Thursday, October 15, 2026 04:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୪ ଜିଲ୍ଲାରେ ୩୯,୩୮୩ କୋଟିର ଶିଳ୍ପ ପ୍ରକଳ୍ପ

କଳିଙ୍ଗନଗର ଶିଳ୍ପ ସମାରୋହରେ ମୁଖ୍ୟମନ୍ତ୍ରୀ

by Our Correspondent
14 Oct, 2026- 11:27 PM
in Latest News, News
1 min read
0
୧୪ ଜିଲ୍ଲାରେ  ୩୯,୩୮୩ କୋଟିର ଶିଳ୍ପ ପ୍ରକଳ୍ପ

କଳିଙ୍ଗନଗର/ଭୁବନେଶ୍ୱର: ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଆହୁରି ଗତିଶୀଳ କରି ଆଜି ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ଏକ ବୃହତ ଶିଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ୧୪ଟି ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର ପୁଞ୍ଜି ନିବେଶରେ ୪୬ଟି ମଧ୍ୟମ ଓ ବୃହତ୍ ଶିଳ୍ପ ପ୍ରକଳ୍ପର ଭୂମିପୂଜନ ଏବଂ ଉଦ୍‌ଘାଟନ କରିଛନ୍ତି। ଏହାଦ୍ୱାରା ୪୨,୫୧୨ଟି ନିଯୁକ୍ତି ସୃଷ୍ଟି ହୋଇଛି।

ଏହି ପଦକ୍ଷେପ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ଯୁବବର୍ଗଙ୍କ ପାଇଁ ବ୍ୟାପକ ରୋଜଗାରର ସୁଯୋଗ ସୃଷ୍ଟି କରିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି ଶୁଭ ଦିନରେ ସମଗ୍ର ଓଡ଼ିଶାରେ ଯେଉଁ ଶିଳ୍ପ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହେଉଛି, ତାହା ରାଜ୍ୟର ଦ୍ୱିତୀୟ ଶିଳ୍ପ ବିପ୍ଲବର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଆମ ସରକାର ଆସିବା ପୂର୍ବରୁ ଶିଳ୍ପ ନିବେଶ କେବଳ ଏକ ସ୍ଲୋଗାନ ଏବଂ ପ୍ରଚାର ପ୍ରସାରର ମାଧ୍ୟମ ହୋଇ ରହିଥିଲା। କିନ୍ତୁ ଆମେ ପ୍ରତିଟି ବୁଝାମଣାପତ୍ର କୁ ବାସ୍ତବ ରୂପ ଦେଇ ଫାକ୍ଟ୍ରି ନିର୍ମାଣ କରି ଉତ୍ପାଦନ ଆରମ୍ଭ କରିଛୁ ଏବଂ ଆମର ଓଡ଼ିଆ ପୁଅ-ଝିଅମାନଙ୍କୁ ନିଯୁକ୍ତି ଦେବାରେ ସମର୍ଥ ହୋଇଛୁ।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାର କେନ୍ଦ୍ରରେ ରହିଛି ଓଡ଼ିଶା। ଆଗାମୀ ଦଶ ବର୍ଷ ଭିତରେ ରାଜ୍ୟର ଅର୍ଥନୀତିକୁ ୫୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା ପାଇଁ ଆମେ ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟ ରଖିଛୁ। ନୀତି ଆୟୋଗର ସୂଚକାଙ୍କ ଅନୁସାରେ ଓଡ଼ିଶା ବର୍ତ୍ତମାନ ଦେଶରେ ପୁଞ୍ଜି ଆକର୍ଷଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ଆମ ସରକାରଙ୍କ ଉପରେ ଶିଳ୍ପ ଜଗତର ଦୃଢ଼ ଆସ୍ଥାର ପ୍ରମାଣ ଦେଉଛି।

ଉଲ୍ଲେଖଯୋଗ୍ୟ ଯେ, ଯାଜପୁରର କଳିଙ୍ଗନଗର ଅଞ୍ଚଳ ଆଜି ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ସମାରୋହରେ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍  ଗ୍ରୁପ୍‍ର କାର୍ବନ୍ ଷ୍ଟିଲ୍ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଓ ନୂତନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ସେହିପରି ଟାଟା ଷ୍ଟିଲ୍‌ର ନୂତନ ଡାଉନଷ୍ଟ୍ରିମ୍ ସୁବିଧା, ସ୍ଲରୀ ପାଇପ୍‌ଲାଇନ୍, ଗ୍ରାଇଣ୍ଡିଂ ଏବଂ ଫିଲ୍ଟରେସନ୍ ୟୁନିଟ୍ ଆଦି ପ୍ରକଳ୍ପ ରାଜ୍ୟରେ ହାଇ-ଭାଲ୍ୟୁ ଷ୍ଟିଲ୍ ଉତ୍ପାଦନକୁ ଆହୁରି ମଜବୂତ କରିବ। ଏହାସହିତ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଅଲୋୟେଜ୍ ଲିମିଟେଡ୍, ଜଟିଆ ଷ୍ଟିଲ୍ ଲିମିଟେଡ୍, ବିକେ ଉତ୍କଳ ଷ୍ଟିଲ୍ ଏବଂ ଏମ୍. କେ. ଷ୍ଟିଲ୍ ଭଳି ପ୍ରତିଷ୍ଠିତ କମ୍ପାନୀଗୁଡ଼ିକର ପ୍ରକଳ୍ପଗୁଡ଼ିକ ଏହି କ୍ଷେତ୍ରର ଶିଳ୍ପ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବ ବୋଲି ଜଣାପଡିଛି।

ଏହି ଶିଳ୍ପ ଗୁଡିକ ରାଜ୍ୟର ୧୪ଟି ଜିଲ୍ଲାରେ ସ୍ଥାପନ କରାଯାଇଛି। ଏଗୁଡିକ ହେଲା- ଅନୁଗୋଳ, ବରଗଡ, ବାଲେଶ୍ୱର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ।

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଶିଳ୍ପ କେବଳ କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ସୀମିତ ନ ରହି ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସ୍ଥାପିତ ହେବା ଉଚିତ। ଏହି ନୀତିକୁ ଆଧାର କରି କେନ୍ଦୁଝର ଓ ସୁନ୍ଦରଗଡ଼ରେ ଇସ୍ପାତ ଶିଳ୍ପ, ଅନୁଗୋଳ ଓ ଢେଙ୍କାନାଳରେ ଅକ୍ଷୟ ଶକ୍ତି ପ୍ରକଳ୍ପ, ଖୋର୍ଦ୍ଧାରେ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପୁରୀ, କଟକ, ବରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ, ହସ୍ପିଟାଲିଟି ଓ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପଗୁଡ଼ିକୁ ସ୍ଥାନ ଦିଆଯାଇଛି। ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ୧୫୧ ଗୋଟି ପ୍ରକଳ୍ପର ଭୂମିପୂଜନ କିମ୍ବା ଉଦ୍‌ଘାଟନ କରାଯାଇ ୩ ଲକ୍ଷ ୧୧ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ ହୋଇଥିବାବେଳେ ଏହାଦ୍ୱାରା ୨ ଲକ୍ଷ ୪୦ ହଜାରରୁ ଅଧିକ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ପଥ ଉନ୍ମୁକ୍ତ ହୋଇଛି। ଆଜିର ପ୍ରକଳ୍ପକୁ ମିଶାଇଲେ ରାଜ୍ୟରେ ସମୁଦାୟ ୩ ଲକ୍ଷ ୫୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଗ୍ରାଉଣ୍ଡିଙ୍ଗ୍ ବା ଶୁଭାରମ୍ଭ ହେଲା।

ରାଜ୍ୟର ଯୁବକଯୁବତୀମାନେ ଯେପରି ବାଧ୍ୟବାଧକତାରେ ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ନ ଯାଆନ୍ତି, ସେଥିପାଇଁ ରାଜ୍ୟ ସରକାର Labor-Intensive ଶିଳ୍ପ ଯେପରିକି ବୟନ ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଗତ ବର୍ଷ ଅନୁଷ୍ଠିତ ଟେକ୍ସଟାଇଲ କନ୍‌କ୍ଲେଭ୍ ମାଧ୍ୟମରେ ୫୩ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଥିବାବେଳେ କେନ୍ଦୁଝର, ସମ୍ୱଲପୁର, ବଲାଙ୍ଗୀର, ଗଞ୍ଜାମ ଓ ଭଦ୍ରକ ଆଦି ସ୍ଥାନରେ ଟେକ୍ସଟାଇଲ୍ ପାର୍କ୍ ପ୍ରତିଷ୍ଠା କରାଯାଉଛି। ୱାର୍ଲ୍ଡ ସ୍କିଲ୍ ସେଣ୍ଟର ମାଧ୍ୟମରେ ଯୁବବର୍ଗଙ୍କୁ ଅଟୋମେସନ୍, ଅକ୍ଷୟ ଶକ୍ତି, ଇଲେକ୍ଟ୍ରୋନିକ୍ସ ଏବଂ ଡିଜିଟାଲ୍ ସେବା ଭଳି ଆଧୁନିକ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯାଉଛି। ଏହା ସହିତ ବୟନଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସେବା ଭଳି କ୍ଷେତ୍ରରେ ମହିଳାମାନଙ୍କୁ ଅଧିକରୁ ଅଧିକ ନିଯୁକ୍ତି ଦେବା ପାଇଁ ଶିଳ୍ପସଂସ୍ଥାଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।

ନିବେଶକମାନଙ୍କୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରକଳ୍ପର ପ୍ରସ୍ତାବ ସମୟଠାରୁ ଗ୍ରାଉଣ୍ଡିଙ୍ଗ୍ ହେବା ପର୍ଯ୍ୟନ୍ତ ପୁରା ସମୟଚକ୍ରରେ ନିବେଶକମାନଙ୍କୁ ଓଡିଶା ସରକାର ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେଉଛନ୍ତି। ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଏବଂ ନୂତନ ଶିଳ୍ପନୀତି ମାଧ୍ୟମରେ ପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରାଯାଇଛି। ଏପର୍ଯ୍ୟନ୍ତ ୧୨.୦୭ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ସହିତ ୫୬୦ଟି ଶିଳ୍ପ ପ୍ରସ୍ତାବ ଅନୁମୋଦିତ ହୋଇସାରିଛି। ଏହା ମାଧ୍ୟମରେ ପ୍ରାୟ ୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ବିରୋଧୀମାନଙ୍କ ବିକାଶବିରୋଧୀ କାର୍ଯ୍ୟକଳାପକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିରୋଧୀମାନେ ରାଜନୀତିରେ ବ୍ୟସ୍ତ ଥିବାବେଳେ, ଆମ ସରକାର ଓଡ଼ିଶାର ପ୍ରଗତି ଓ ବିକାଶରେ ବ୍ୟସ୍ତ ଅଛନ୍ତି।

ସମାରୋହରେ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯାଜପୁରର ଭବିଷ୍ୟତ ଓ ଆଞ୍ଚଳିକ ବିକାଶ ଉପରେ ଆଲୋକପାତ କରି କହିଛନ୍ତି ଯେ ଆଗାମୀ ଦିନରେ ଯାଜପୁର ଜିଲ୍ଲାର ଅଭୂତପୂର୍ବ ବିକାଶ ଘଟିବ ଏବଂ ଶିଳ୍ପ ନକ୍ସା ଅଧିକ ସମୃଦ୍ଧ ହେବ। ସୁକିନ୍ଦା, ଦୈତାରୀ କିମ୍ବା କଳିଙ୍ଗନଗର ହେଉ, ଆମ ପାଖରେ ବିପୁଳ ଖଣିଜ ସମ୍ପଦ ଓ ସମୃଦ୍ଧ ଖଣି ଅଞ୍ଚଳ ରହିଥିବାରୁ ଏଠାରେ ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଯାଜପୁର ଏହାର ନାଗରିକ ଓ ଜନସାଧାରଣଙ୍କ ସେବା ଏବଂ ବିକାଶ ପାଇଁ ସମ୍ପୂର୍ଣ୍ଣ ସମର୍ପିତ। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ସହ ଜିଲ୍ଲାକୁ ଏକ ଶୀର୍ଷ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ପରିଣତ କରିବା ଆମ ସରକାରଙ୍କ ପ୍ରାଥମିକତା।

ଏହି ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦୂରଦୃଷ୍ଟିକୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ, ଦୂରଦୃଷ୍ଟି ଏବଂ ବିଶ୍ୱାସ ସହିତ ବିକାଶ ହିଁ ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଆମେ କେବଳ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବାରେ ଅଟକି ରହୁନାହୁଁ, ବରଂ ନୂତନ ଶିଳ୍ପ ଆବଶ୍ୟକତା ଅନୁଯାୟୀ ଆମର ଯୁବଗୋଷ୍ଠୀଙ୍କୁ ଦକ୍ଷ ଓ ପ୍ରଶିକ୍ଷିତ କରି ଗଢ଼ି ତୋଳୁଛୁ। ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଏବଂ ଆଧୁନିକ ଟ୍ରେନିଂ ସେଣ୍ଟରଗୁଡ଼ିକ ମାଧ୍ୟମରେ ଓଡ଼ିଶାର ଯୁବବର୍ଗଙ୍କୁ ଆଗାମୀ ଦିନର ବିଶ୍ୱସ୍ତରୀୟ ଶିଳ୍ପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଉଛି।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିଳ୍ପପତି ମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ପ୍ରକଳ୍ପ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଶୁଭାରମ୍ଭ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।

ଏହି ସମାରୋହରେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, JSL ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ, IMFA ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହ ଆରମ୍ଭରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଧନ୍ୟବାଦ ଦେଇଥିଲେ ।

Previous Post

ବିଜେପି ପାଇଁ ଭୋଟ ଯୋଗାଡ଼ କରିବେ ରାଜ୍ୟପାଳ

Next Post

ଏ ସରକାରର ମୁଖା ଖୋଲନ୍ତୁ

Next Post
ଏ ସରକାରର ମୁଖା ଖୋଲନ୍ତୁ

ଏ ସରକାରର ମୁଖା ଖୋଲନ୍ତୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA