Saturday, April 18, 2026 06:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଉପନିର୍ବାଚନ ତାତି: ବିଜେପି-ବିଜେଡି ମୁହାଁମୁହିଁ

ଧାମନଗରରେ ଟଙ୍କା ବଣ୍ଟା ଅଭିଯୋଗ

by Our Correspondent
26 Oct, 2022- 08:01 PM
in Latest News, News, Politics
1 min read
0
ଉପନିର୍ବାଚନ ତାତି: ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ଧାମନଗରରେ ଏସଏସଜି ମହିଳାଙ୍କ ଦ୍ୱାରା ଭୋଟରଙ୍କୁ ଟଙ୍କା ବଣ୍ଟାଯାଉଥିବାର ଅଭିଯୋଗ ଏବଂ ପ୍ରତ୍ୟେକ ପଞ୍ଚାୟତ ପାଇଁ ୧ କୋଟି ଟଙ୍କାର ପ୍ରଲୋଭନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେପି ଏହି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁୁ ଏଠି ଘେରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ଭାରତୀୟ ନିର୍ବାଚନ କମିସନଙ୍କ ପାଖରେ ବିଜେଡି, ସିଇଓ ଓ ପ୍ରଶାସନ ବିରୋଧରେ ଫେରାଦ ହୋଇଛନ୍ତି । ଅନ୍ୟପକ୍ଷରେ ଏସଏଚଜି ମା’ ମାନଙ୍କୁ ବିଜେପି ଅପମାନିତ କରୁଛି ବୋଲି ବିଜେଡି ପାଲଟା ଅଭିଯୋଗ ଆଣିଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କ ପାଖରେ ଦଳ ଫେରାଦ ହୋଇଛି ।

ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେଡି ଖୋଲାଖୋଲି ଭାବେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରି ଚାଲିଛି ବୋଲି ଗତକାଲି ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଘେରିଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ବେଆଇନ କାର୍ଯ୍ୟରେ ଶାସକ ଦଳକୁ ଘଣ୍ଟ ଘୋଡ଼ାଇବା ସହ ନିଜେ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା ।

ତେବେ ଏହି ମାମଲାକୁ ଦିଲ୍ଲୀ ଦରବାରକୁ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସମ୍ବିତ ପାତ୍ରଙ୍କୁ ଧରି ଆଜି ସେ ଭାରତୀୟ ନିର୍ବାଚନ କମିସନଙ୍କଠାରେ ଫେରାଦ ହୋଇଥିଲେ । ସେଠାରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ଯେ ଧାମନଗରରେ ସରକାରୀ ଦଳର ଦୂରୁପଯୋଗ ଚାଲିଛି । ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରଶାସନ ଶାସକ ଦଳର ହାତବାରିସି ସାଜିଛି । ସିଇଓ ନିଜେ ରାଜ୍ୟର ପଞ୍ଚାୟତିରାଜ ସଚିବ ଅଛନ୍ତି । ଏହା କନଫ୍ଲିଟ୍ ଅଫ୍ ଇଣ୍ଟ୍ରେଷ୍ଟ ବୋଲି ନିର୍ବାଚନ କମିସନଙ୍କୁ ଜଣାଇଥିବା ଧର୍ମେନ୍ଦ୍ର କହିଛନ୍ତି ।

ଏପଟେ ଭୁବନେଶ୍ୱରରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗର କଡ଼ା ଜବାବ ଦିଆଯାଇଛି । ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି, ବିଜେପି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜଣେ ମହିଳାଙ୍କ ମୁହଁ ଘୋଡ଼ାଇ ଟଙ୍କା ବାଣ୍ଟିଥିବାର ଅଭିଯୋଗ ଆମ ଦୃଷ୍ଟିକୁ ଆସିଛି । ଏଭଳି ଷଡ଼ଯନ୍ତ୍ର କରି ବିଜେପି ସ୍ୱାଭିମାନୀ ଧାମନଗର ମାଟିର ଏସଏଚଜି ମହିଳାମାନଙ୍କୁ ବଦନାମ ଓ ଅପମାନିତ କରିବାକୁ ଚେଷ୍ଟା କରୁଛି । ବିଜେପିର ଏହା ହୀନ ରାଜନୀତି ବୋଲି ସେ କହିଥିଲେ ।

ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ) ମାନସ ମଙ୍ଗରାଜ କହିଥିଲେ ଯେ ଧାମନଗରବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସେବା ଓ ବିକାଶଧାରା ସହ ଯୋଡି ହୋଇ ରହିଛନ୍ତି । ତେଣୁ ସବୁ ନିର୍ବାଚନମଣ୍ଡଳୀ ଭଳି ଏଠି ମଧ୍ୟ ବିକାଶ ସପକ୍ଷରେ ଭୋଟ ପଡ଼ିବ । ବିଜେଡି ପ୍ରାର୍ଥୀ ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ପରେ ଦଳର ମୁଖପାତ୍ର ଲେଲିନ୍ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି । ଏସଏଚଜି ମା’ ମାନଙ୍କୁ ବିଜେପି ଅପମାନିତ କରୁଛି ବୋଲି ଦର୍ଶାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Previous Post

ଜମିଲାଣି ଧାମନଗର ଉପନିର୍ବାଚନ ପ୍ରଚାର

Next Post

ସିଇସିଙ୍କ ପାଖରେ ଫେରାଦ ହେଲା ବିଜେଡି

Next Post
ସିଇସିଙ୍କ ପାଖରେ ଫେରାଦ ହେଲା ବିଜେଡି

ସିଇସିଙ୍କ ପାଖରେ ଫେରାଦ ହେଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA