Saturday, April 18, 2026 04:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜମିଲାଣି ଧାମନଗର ଉପନିର୍ବାଚନ ପ୍ରଚାର

by Our Correspondent
26 Oct, 2022- 06:39 PM
in Latest News, News
1 min read
0
ଜମିଲାଣି ଧାମନଗର ଉପନିର୍ବାଚନ ପ୍ରଚାର

ଭୁବନେଶ୍ୱର: ଦୀପାବଳି ଏବଂ ସୂର୍ଯ୍ୟପରାଗ ପାଇଁ ଧାମନଗର ଉପନିର୍ବାଚନ ପ୍ରଚାର ସାମାନ୍ୟ ମାନ୍ଦା ପଡ଼ିଥିଲା । ମାତ୍ର ଆଜିଠାରୁ ପୁଣି ଏହା ଜୋର୍ ହୋଇଛି । ବିଜେପି ପ୍ରାର୍ଥୀଙ୍କ ପାଇଁ ୩ କେନ୍ଦ୍ରମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଉଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ । ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ତେବେ କଂଗ୍ରେସ ପ୍ରାର୍ଥୀଙ୍କ କ୍ଷେତ୍ରରେ ସେଭଳି ମାହୋଲ ପରିଲକ୍ଷିତ ହେଉନାହିଁ । ବରଂ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପ୍ରଚାର ଅଧିକ ପ୍ରାସଙ୍ଗିକ ହୋଇଛି । ନିଜର ସମର୍ଥକମାନଙ୍କ ସହ ଘରକୁ ଘର ବୁଲି ସେ ଭୋଟ ମାଗୁଛନ୍ତି ।

ଏହି ଉପନିର୍ବାଚନ ଫଳାଫଳ ସରକାର ଭାଙ୍ଗିଦେବନି କି ନୂଆ ସରକାର ଗଢ଼ିଦେବନି । ମାତ୍ର ରାଜନୈତିକ ଦୃଷ୍ଟିକୋଣରୁ ଉଭୟ ବିଜେପି ଓ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱବହନ କରୁଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦୁଇ ଦଳ ପାଇଁ ଏହା ଏସିଡ୍ ଟେଷ୍ଟ ହେବ ।

ଏହି ଆସନଟି ବିଜେପି ହାତରେ ଥିଲା । ବିଜେପି ଏହାକୁ ବଜାୟ ନ ରଖିଲେ ଦଳର ସ୍ଥିତି ଦୋହଲିଯିବାଟା ଥୟ । ବାଲେଶ୍ୱର ଟେନସନ୍ କୌଣସି ପ୍ରକାରେ ମ୍ୟାନେଜ ହୋଇଥିଲା । ମାତ୍ର ସାଧାରଣ ନିର୍ବାଚନ ପାଇଁ ଅଳ୍ପ ସମୟ ଥିବାରୁ ଧାମନଗର ଟେନସନ୍(ଯଦି ଆସେ) ମ୍ୟାନେଜ କରିବା କଷ୍ଟକର ହୋଇଯିବ । ଫଳ ହେବ ଏୟା ଯେ ସାମଗ୍ରିକ ଭାବେ ଦଳ ଉପରୁ କର୍ମୀଙ୍କ ଆସ୍ଥା ଏବଂ ଭରସା ତୁଟିଯିବ ।

ସୁତରାଂ ବିଜେପି ପାଇଁ ଧାମନଗର ଉପନିର୍ବାଚନ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ନିର୍ବାଚନ ପ୍ରଚାର ସପ୍ତାହ ବାକି ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଉପରକୁ ଦାୟିତ୍ୱ ଆଣିଥିବା ଜଣାପଡ଼ିଛି । ଆସନ୍ତା ୨୮ ଏବଂ ୨୯ ତାରିଖ ଦୁଇଦିନ ଧରି ସେ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପ୍ରଚାରରେ ସାମିଲ ହେବେ । ଏମିତିରେ ରାଜ୍ୟସ୍ତରୀୟ ନେତା ଓ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ସେଠାରେ ଡେରା ପକାଇଛନ୍ତି । ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଲୋକପ୍ରିୟତା ଏବଂ ଅନୁକମ୍ପା ଭୋଟକୁ ଦଳ ଭରସା କରିଛି ।

ଏହି ଉପନିର୍ବାଚନ ବିଜେଡି ପାଇଁ ବି ଚାଲେଂଜ ଛିଡ଼ା କରାଇଛି । ଅବନ୍ତୀ ଦାସଙ୍କ ପ୍ରାର୍ଥୀତ୍ୱକୁ ଗ୍ରହଣ ନ କରି ସ୍ୱାଧୀନ ଭାବେ ଲଢ଼ୁଛନ୍ତି ରାଜେନ୍ଦ୍ର ଦାସ । କିଛି ଦିନ ଆଗରୁ ଧାମନଗରରେ ବିଜେଡି ଫେସ୍ ବୋଲି ଏହି ପୂର୍ବତନ ବିଧାୟକଙ୍କୁ ବୁଝାଯାଉଥିଲା । ନିର୍ବାଚନମଣ୍ଡଳୀରେ ବିଜେଡି ସଂଗଠନକୁ ସେ ହିଁ ସମ୍ଭାଳୁଥିଲେ । ମାତ୍ର ଦଳ ତାଙ୍କ ବଦଳରେ ନବାଗତ ଅବନ୍ତୀଙ୍କୁ ପ୍ରାର୍ଥୀ କରି ବଡ଼ ଚାଲେଂଜ ନେଇଛି । ଯଦି ତାଙ୍କୁ ନେଇ ଦଳର ପ୍ରଦର୍ଶନ ଭଲ ହେବ ନାହିଁ, ତେବେ ବିଜେଡିକୁ ଏହା ଶକ୍ତ ଚାପଡ଼ା ଭଳି ହେବ । ବିଜେଡି ରାଜନୀତିରେ ଏହା ଭିନ୍ନ ବାର୍ତ୍ତା ଦେଇପାରେ ।

ଏବେ ବିଜେଡି ଏହି ଆସନରୁ ଖାଲି ଜିତିବା କଥା କହୁନି ବରଂ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବ ବୋଲି ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି । ଖାଲି ଭାଷଣରେ ସୀମିତ ନ ରହି ଲୋକଙ୍କ ମନ କିଣିବାକୁ ସେମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । କର୍ମୀମାନେ ଗାଁଗଣ୍ଡାରେ ଛାଇ ହୋଇଯାଇଛନ୍ତି । ରାତାରାତି ଅବନ୍ତୀ ଦାସ ହୋଇଯାଇଛନ୍ତି ଧାମନଗର ବିଜେଡି ଫେସ୍ ଏବଂ କର୍ମୀମାନେ ଶଙ୍ଖ ଚିହ୍ନ ଧରି ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାରେ ଗାଁ ଦାଣ୍ଡ ଫଟଉଛନ୍ତି ।

ବିଜେଡି ପ୍ରାର୍ଥୀଙ୍କ ପାଇଁ ସୁବିଧା ରହିଛି ସଶକ୍ତ ସଂଗଠନ ଓ ଉତ୍ତମ ନିର୍ବାଚନ ପରିଚାଳନା । ଗାଁଗଣ୍ଡାରେ ସଂଗଠନ ସୁବିସ୍ତାରିତ ହୋଇଛି । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ସକ୍ରିୟ ରହିଛନ୍ତି । ଯୁବ, ଛାତ୍ର ସଂଗଠନ ମଧ୍ୟ ପ୍ରଚାର କାର୍ଯ୍ୟରେ ଜୋରସୋର ଲାଗିଛନ୍ତି । ସର୍ବୋପରି ବିଜେଡି ଲୋକେ ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନକୁ ଚିହ୍ନିଛନ୍ତି । ତେଣୁ ଅନୁକମ୍ପା ହାୱା କିମ୍ବା ବିଦ୍ରୋହୀ ପ୍ରାର୍ଥୀଙ୍କ ଉପସ୍ଥିତି ବିଜେଡି ଫଳାଫଳକୁ ପ୍ରଭାବିତ କରିବା ସହଜ ହେବ ନାହିଁ ।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀ ସେଠୀ ମାତ୍ର ୪,୬୨୫ ଭୋଟରେ ବିଜୟୀ ହୋଇଥିଲେ । ତାହାପୁଣି ବିଜେଡି ଅନ୍ତଦ୍ୱର୍ନ୍ଦ କାରଣରୁ । ବିଜେପି ନିଜର ସ୍ଥିତି ବଜାୟ ରଖିବାର ଉଦ୍ୟମ ଖଟାଇଥିଲେ ମଧ୍ୟ ସାମଗ୍ରିକ ଭାବେ ବିଜେଡିକୁ ଟକ୍କର ଦେବା ଅବସ୍ଥାକୁ ଆସିଥିବା ଜଣାପଡୁନାହିଁ ।

Previous Post

ଅର୍ଚ୍ଚନାଙ୍କ ଠୋ ଠା ଜବାବ

Next Post

ଉପନିର୍ବାଚନ ତାତି: ବିଜେପି-ବିଜେଡି ମୁହାଁମୁହିଁ

Next Post
ଉପନିର୍ବାଚନ ତାତି: ବିଜେପି-ବିଜେଡି ମୁହାଁମୁହିଁ

ଉପନିର୍ବାଚନ ତାତି: ବିଜେପି-ବିଜେଡି ମୁହାଁମୁହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA