Thursday, June 4, 2026 06:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସିଇସିଙ୍କ ପାଖରେ ଫେରାଦ ହେଲା ବିଜେଡି

ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

by Our Correspondent
27 Oct, 2022- 06:13 PM
in Latest News, News, Politics
1 min read
0
ସିଇସିଙ୍କ ପାଖରେ ଫେରାଦ ହେଲା ବିଜେଡି
Spread the love

ଭୁବନେଶ୍ୱର: ଧାମନଗରରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମହିଳା ଏସଏସଜି ଗ୍ରୁପ୍ ଦ୍ୱାରା ଟଙ୍କା ବଣ୍ଟା ଅଭିଯୋଗର ନିଆଁ ଏବେ ଦିଲ୍ଲୀକୁ ଚାଲିଯାଇଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ନିର୍ବାଚନ କମିସନରଙ୍କ ପାଖରେ ବିଜେଡି ବିରୋଧରେ ଫେରାଦ ହୋଇଥିଲା ବେଳେ ଆଜି ବିଜେଡି ପକ୍ଷରୁ ପାଲଟା ଜବାବ ଦିଆଯାଇଛି । ଧାମନଗରରେ ବିଜେପି ନେତା ଓ କର୍ମୀମାନେ ନିର୍ବାଚନୀ ଅନିୟମିତା ଏବଂ ଅସାଧୁ କାର୍ଯ୍ୟରେ ଲିପ୍ତ ଥିବାର ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିସନରଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ଦଳର ରାଜ୍ୟସଭା ନେତା ଡ. ସସ୍ମିତ୍ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ବିଜେଡି ଅଭିଯୋଗ କରିଛି ଯେ ଧାମନଗର ଉପନିର୍ବାଚନ ଜିତିବା ପାଇଁ ଓଡ଼ିଶା ବିଜେପି ମିଥ୍ୟା ଅପପ୍ରଚାର ଏବଂ ଜାଲିଆତିର ଆଶ୍ରୟ ନେଇଛି । ମିଶନ ଶକ୍ତି ମା’ ମାନେ ଟଙ୍କା ବାଣ୍ଟିବାର ଜାଲ୍ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ୍ ମିଡ଼ିଆରେ ଛଡ଼ାଯାଇଛି । ଏହା ଓଡ଼ିଶାର ୭୦ ଲକ୍ଷ ମିଶନ ଶକ୍ତି ମା’ ମାନଙ୍କ ପ୍ରତି ଅପମାନ ଏବଂ ସେମାନଙ୍କ ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛି ।

ଅନ୍ୟପକ୍ଷରେ, ଧାମନଗରରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଓଡ଼ିଶା ବିଜେପି ପକ୍ଷରୁ ପ୍ରଚୁର କଳାଟଙ୍କା ଲଗାଯାଇଛି । ଭୋଟରଙ୍କୁ ନାନା ପ୍ରଲୋଭନ ଦିଆଯାଉଛି । ବିଜେପି କୌଣସି ନିର୍ବାଚନରେ ଯେତେବେଳେ ନିଶ୍ଚିତ ପରାଜୟ ଜାଣିଯାଏ, ସେତେବେଳେ ଏଭଳି ମିଥ୍ୟା ପ୍ରଲୋଭନ ଏବଂ ଅର୍ଥବଳର ଆଶ୍ରୟ ନେଇଥାଏ । ଅତୀତରେ ଏହା ବାରମ୍ବାର ପ୍ରମାଣିତ ହୋଇଛି ।

ସେହିଭଳି, ନିର୍ବାଚନ କି ଉପନିର୍ବାଚନ ସମୟରେ ସ୍ଥାନୀୟ ପ୍ରଶାସନ ବିରୋଧରେ ମିଥ୍ୟା ଏବଂ ମନଗଢ଼ା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ । ଏଭଳି କରି ସେମାନେ ସରକାରୀ ଅଧିକାରୀମାନଙ୍କ ମଧ୍ୟରେ ଭୟ ସଂଚାର କରିବାକୁ ଉଦ୍ୟମ କରୁଛନ୍ତି । ଏହା ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ରଖୁଛି ।

ଏସବୁ କାର୍ଯ୍ୟରୁ ବିଜେପିକୁ ନିବୃତ୍ତ ରଖିବାକୁ ବିଜେଡି ମୁଖ୍ୟ ନିର୍ବାଚନ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଛି । ଜାଲ୍ ଭିଡ଼ିଓ କରି ସୋସିଆଲ୍ ମିଡ଼ିଆରେ ଏସଏସଜି ମା’ ମାନଙ୍କୁ ବଦନାମ କରୁଥିବା ନେତା ଓ କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

Previous Post

ଉପନିର୍ବାଚନ ତାତି: ବିଜେପି-ବିଜେଡି ମୁହାଁମୁହିଁ

Next Post

କେରଳରେ ମୃତ ଦୁଇ ଓଡ଼ିଆ ଶ୍ରମିକଙ୍କ ଶବ ଜନ୍ମମାଟିକୁ ଫେରାଇ ଆଣିଲା ଓଡିଶା ମୋ ପରିବାର

Next Post
କେରଳରେ ମୃତ ଦୁଇ ଓଡ଼ିଆ ଶ୍ରମିକଙ୍କ ଶବ ଜନ୍ମମାଟିକୁ ଫେରାଇ ଆଣିଲା  ଓଡିଶା ମୋ ପରିବାର

କେରଳରେ ମୃତ ଦୁଇ ଓଡ଼ିଆ ଶ୍ରମିକଙ୍କ ଶବ ଜନ୍ମମାଟିକୁ ଫେରାଇ ଆଣିଲା ଓଡିଶା ମୋ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA