ଭୁବନେଶ୍ୱର:ଓଡ଼ିଶା ପୁଲିସରେ ୪୭୯୦ କନେଷ୍ଟବଳ ପଦବୀ ପୂରଣ ହେବ । ଏହାର ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଚଳିତବର୍ଷ ୪ ଟି ପର୍ଯ୍ୟାୟରେ ଏହି ପଦବୀଗୁଡ଼ିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଥିଲେ ।
ରାଜ୍ୟର ୩୪ ଟି ପୁଲିସ ଜିଲ୍ଲା ଏବଂ କମିଶନରେଟ୍ ପୁଲିସରେ ଏହି କନେଷ୍ଟବଳଙ୍କୁ ନିଯୁକ୍ତି ଦିଆଯିବ । ଏହାଦ୍ୱାରା ବିଭିନ୍ନ ଜିଲ୍ଲା ତଥା ଥାନାମାନଙ୍କରେ ଖାଲି ଥିବା କନେଷ୍ଟବଳ ପଦବୀ ପୂରଣ ହୋଇପାରିବ ଏବଂ ଆଇନଶୃଙ୍ଖଳା ରକ୍ଷା ଦିଗରେ ପୁଲିସର ସାମର୍ଥ୍ୟ ବୃଦ୍ଧି ପାଇବ ବୋଲି ମୁକ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।