ଭୁବନେଶ୍ୱର: ଆଜି ବିଧାନସଭାରେ ମ୍ୟୁନିସିପାଲ୍ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି । ଏଥିସହ ରାଜ୍ୟରେ ପୌର ନିର୍ବାଚନ ପାଇଁ ବାଟ ଫିଟିଛି । ବିଲ୍ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ । ଏହି ସଂରକ୍ଷଣ ମଧ୍ୟରେ ରହିବେ ଏସସି,ଏସଟି ଓ ପଛୁଆବର୍ଗ । ପଛୁଆବର୍ଗଙ୍କ ପାଇଁ ୨୫ ପ୍ରତିଶତ ମଧ୍ୟରେ ସଂରକ୍ଷଣ ବ୍ୟବସ୍ଥା ରହିବ ।
ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଏସସି ଏବଂ ଏସଟିଙ୍କୁ ସଂରକ୍ଷଣ ଦିଆଯିବ । ସେମାନଙ୍କୁ ଆବଶ୍ୟକ ସଂରକ୍ଷଣ ଦେବା ପରେ ଅବଶିଷ୍ଟ ଅଂଶଗୁଡ଼ିକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଦିଆଯିବ । ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ଆସନ ୨୭ ପ୍ରତିଶତରୁ ଅଧିକ ହେବ ନାହିଁ ।
ସୂଚନାଯୋଗ୍ୟ ଭୁବନେଶ୍ୱର, କଟକ ମହାନଗର ସମେତ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନିର୍ବାଚନ ସମୟ ଇତିମଧ୍ୟରେ ତିନିବର୍ଷ ଗଡ଼ିଗଲାଣି । ନିର୍ବାଚନ ବିଳମ୍ବକୁ ନେଇ ହାଇକୋର୍ଟରେ ତିନୋଟି ପୃଥକ୍ ମାମଲା ଦାଏର ହୋଇଥିଲା । ରାଜ୍ୟ ନିର୍ବାଚନ କମିଶନ ଓ ସରକାରଙ୍କୁ ଅଗଷ୍ଟ ୨୫ ତାରିଖରେ ହାଇକୋର୍ଟ ଜବାବ ତଲବ କରିଥିଲେ ।