ଭୁବନେଶ୍ୱର: ଆଜି ପବିତ୍ର ଗୁରୁଦିବସ ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ୪୪୩ ଶିକ୍ଷ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୫୬ ଶିକ୍ଷୟିତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦର୍ଶ ବିଦ୍ୟାଳୟ ଗୁଡିକ ପାଇଁ ଏକ ଦଶ ସୂତ୍ରୀ ଲକ୍ଷ୍ୟ ଘୋଷଣା କରିଥିଲେ । ସେଗୁଡ଼ିକ ହେଲା-
-
ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ସବୁଜ କ୍ୟାମ୍ପସ୍ ରହିବ ।
-
ଆଦର୍ଶ ବିଦ୍ୟାଳୟରେ ଟାଲେଣ୍ଟ ସେଣ୍ଟର ରହିବ । ଯେପରି ଜାତୀୟସ୍ତରର ପ୍ରବେଶିକା ପରୀକ୍ଷାରେ ପ୍ରତିବର୍ଷ ଅନ୍ତତଃ ଜଣେ ଛାତ୍ର ସଫଳତା ପାଇବେ ।
-
ରୋଟାରୀ ଓ ଲାୟନସ୍ କ୍ଲବ ସହଯୋଗିତାରେ ସବୁ ଆଦର୍ଶ ବିଦ୍ୟାଳୟ ଏବର୍ଷ ଗୋଟିଏ ରକ୍ତଦାନ ଶିବିରର ଆୟୋଜନ କରିବେ । କୋଭିଡ୍ କଟକଣା ମଧ୍ୟରେ ଏହା ଅନୁଷ୍ଠିତ ହେବ ।
-
ଆଦର୍ଶ ବିଦ୍ୟାଳୟଗୁଡ଼ିକ ଏକ ମକ୍ ୟୁଏନ୍ ସେସନ୍ ଆୟୋଜନ କରିବେ । ସେଥିରେ ଅନ୍ତର୍ଜାତୀୟ ପ୍ରସଙ୍ଗ ଏବଂ ଜଳବାୟୁ ସମ୍ବନ୍ଧରେ ଆଲୋଚନା ହେବ ।
-
ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ହାସଲ ପାଇଁ ଆଦର୍ଶ ବିଦ୍ୟାଳୟଗୁଡ଼ିକ କମୁ୍ୟନିଟି ସର୍ଭିସ୍ କାର୍ଯ୍ୟକ୍ରମ “ଇଚ୍ ୱାନ୍ ଟିଚ୍ ୱାନ୍’ ଆୟୋଜନ କରିବେ ।
-
ଯାହାର ଆବଶ୍ୟକତା ସେମାନଙ୍କୁ ସ୍କିଲିଂ ଇନ୍ ସ୍କୁଲିଂ ରେ ପ୍ରୋତ୍ସାହନ ଦିଆଯିବ ।
-
ସବୁ ଆଦର୍ଶ ବିଦ୍ୟାଳୟର ଏକ ବହୁବିଧ ୱେବପେଜ୍ ରହିବ । ଉଭୟ ଶିକ୍ଷକ ଓ ପିଲାମାନଙ୍କ ପାଇଁ ଏହା ଶିକ୍ଷାର ଉତ୍ସ ଭାବେ କାର୍ଯ୍ୟ କରିବ ।
-
ଆଦର୍ଶ ବିଦ୍ୟାଳୟ ଓଏଭିଏସ ନିଉଜ୍/ ଓଏଭିଆନଓ ନାଁରେ ଏକ ମାସିକ ନିଉଜଲେଟର୍ ବାହାର କରିବେ ।
-
ଆଦର୍ଶ ବିଦ୍ୟାଳୟଗୁଡ଼ିକ ଯୋଗ, କ୍ରୀଡ଼ା ଓ ସୁସ୍ଥ ଜୀବନଶୈଳୀ ଆଦିକୁ ଉତ୍ସାହିତ କରିବେ ।