ଭୁୁବନେଶ୍ୱର: ଦୀର୍ଘ ଦୁଇବର୍ଷ ପରେ ସଚିବାଳୟ ପ୍ରବେଶ କଟକଣା ହଟିଛି । କରୋନା ଯୋଗୁଁ କଟକଣା ଲାଗିଥିବାରୁ ସାଧାରଣ ଲୋକ ଏବଂ ସାମ୍ବାଦିକମାନେ ଲୋକସେବା ଭବନ, ଖାରବେଳ ଭବନ ଏବଂ ରାଜୀବ ଭବନକୁ ଯାଇପାରୁ ନ ଥିଲେ । ରାଜ୍ୟ ସରକାର ସେମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରିଥିଲେ । ତେବେ କରୋନା ପଳାଇଥିବାରୁ ଏହି କଟକଣା ଉଠାଇ ଦିଆଯାଇଛି ।
ସାଧାରଣ ଲୋକ ସେମାନଙ୍କର ଆପତ୍ତି ଅଭିଯୋଗ କିମ୍ବା ଅନ୍ୟାନ୍ୟ କାମରେ ଲୋକସେବା ଭବନ, ଖାରବେଳ ଭବନ କିମ୍ବା ରାଜୀବ ଭବନକୁ ଯିବା ପାଇଁ ପାସ୍ ସଂଗ୍ରହ କରିପାରିବେ । ସେହିଭଳି କେବଳ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନେ ସଚିବାଳୟକୁ ଯାଇପାରିବେ । ଆସନ୍ତା ୧୮ ତାରିଖରୁ ଏହା କାର୍ଯ୍ୟକାରୀ ହେବ ବୋଲି ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।







