Saturday, July 4, 2026 06:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ଲକ୍ଷ୍ୟ

ନିଯୁକ୍ତି ପାଇଲେ ୪୪୩ ଶିକ୍ଷକ ଶିକ୍ଷୟିତ୍ରୀ

by Our Correspondent
05 Sep, 2021- 07:45 PM
in Latest News, News
1 min read
0
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ଲକ୍ଷ୍ୟ

ଭୁବନେଶ୍ୱର: ଆଜି ପବିତ୍ର ଗୁରୁଦିବସ ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ୪୪୩ ଶିକ୍ଷ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୫୬ ଶିକ୍ଷୟିତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦର୍ଶ ବିଦ୍ୟାଳୟ ଗୁଡିକ ପାଇଁ ଏକ ଦଶ ସୂତ୍ରୀ ଲକ୍ଷ୍ୟ ଘୋଷଣା କରିଥିଲେ । ସେଗୁଡ଼ିକ ହେଲା-

  • ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ସବୁଜ କ୍ୟାମ୍ପସ୍ ରହିବ ।

  • ଆଦର୍ଶ ବିଦ୍ୟାଳୟରେ ଟାଲେଣ୍ଟ ସେଣ୍ଟର ରହିବ । ଯେପରି ଜାତୀୟସ୍ତରର ପ୍ରବେଶିକା ପରୀକ୍ଷାରେ ପ୍ରତିବର୍ଷ ଅନ୍ତତଃ ଜଣେ ଛାତ୍ର ସଫଳତା ପାଇବେ ।

  • ରୋଟାରୀ ଓ ଲାୟନସ୍ କ୍ଲବ ସହଯୋଗିତାରେ ସବୁ ଆଦର୍ଶ ବିଦ୍ୟାଳୟ ଏବର୍ଷ ଗୋଟିଏ ରକ୍ତଦାନ ଶିବିରର ଆୟୋଜନ କରିବେ । କୋଭିଡ୍ କଟକଣା ମଧ୍ୟରେ ଏହା ଅନୁଷ୍ଠିତ ହେବ ।

  • ଆଦର୍ଶ ବିଦ୍ୟାଳୟଗୁଡ଼ିକ ଏକ ମକ୍ ୟୁଏନ୍ ସେସନ୍ ଆୟୋଜନ କରିବେ । ସେଥିରେ ଅନ୍ତର୍ଜାତୀୟ ପ୍ରସଙ୍ଗ ଏବଂ ଜଳବାୟୁ ସମ୍ବନ୍ଧରେ ଆଲୋଚନା ହେବ ।

  • ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ହାସଲ ପାଇଁ ଆଦର୍ଶ ବିଦ୍ୟାଳୟଗୁଡ଼ିକ କମୁ୍ୟନିଟି ସର୍ଭିସ୍ କାର୍ଯ୍ୟକ୍ରମ “ଇଚ୍ ୱାନ୍ ଟିଚ୍ ୱାନ୍’ ଆୟୋଜନ କରିବେ ।

  • ଯାହାର ଆବଶ୍ୟକତା ସେମାନଙ୍କୁ ସ୍କିଲିଂ ଇନ୍ ସ୍କୁଲିଂ ରେ ପ୍ରୋତ୍ସାହନ ଦିଆଯିବ ।

  • ସବୁ ଆଦର୍ଶ ବିଦ୍ୟାଳୟର ଏକ ବହୁବିଧ ୱେବପେଜ୍ ରହିବ । ଉଭୟ ଶିକ୍ଷକ ଓ ପିଲାମାନଙ୍କ ପାଇଁ ଏହା ଶିକ୍ଷାର ଉତ୍ସ ଭାବେ କାର୍ଯ୍ୟ କରିବ ।

  • ଆଦର୍ଶ ବିଦ୍ୟାଳୟ ଓଏଭିଏସ ନିଉଜ୍/ ଓଏଭିଆନଓ ନାଁରେ ଏକ ମାସିକ ନିଉଜଲେଟର୍ ବାହାର କରିବେ ।

  • ଆଦର୍ଶ ବିଦ୍ୟାଳୟଗୁଡ଼ିକ ଯୋଗ, କ୍ରୀଡ଼ା ଓ ସୁସ୍ଥ ଜୀବନଶୈଳୀ ଆଦିକୁ ଉତ୍ସାହିତ କରିବେ । 

ନବନିଯୁକ୍ତ ଶିକ୍ଷକମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ, “ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ମୋର ଲକ୍ଷ୍ୟ । ଗୁଣାତ୍ମକ ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସାରା ଦେଶରେ ଆଦର୍ଶ ବିଦ୍ୟାଳୟଗୁଡ଼ିକ ଏକ ରୋଲ୍ ମଡ଼େଲ ହେଉ ବୋଲି ମୁଁ ଚାହେଁ । ପିଲାମାନଙ୍କ ମନରେ ଯେପରି ଆଶା ଓ ଆତ୍ମବିଶ୍ୱାସ ବୃଦ୍ଧି ହେବ ଏବଂ ସେମାନେ ସଫଳତାର ପାହାଚ ଚଢ଼ିପାରିବେ ତାହା ଆମର ଲକ୍ଷ୍ୟ ।’ ଶିକ୍ଷକମାନେ ପିଲାମାନଙ୍କୁ ଠିକ୍ ଭାବରେ ଗାଇଡ୍ କରିବା ଏବଂ ପ୍ରତି ଆଦର୍ଶ ବିଦ୍ୟାଳୟ କୁ ଏକ ଦଶ ବର୍ଷିଆ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ୨୦୨୧ର ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସେମାନେ ହେଲେ – ଭଦ୍ରକ ଜିଲ୍ଲା ସ୍କୁଲର ସହକାରୀ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଓ ଛତ୍ରପୁର ୟୁ.ପି ସ୍କୁଲର ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠୀ ।

ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ସମୀର ଦାଶ, ଓଡ଼ିଶା ଆଦର୍ଶ ଵିଦ୍ୟାଳୟ ସଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନବନିଯୁକ୍ତ ଅଧ୍ୟକ୍ଷ ଓ ଶିକ୍ଷକ ମାନଙ୍କ ସହ ଆଲୋଚନା କରି ଶ୍ରୀ ପାଣ୍ଡିଆନ୍ ସେମାନଙ୍କୁ ରାଜ୍ୟ ସରକାରଙ୍କ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟମ ରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥବାରୁ ଏ ଲକ୍ଷ୍ୟ ପୂରଣ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ଉନ୍ନୟନ କମିଶନର ପ୍ରଦୀପ ଜେନା ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ଧାରୁଆରେ ୧୦୦ କୋଟି ବ୍ୟୟରେ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ବିଦ୍ୟାଳୟ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ସ୍କୁଲରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ୫୦୦ ଲେଖାଏଁ, ସମୁଦାୟ ୧ ହଜାର ଛାତ୍ରଛାତ୍ରୀ ଶିକ୍ଷାଲାଭ କରିବେ । ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମ ଶିକ୍ଷା ପ୍ରଦାନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Previous Post

ଆସିଗଲା ପିପିଲି ଉପନିର୍ବାଚନ

Next Post

କୋଭିଡ ଖର୍ଚ୍ଚ ୧୦୪୦ କୋଟି

Next Post
କୋଭିଡ ଖର୍ଚ୍ଚ ୧୦୪୦ କୋଟି

କୋଭିଡ ଖର୍ଚ୍ଚ ୧୦୪୦ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA