Tuesday, April 21, 2026 08:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ବଡ଼ଭାଇ ପରିବାରକୁ ସଫା କରିଦେଲା

ଜାଗାବାଡ଼ି କଳିରୁ ସାନଭାଇର ବୀଭତ୍ସ ହତ୍ୟା

by Our Correspondent
12 Apr, 2022- 05:01 PM
in Crime, Latest News, News
1 min read
0
ବଡ଼ଭାଇ ପରିବାରକୁ ସଫା କରିଦେଲା

କଟକ: ଅତ୍ୟନ୍ତ ବୀଭତ୍ସ ଏବଂ ଲୋମହର୍ଷଣକାରୀ ଘଟଣା । ଜାଗାବାଡ଼ିକୁ କେନ୍ଦ୍ର କରି ଦୁଇ ଭାଇଙ୍କ କଳହର ଏକ ଭୟାନକ ପରିଣତି ମାହାଙ୍ଗା ଅଞ୍ଚଳରେ ଦେଖିବାକୁ ମିଳିଛି । ବଡ଼ଭାଇର ୫ ଜଣିଆ ପରିବାରକୁ ପୂରା ସଫା କରିଦେଇଛି ସାନଭାଇ । ଭାଇ ଭାଉଜ, ଝିଆରୀ ଏବଂ ଦୁଇ ନାବାଳକ ପୁତୁରାଙ୍କୁ ହତ୍ୟା କରିବା ପରେ ସାନଭାଇ ଏକ ଭିଡ଼ିଓ ଜାରି କର ହତ୍ୟାକାଣ୍ଡକୁ ସ୍ୱୀକାର କରିଛି । ଏହାପରେ ଥାନାକୁ ଯାଇ ଆତ୍ମସମର୍ପଣ କରିଛି । ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

ମାହାଙ୍ଗା ଥାନା କୁସୁପୁରର ସାହୁ ପରିବାରରେ ଘଟିଛି ଏହି ବୀଭତ୍ସ ହତ୍ୟା । ଦୁଇ ଭାଇ ଅଲେଖ ଚନ୍ଦ୍ର ସାହୁ ଏବଂ ଶିବ ପ୍ରସାଦ ସାହୁଙ୍କ ମଧ୍ୟରେ ଜାଗାବାଡ଼ିକୁ ନେଇ ବିବାଦ ଥିଲା । ଅଧିକାଂଶ ସମୟ ଦୁଇ ପରିବାର ମଧ୍ୟରେ ସେଥିପାଇଁ କଳି ଲାଗୁଥିଲା । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ସେଥିରେ ଉତ୍ତ୍ୟକ୍ତ ହୋଇ ବଡ଼ଭାଇ ଅଲେଖ ସାହୁ(୪୮), ଭାଉଜ ରଶ୍ମିରେଖା(୪୦), ଝିଆରୀ ସ୍ମୃତି ସନ୍ଧ୍ୟା(୧୯), ଦୁଇ ପୁତୁରା ସ୍ମୃତି ସାଇ(୧୨) ଏବଂ ସ୍ମୃତି ସୌରଭ(୧୦)ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଶିବ ସ୍ୱୀକାର କରିଛି । ହତ୍ୟାପରେ ଘର ବାହାରପଟୁ ସେ ତାଲା ପକାଇ ଦେଇଥିଲା ।

ଆଜି ସକାଳେ ଅଲେଖ ସାହୁଙ୍କ ପରିବାର କେହି ଘରୁ ନ ବାହାରିବା ଏବଂ ଅଲେଖଙ୍କର ଛୋଟିଆ ତେଜରାତି ଦୋକାନ ନ ଖୋଲିବାରୁ ସମସ୍ତଙ୍କର ସନେ୍ଦହ ହୋଇଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଟୁପୁରୁଟାପର ଚାଲିଥିବା ସମୟରେ ସାନଭାଇ ଶିବର ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା । ଭାଇ ପରିବାରକୁ ମାରିଥିବା ସ୍ୱୀକାର କରି ସେ ଏହି ଭିଡ଼ିଓ ଜାରି କରିଥିଲା ।

ସେଥିରେ କହିଥିଲା- ମୋର ପାରିବାରିକ କଳହ ସକାଶେ ମୋ ଭାଇ ଓ ମୋ ଭିତରେ ତିକ୍ତତା ଲାଗି ରହୁଥିଲା । ସେମାନେ ମତେ ବହୁତ ହଇରାଣ ହରକତ କରୁଥିଲେ । କାଲି ରାତିରେ ଭାଇ ଭାଉଜ ପିଲାମାନେ ସମସ୍ତେ ମିଶିକି ମତେ ମାରିଲେ । ମୁଁ ମୋ ମାନସିକ ସ୍ଥିତି ହରାଇ ବସିଲି । ମୁଁ ବି ରାଗିକି ସେମାନଙ୍କୁ ଜୀବନରୁ ମାରିଦେଇଛି । ବର୍ତ୍ତମାନ ମୁଁ ବାଲିଚନ୍ଦ୍ରପୁର ଥାନାରେ ସରେଣ୍ଡର କରିବାକୁ ଯାଉଛି । କାହିଁକି ନା ମୋର ମାହାଙ୍ଗାକୁ ଯିବା ପାଇଁ କୌଣସି ସାଧନ ନାହିଁ । ଆଇନ ଯାହା ଦଣ୍ଡ ଦେବ ମୁଁ ତାକୁ ଗ୍ରହଣ କରିବି ।

ଭିଡ଼ିଓରେ ଶିବ ମୁହଁରୁ ଏହି ନିର୍ମମ ହତ୍ୟାକାଣ୍ଡ ସ୍ୱୀକାରୋକ୍ତି ଶୁଣି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ମାହାଙ୍ଗା ପୁଲିସ ତୁରନ୍ତ ସେଠାରେ ପହଞ୍ଚି ଘର ଭିତରୁ ରକ୍ତ ଜୁଡ଼ୁବୁଡୁ ୫ ଟି ଯାକ ଶବ ଜବତ କରିଥିଲା । ସେପଟେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଶିବ ଆତ୍ମସମର୍ପଣ କରିଥିଲା ।

ବଡ଼ଭାଇ ପରିବାରର ୫ ଜଣ ଯାକ ସଦସ୍ୟକୁ ସାନଭାଇ ହତ୍ୟା କରିବା ଘଟଣା ପ୍ରଚାରିତ ହେଲାପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସେଠାରେ ଭିଡ଼ ଜମିଥିଲା । ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ତଦନ୍ତ କରୁଛି । ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର ସେଠାରେ ପହଞ୍ଚି ମାମଲାର ଅନୁଧ୍ୟାନ କରୁଛନ୍ତି ।

ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ଦୁଇଭାଇଙ୍କ ମଧ୍ୟରେ ସର୍ବଦା ଝଗଡ଼ାଝାଟି ଲାଗି ରହିଥିଲା ବୋଲି ଗ୍ରାମବାସୀ କହିଛନ୍ତି । ତେବେ ଘର ଭିତରେ ଏକାକୀ ୫ ଜଣଙ୍କୁ ହତ୍ୟା କରିବା କାହାରି ବିଶ୍ୱାସ ହେଉନାହିଁ । ହତ୍ୟାକାଣ୍ଡରେ ଆଉ କାହାରି ସଂପୃକ୍ତି ଥାଇପାରେ ବୋଲି କିଛି ଲୋକ ସନ୍ଦେହ କରୁଛନ୍ତି । ତେବେ ପୁଲିସ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି ।

Previous Post

ଅସହାୟ ପରିବାରର ଦୁଃଖରେ ସାଥି ହେଲା ‘ଓଡ଼ିଶା ମୋ ପରିବାର’

Next Post

ସାଧାରଣ ଲୋକ, ସାମ୍ବାଦିକଙ୍କ ପାଇଁ ସଚିବାଳୟ ପ୍ରବେଶ କଟକଣା ହଟିଲା

Next Post
ସାଧାରଣ ଲୋକ, ସାମ୍ବାଦିକଙ୍କ ପାଇଁ ସଚିବାଳୟ ପ୍ରବେଶ କଟକଣା ହଟିଲା

ସାଧାରଣ ଲୋକ, ସାମ୍ବାଦିକଙ୍କ ପାଇଁ ସଚିବାଳୟ ପ୍ରବେଶ କଟକଣା ହଟିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA