋଗ । କୋର୍ଟ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି ।

ଏହାପରେ ପୁଲିସ ଅର୍ଚ୍ଚନାଙ୍କୁ ଯେମିତି ଆଣିଥିଲା, ଝାରପଡ଼ା ଜେଲ୍ କୁ ସେମିତି ଫେରାଇ ନେଇଥିଲା ।

ସୂଚନାଯୋଗ୍ୟ, ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ ଅର୍ଚ୍ଚନାଙ୍କୁ ଗତ ଅକ୍ଟୋବର ୬ ତାରିଖରେ ଗିରଫ କରିଥିଲା । ଏହି ମାମଲାରେ ସେ କୋର୍ଟରେ କରିଥିବା ଜାମିନ୍ ଆବେଦନର ଶୁଣାଣି ବେଳେ ଜେଲ୍ ରୁ ଭିଡ଼ିଓ କନଫରେନ୍ସିଂରେ ଉପସ୍ଥିତ ରହିଥିଲେ । ନୟାପଲ୍ଲୀ ଥାନାରେ ହୋଇଥିବା ଅକ୍ଷୟ ପରିଜାଙ୍କ ବ୍ଲାକମେଲିଂ ମାମଲାରେ ସେ ବ୍ୟକ୍ତିଗତ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ସେ ଆଜି କୋର୍ଟରେ ହାଜର ହୋଇଥିଲେ । ଜାମିନ୍ ପାଇଁ ଆବେଦନ କରାଯାଇଥିବା ତାଙ୍କ ଓକିଲ ଦେବାଶିଷ ମହାପାତ୍ର କହିଛନ୍ତି ।

Previous Post

ଅସହାୟ କିଶୋରଙ୍କୁ ସାହା ହେଲା ଓଡ଼ିଶା ମୋ ପରିବାର

Next Post

ଜମିଲାଣି ଧାମନଗର ଉପନିର୍ବାଚନ ପ୍ରଚାର

Next Post
ଜମିଲାଣି ଧାମନଗର ଉପନିର୍ବାଚନ ପ୍ରଚାର

ଜମିଲାଣି ଧାମନଗର ଉପନିର୍ବାଚନ ପ୍ରଚାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA