ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମିଳିଥିବା ସରକାରୀ ବାସଭବନର ମରାମତି ଓ ଆଧୁନିକୀକରଣ ପାଇଁ ଏ ପର୍ଯ୍ୟନ୍ତ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ମିଳିଥିବା ଦୁଇଟି ଘର ପାଇଁ ଏ ବାବଦରେ ସର୍ବାଧିକ ଖର୍ଚ୍ଚ ହୋଇଛି ସାଢ଼େ ୭୩ ଲକ୍ଷ ଟଙ୍କା । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଲିଖିତ ପ୍ରଶ୍ନର ଉତ୍ତରେ ଏହି ତଥ୍ୟ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ୟୁନିଟ୍-୨ ସ୍ଥିତ ସରକାରୀ ବାସଭବନ ବି-୧ର ନବୀକରଣ ଓ ମରାମତି ବାବଦରେ ୫୦ ଲକ୍ଷ ୧୦ ହଜାର ୮୭୧ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୟୁନିଟ୍-୫ ସ୍ଥିତ କ୍ୱାର୍ଟର୍ସ(ଡି/ଏସ-୧) ରେ ଖର୍ଚ୍ଚ ହୋଇଛି ୨୩ ଲକ୍ଷ ୪୭ ହଜାର ୪୮୭ ଟଙ୍କା । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନର ଆଧୁନିକୀକରଣ ଓ ମରାମତି ନିମନ୍ତେ ୨୮, ୨୧,୨୩୦ ଟଙ୍କା, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ୟୁନିଟ୍-୩ ସ୍ଥିତ ସରକାରୀ ବାସଭବନରେ ୧୮,୯୦,୩୨୩ ଟଙ୍କା, ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନରେ ୧୯,୬୦,୯୨୬ ଟଙ୍କା, ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନରେ ୧୦, ୫୯,୩୨୫ ଟଙ୍କା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନରେ ୭,୭୨,୨୪୬ ଟଙ୍କା, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନରେ ୧୭,୯୮,୬୨୫ ଟଙ୍କା, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନରେ ୨୦,୯୩,୮୧୧ ଟଙ୍କା, ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନରେ ୨୫,୭୪,୬୧୨ ଟଙ୍କା, ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନରେ ୧୮,୯୦,୧୬୯ ଟଙ୍କା, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନରେ ୧୮,୧୭,୧୩୭ ଟଙ୍କା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନରେ ୨୫,୭୨,୫୧୭ ଟଙ୍କା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନରେ ୫,୧୧,୫୭୮ ଟଙ୍କା, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ୟୁନିଟ୍-୧ସ୍ଥିତ ସରକାରୀ ବାସଭବନରେ ୧୪,୮୩,୮୫୭ ଟଙ୍କା, ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ୟୁନିଟ୍-୧ସ୍ଥିତ ସରକାରୀ ବାସଭବନରେ ୧୮, ୮୪,୬୩୫ ଟଙ୍କା ଏବଂ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ୟୁନିଟ୍-୧ସ୍ଥିତ ସରକାରୀ ବାସଭବନ ମରାମତି ଓ ନିର୍ମାଣରେ ୧୪,୬୨,୮୧୪ ଟଙ୍କା ଖର୍ଚ୍ଚ ହୋଇଛି ।