Friday, June 26, 2026 12:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟରେ ୪୦ ହଜାର ପାଣି ପଞ୍ଚାୟତ

ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍‌ଯାପିତ

by Our Correspondent
30 Jan, 2024- 07:04 PM
in Latest News, News
1 min read
0
ରାଜ୍ୟରେ ୪୦ ହଜାର ପାଣି ପଞ୍ଚାୟତ

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଆଜି  ଉଦ୍‌ଯାପନ ହୋଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକ ଭାଇଭଉଣୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଜଳ ହେଉଛି ଅମୂଲ୍ୟ। ଆପଣ ମାନେ ଜଳର ଉଚିତ୍ ବ୍ୟବହାର କରନ୍ତୁ। ଜଳର ସଂରକ୍ଷଣ ଓ ପୁର୍ନବ୍ୟବହାର ପାଇଁ ଚେଷ୍ଟା କରନ୍ତୁ। ଫସଲର ବିବିଧକରଣ(diversification) କରନ୍ତୁ। ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଚାଷ କରନ୍ତୁ। ଏହା ଦ୍ୱାରା ଅଧିକ ଅମଳ କରି ଆପଣମାନେ କୃଷି କ୍ଷେତ୍ରରେ ନିଜେ ସଫଳତା ପାଇବା ସହିତ ରାଜ୍ୟକୁ ଏ କ୍ଷେତ୍ରରେ ଅଗ୍ରଣୀ କରିପାରିବେ ।

ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଣି ପଞ୍ଚାୟତ ଆମ ଚାଷୀ ଭାଇଭଉଣୀମାନଙ୍କୁ ପାଣି ଉପରେ ଅଧିକାର ଦେଇଛି। ଏହାର ସୁବିନିଯୋଗ ପାଇଁ ଦାୟିତ୍ୱ ମଧ୍ୟ ଦେଇଛି। ପାଣି ପଞ୍ଚାୟତ ଦ୍ୱାରା ସେମାନେ ପାଣିର ସଠିକ୍‌ ଉପଯୋଗ କରିବା ସହିତ ଏକାଠି ହୋଇ କାମ କରିବାର ଇଚ୍ଛା ଶକ୍ତି ଓ ଦକ୍ଷତା ମଧ୍ୟ ବଢିଛି। ପାଣି ପଞ୍ଚାୟତର ସୁବିନିଯୋଗରେ ଆଜି ରାଜ୍ୟର ଚାଷୀମାନେ ଭଲ ଫସଲ କରିପାରୁଛନ୍ତି ବୋଲି ସେ କହିଥିଲେ ।

ଚାଷୀଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥଲେ ଯେ ଆଜି ଓଡିଶାରେ ପ୍ରାୟ ୪୦ ହଜାର ପାଣି ପଞ୍ଚାୟତ ଗଠନ ହେଲାଣି। ଏବେ ଏହା ଆଉ ଏକ କାର୍ଯ୍ୟକ୍ରମ ନୁହେଁ, ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଏଥିରେ ମେଗା ଲିପ୍ଟକୁ ସାମିଲ କରାଯାଇଛି ଓ ମା’ମାନେ ଯେପରି ଏହି କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଯୋଗ ଦେଇପାରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପାଣି ପଞ୍ଚାୟତରେ ମା’ମାନେ ବହୁତ ଭଲ କାମ କରୁଛନ୍ତି ବୋଲି କହି ସେ ପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି ମଧ୍ୟ କହିଥିଲେ ଯେ ଆମର ଚାଷୀଭାଇମାନେ ହେଉଛନ୍ତି ଆମର ଶକ୍ତି। ସେମାନଙ୍କ ଶକ୍ତି ବଢ଼ିଲେ ଓଡ଼ିଶାର ଶକ୍ତି ବଢିବ। ଚାଷୀ ମାନଙ୍କ ଉନ୍ନତି ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଚାଷୀମାନଙ୍କ ଜମିକୁ ପର୍ଯ୍ୟାପ୍ତ ପାଣି ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ।

ଜଳସମ୍ପଦ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ 5T ଉପକ୍ରମରେ ରାଜ୍ୟରେ ଜଳସେଚନ ପ୍ରକଳ୍ପ ଗୁଡିକରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି ଏବଂ ଠିକ୍‌ ସମୟରେ କାମ ଶେଷ କରାଯାଉଛି। କମାଣ୍ଡ ଏରିଆର ବିକାଶ ପାଇଁ ରାଜ୍ୟ ସରକାର ୬୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଆନ୍ତରିକତା ଯୋଗୁ ଆଜି ସବୁ କ୍ଷେତ୍ରରେ ରୂପାନ୍ତର ଆସିଛି। କୃଷି ଓ ଜଳସେଚନ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିଛି । ପାଣି ପଞ୍ଚାୟତ ଜରିଆରେ ଚାଷୀମାନେ ଜଳର ସଦୁପଯୋଗ କରି ଭଲ ଫସଲ କରିପାରୁଛନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସେମାନଙ୍କର ଅନୁଭୁତି ବର୍ଣ୍ଣନା କରି ଜଗତସିଂହପୁର ମା’ ବାଟମଙ୍ଗଳା ପାଣି ପଞ୍ଚାୟତର ସଭାପତି ଶ୍ରୀମତୀ ମମତା ଦାସ ଏବଂ ଗଞ୍ଜାମ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ପାଣି ପଞ୍ଚାୟତର ସଂପାଦକ ମଦନ ମୋହନ ବିଶ୍ୱାଳ କହିଥିଲେ ଯେ ପାଣି ପଞ୍ଚାୟତ ଯୋଗୁ ଆମେ ପାଣିର ଉଚିତ ବ୍ୟବହାର କରିପାରୁଛୁ । ଏପରିକି ସ୍ୱଳ୍ପ ବୃଷ୍ଟି ସମୟରେ ଭଲ ଫସଲ କରିପାରୁଛୁ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପାଣି ପଞ୍ଚାୟତର ପ୍ରୋଟୋଟାଇପ୍‌ ର ଶୁଭାରମ୍ଭ କରିବା ସହିତ ସେଚ ସହଭାଗିତା ୨.୦ ଶୀର୍ଷକ ଏକ କଫି ଟେବଲ ପୁସ୍ତକ ଉନ୍‌ମୋଚନ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ କୃଷକ, ଶ୍ରେଷ୍ଠ ପାଣି ପଞ୍ଚାୟତ, ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ଶ୍ରେଷ୍ଠ ପ୍ରକଳ୍ପ ଓ ଶ୍ରେଷ୍ଠ ପ୍ରଶାସକଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟ ଯେ ରାଜ୍ୟର ୫୦ଟି ଶ୍ରେଷ୍ଠ ପାଣି ପଞ୍ଚାୟତକୁ ୫୦ ହଜାର ଟଙ୍କା ଲେଖାଏଁ, ୩୦ଟି ଜିଲ୍ଲାର ୩୦ ଜଣ ଶ୍ରେଷ୍ଠ କୃଷକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଏବଂ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଯଥାକ୍ରମେ ୧୦ ହଜାର, ୭ ହଜାର ୫୦୦ ଏବଂ ୫ ହଜାର ଟଙ୍କା ଲେଖାଏଁ ପୁରସ୍କୃତ କରାଯାଇଥିଲା।

ଶ୍ରେଷ୍ଠ ପାଣି ପଞ୍ଚାୟତ ଭାବେ ଜଗତସିଂହପୁରର ମା’ ବାଟମଙ୍ଗଳା ପାଣି ପଞ୍ଚାୟତ, ଶ୍ରେଷ୍ଠ ଚାଷୀ ଭାବେ ମାଲକାନଗିରିର ପୂର୍ଣ୍ଣିମା ହାଲଦାର, ଶ୍ରେଷ୍ଠ ଛାତ୍ରୀ ଭାବେ କେନ୍ଦ୍ରାପଡାର ମନସ୍ୱୀ ଦାସ, ଶ୍ରେଷ୍ଠ ପ୍ରକଳ୍ପ ଭାବେ ପୋଟେରୁ ଜଳସେଚନ ପ୍ରକଳ୍ପ ଓ ଶ୍ରେଷ୍ଠ ଅଧିକାରୀ ଭାବେ ଚିକିଟି ମାଇନର ଜଳସେଚନ ପ୍ରକଳ୍ପର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁନୀତା ଜେନା ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ଵାଗତ ଭାଷଣ ଦେଇ କହିଥିଲେ ଯେ ପାଣି ପଞ୍ଚାୟତ ଗୁଡିକ ରାଜ୍ୟରେ ୧୩ ହଜାର କିଲୋମିଟର Field Channel କରିପାରିଛନ୍ତି । ଏହା ଦ୍ୱାରା ୧୩ ଲକ୍ଷ ହେକ୍ଟର ଚାଷ ଜମିରେ ଶୃଙ୍ଖଳିତ ଜଳ ପରିଚାଳନା କରାଯାଇପାରୁଛି । ପାଣି ପଞ୍ଚାୟତ ପକ୍ଷ ପାଳନ ସମ୍ପର୍କରେ ସେ ବିସ୍ତୃତ ବିବରଣୀ ଦେଇଥିଲେ ।

ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

Previous Post

ଫେବ୍ରୁଆରୀରେ କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ବସ ଟର୍ମିନାଲ୍

Next Post

ମିନାକ୍ଷୀ ମହିଳା କଂଗ୍ରେସ ସଭାନେତ୍ରୀ

Next Post
ମିନାକ୍ଷୀ ମହିଳା କଂଗ୍ରେସ ସଭାନେତ୍ରୀ

ମିନାକ୍ଷୀ ମହିଳା କଂଗ୍ରେସ ସଭାନେତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA