Thursday, October 15, 2026 04:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ପାଇଁ ଭୋଟ ଯୋଗାଡ଼ କରିବେ ରାଜ୍ୟପାଳ

ବିବାଦରେ ବ୍ରଜମୋହନ ରାମ

by Our Correspondent
14 Oct, 2026- 11:15 PM
in Latest News, News
1 min read
0
ବିଜେପି ପାଇଁ ଭୋଟ ଯୋଗାଡ଼ କରିବେ ରାଜ୍ୟପାଳ

ଭୁବନେଶ୍ୱର: ଓଡିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କ ଏକ ବୟାନ ତାଙ୍କୁ ବିବାଦୀୟ କରି ଦେଇଛି । ରାଜ୍ୟପାଳ ଭାବେ ଓଡ଼ିଶାରେ ବିଜେପି ସପକ୍ଷରେ ଭୋଟ ବଢାଇବା ପାଇଁ ଚିନ୍ତା କରିବେ ବୋଲି ସେ କହିଛନ୍ତି। ରାଜ୍ୟପାଳ ଭଳି ଉଚ୍ଚ ସାମ୍ବିଧାନିକ ପଦବୀରେ ନିଯୁକ୍ତି ପାଇଥିବା ଜଣେ ବ୍ୟକ୍ତିଙ୍କ ମୁହଁରୁ ଏଭଳି ବୟାନ ସୋସିଆଲ ମିଡିଆରେ ପ୍ରବଳ କଟାକ୍ଷ ହେବା ସହ ତାଙ୍କୁ କଟୁ ସମାଲୋଚନା କରାଯାଇଛି ।

ଝାଡ଼ଖଣ୍ଡ ଏସସି ମୋର୍ଚ୍ଚାର ଦାୟିତ୍ୱ ତୁଲାଇଥିବା ବ୍ରଜ ମୋହନଙ୍କୁ ଓଡିଶାର ରାଜ୍ୟପାଳ ଭାବେ ତାଙ୍କର ପ୍ରାଥମିକତା ସମ୍ପର୍କରେ ସାମ୍ବାଦିକ ପ୍ରଶ୍ନ କରିଥିଲେ । ଝାଡଖଣ୍ଡରେ ଏସସି ମୋର୍ଚ୍ଚାକୁ ସକ୍ରିୟ କରି ଦଳିତ ଭୋଟରଙ୍କୁ ବିଜେପି ସହ ଯେମିତି ଯୋଡୁଥିଲେ ଓଡ଼ିଶାରେ ସେମିତି କରିବେ । ବିଜେପି ସପକ୍ଷରେ କିଭଳି ଭୋଟ ଆସିବ ଚିନ୍ତା କରିବେ ବୋଲି ବ୍ରଜ ମୋହନ ଉତ୍ତର ଦେଇଥିଲେ । ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ବିଜେଡି ରାଜ୍ୟସଭା ସାଂସଦ ଡ. ସଂତୃପ୍ତ ମିଶ୍ର ନବ ନିଯୁକ୍ତ ରାଜ୍ୟପାଳଙ୍କ ଏହି ବୟାନକୁ କଟାକ୍ଷ କରି ଟୁଇଟ କରିଛନ୍ତି । ସାମ୍ବିଧାନିକ ଦାୟିତ୍ୱ ପ୍ରତି ତାଙ୍କର ଆଭିମୁଖ୍ୟ ଯାହା ବି ହେଉନା କାହିଁକି, ନିଜର ରାଜନୈତିକ ଦୃଷ୍ଟିକୋଣକୁ ନେଇ ଏଭଳି ସ୍ପଷ୍ଟବାଦିତା ସତରେ ଚମତ୍କାର ବୋଲି ସେ ଲେଖିଛନ୍ତି । ଏଭଳି ଆହୁରି ଅନେକ ରାଜ୍ୟପାଳ ନିଯୁକ୍ତ ହେଲେ ଆମ ଗଣତନ୍ତ୍ର ଯେ ନିଶ୍ଚିତ ସୁଦୃଢ ହେବ ସେଥିରେ ସନ୍ଦେହ ନାହିଁ ବୋଲି ଡ. ମିଶ୍ର କଟାକ୍ଷ କରିଛନ୍ତି ।

ଓଡିଶା ଜନମଞ୍ଚର ଆବାହକ ବାସୁଦେବ ଭଟ୍ଟ ରାଷ୍ଟ୍ରପତିଙ୍କୁ ଏକ ପତ୍ର ଲେଖି ବ୍ରଜ ମୋହନ ରାମ ଙ୍କ ନିଯୁକ୍ତି ବାତିଲ କରିବାକୁ ଅନୁରୋଧ କରିଛନ୍ତି । ଏଭଳି ବ୍ୟକ୍ତିଙ୍କୁ ରାଜ୍ୟପାଳ ପଦରେ ନିଯୁକ୍ତି ଦେବା ଗଣତନ୍ତ୍ର ପ୍ରତି ଉପହାସ ବୋଲି ସେ ଲେଖିଛନ୍ତି ।

Previous Post

ହରିବାବୁଙ୍କ ଜାଗାରେ ବ୍ରଜମୋହନ

Next Post

୧୪ ଜିଲ୍ଲାରେ ୩୯,୩୮୩ କୋଟିର ଶିଳ୍ପ ପ୍ରକଳ୍ପ

Next Post
୧୪ ଜିଲ୍ଲାରେ  ୩୯,୩୮୩ କୋଟିର ଶିଳ୍ପ ପ୍ରକଳ୍ପ

୧୪ ଜିଲ୍ଲାରେ ୩୯,୩୮୩ କୋଟିର ଶିଳ୍ପ ପ୍ରକଳ୍ପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA