Wednesday, April 22, 2026 03:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Health

କୋଭିଡ୍ ନିୟମାବଳୀ ଫେରିଲା

by Our Correspondent
23 Dec, 2022- 07:05 PM
in Health, Latest News, News
1 min read
0
କୋଭିଡ୍ ନିୟମାବଳୀ ଫେରିଲା
ଭୁବନେଶ୍ୱର: ସମସ୍ତେ କୋଭିଡ୍ ନିୟମ ମାନିବାକୁ ପଡ଼ିବ । ବାହାରକୁ ଗହଳି ଜାଗାକୁ ଗଲେ ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା ଏବଂ ଲକ୍ଷଣ ଥିଲେ ନିଜକୁ ଆଇସୋଲେସନ୍ ରେ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଟେଷ୍ଟିଂ ଜାରି ରଖିବା, ସବୁ ପଜିଟିଭ୍ କେସ୍ ର ଜିନମ୍ ସିକ୍ୟୁଏନସିଂ କରିବା ଏବଂ ହସ୍ପିଟାଲ୍ ଗୁଡ଼ିକ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେପଟେ ପ୍ରିକସନ୍ ଡୋଜ୍ ଟିକାଦାନ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ମିଟିଂ ପରେ ଏହି ଆଡଭାଇଜାରି ଜାରି ହୋଇଛି । ପ୍ରିକସନ୍ ଡୋଜ୍ ନେବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି । ଆଗକୁ ଉତ୍ସବ ସମୟ ଥିବାରୁ ଆବଶ୍ୟକ ପ୍ରସ୍ତୁତି ପାଇଁ କୁହାଯାଇଛି । କୋଭିଡ୍ ନିୟମ ପାଳନ ସହ ଆବଶ୍ୟକୀୟ ଟେଷ୍ଟିଂ ବ୍ୟବସ୍ଥା, ହସ୍ପିଟାଲ୍ ବେଡ୍ ପ୍ରସ୍ତୁତି ଏବଂ ଜିନମ୍ ସିକ୍ୟୁଏନ୍ସିଂ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଆଜି ଲୋକସେବା ଭବନରେ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ କୋଭିଡ୍ ପ୍ରସ୍ତୁତି ବୈଠକ ହୋଇଥିଲା । ଏଥିରେ ବିଭାଗୀୟ ଅଧିକାରୀମାନଙ୍କ ସହ ବିଶେଷଜ୍ଞମାନେ ଯୋଗଦେଇଥିଲେ । କୋଭିଡ୍ ର ସ୍ଥିତି ଏବଂ ସତର୍କତାମୂଳକ ପଦକ୍ଷେପ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ- ଜାପାନ, କୋରିଆ, ଆମେରିକା, ଫ୍ରାନସ୍, ବ୍ରାଜିଲ୍, ଜର୍ମାନୀ ଏବଂ ଚୀନ୍ ରେ ଗତ ଦୁଇ ସପ୍ତାହ ହେଲା କୋଭିଡ୍ ସଂକ୍ରମଣ ବଢ଼ିଚାଲିଥିଲେ ମଧ୍ୟ ମାତ୍ର ଆମ ଦେଶ କିମ୍ବା ରାଜ୍ୟରେ ସେଭଳି ସ୍ଥିତି ନାହିଁ । ଓଡ଼ିଶାରେ ନଭେମ୍ବର ମାସରୁ ଦୈନିକ ସଂକ୍ରମଣ ୧୫ ରୁ କମ୍ ଅଛନ୍ତି । ପ୍ରାୟତଃ ଏହି ସଂଖ୍ୟା ୧୦ ରୁ କମ୍ ରହୁଛନ୍ତି । ବର୍ତ୍ତମାନ ୫୪ ଆକ୍ଟିଭ୍ କେସ୍ ଥିଲେ ମଧ୍ୟ କାହାରିକୁ ହସ୍ପିଟାଲ୍ ଦରକାର ପଡ଼ିନି ।
ଟେଷ୍ଟିଂ ହାରକୁ ଦେଖିଲେ, ଭାରତରେ ପ୍ରତି ୧୦ ଲକ୍ଷରେ ଏହା ୧୦୯ ଥିଲା ବେଳେ ଓଡ଼ିଶାରେ ଏହା ୧୩୪ ରହିଛି । ଓଡ଼ିଶାରେ ସଂକ୍ରମଣ ହାର ବି ଅତି ନଗନ୍ୟ, ମାତ୍ର ୦.୦୫% । ଗତ ୩ ମାସରେ କୌଣସି କୋଭିଡ୍ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇନାହାନ୍ତି ।
ଭାରତରେ ଗତ କିଛି ମାସ ହେଲା ଦେଖାଦେଇଥିବା ଭୂତାଣୁ ହେଉଛନ୍ତି ଓମିକ୍ରନ୍ ର ସବ୍ ଭାରିଏଣ୍ଟ । ଏହା ଆଦୌ ଘାତକ ହୋଇନାହିଁ । ଆକ୍ରାନ୍ତଙ୍କୁ ହସ୍ପିଟାଲ୍ ଆବାଶ୍ୟକତା ପଡୁନାହିଁ । ବିଶେଷଜ୍ଞଙ୍କ ମତରେ ଓମିକ୍ରନ୍ ନୂଆ ଭୂତାଣୁର ଟ୍ରାନସମିସିବିଲିଟି ଅଧିକ ରହୁଥିଲେ ମଧ୍ୟ ଆମ ଭାରତରେ ଏହାର ସିଭିୟରିଟି ନାହିଁ ।
ତେବେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପ୍ରସ୍ତୁତ ରହିଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ଆଜିର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଟେଷ୍ଟିଂ ଜାରି ରହିବ ଏବଂ ସବୁ ପଜିଟିଭ୍ କେସ୍ ର ଜିନମ୍ ସିକ୍ୟୁଏନ୍ସିଂ କରାଯିବ । ହସ୍ପିଟାଲ୍ ଗୁଡ଼ିକୁ ପ୍ରସ୍ତୁତ ରଖାଯିବ । ଏଥିପାଇଁ ଆସନ୍ତା ୨୭ ତାରିଖରେ ମକ ଡି୍ରିଲ୍ କରାଯିବ । ବର୍ତ୍ତମାନ ୩ ପ୍ରମୁଖ ମେଡିକାଲ୍ କଲେଜରେ ୨୦ ଲେଖାଏଁ ବେଡ୍ ପ୍ରସ୍ତୁତ ଅଛି । ପରିସ୍ଥିତିକୁ ଦେଖି ଏହା ଆଉ ୨୦ କୁ ବୃଦ୍ଧି କରାଯିବ । ପ୍ରମୁଖ ହସ୍ପିଟାଲ୍ ରେ ନିଯୁକ୍ତ ଅତିରିକ୍ତ ଷ୍ଟାଫ୍ ମାର୍ଚ୍ଚ ୩୧ ଯାଏଁ କାର୍ଯ୍ୟ କରିବେ । ଏୟାରପୋର୍ଟ ଓ ବନ୍ଦରମାନଙ୍କରେ ସର୍ଭେଲାନ୍ସକୁ କଡ଼ାକଡ଼ି କରାଯିବ ।
Previous Post

ହକି ବିଶ୍ୱକପ୍ ପାଇଁ ସମସ୍ତେ ଏକାଠି

Next Post

ପୂରଣ ହେବ ୪୭୯୦ କନେଷ୍ଟବଳ ପଦବୀ

Next Post
ପୂରଣ ହେବ ୪୭୯୦ କନେଷ୍ଟବଳ ପଦବୀ

ପୂରଣ ହେବ ୪୭୯୦ କନେଷ୍ଟବଳ ପଦବୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA