ଭୁବନେଶ୍ୱର : ଏବର୍ଷ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ସରକାର କୋଭିଡ ମହାମାରୀ ମୁକାବିଲା ପାଇଁ ୧୦୪୦,୧୯,୨୭,୬୦୫ ଟଙ୍କା ଖର୍ଚ୍ଚ କରିଛନ୍ତି। ଏଥି ମଧ୍ୟରୁ କେନ୍ଦ୍ର ସରକାର ୩୮କୋଟି ୮୬ଲକ୍ଷ ଟଙ୍କା ସହାୟତା କରିଛନ୍ତି । ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ।