ଭୁୁବନେଶ୍ୱର: ତୃତୀୟ ଦିନରେ ପରୀକ୍ଷା ହୋଇଥିବା ୨୫ ବିଧାୟକଙ୍କ କୋଭିଡ୍ ରିପୋର୍ଟ ଆସିଛି । ସେଥିରେ ୫ ବିଧାୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ବିଧାୟକମାନେ ହେଲେ ଜୟନ୍ତ ଷଡ଼ଙ୍ଗୀ, ବିକ୍ରମ ପଣ୍ଡା, ଅଙ୍ଗଦ କହଁର, ସରୋଜ ମେହେର ଏବଂ ଭୂଦାନ ମୂର୍ମୁ ।
ବିଧାନସଭା ଆରମ୍ଭ ପରିପ୍ରେକ୍ଷୀରେ ବିଧାୟକମାନଙ୍କର କୋଭିଡ୍ ଟେଷ୍ଟ୍ ରେ ଏମାନଙ୍କୁ ମିଶାଇ ୩ ମନ୍ତ୍ରୀ, ଉପବାଚସ୍ପତିଙ୍କ ସମେତ ୧୫ ବିଧାୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ପରୀକ୍ଷଣ ପ୍ରଥମ ପାଳିରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ବିଧାୟକ ଦେବୀ ପ୍ରସାଦ ମିଶ୍ର ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ଦ୍ୱିତୀୟ ପାଳିରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ପଦ୍ମିନୀ ଦିଆନ, ଜ୍ୟୋତି ପାଣିଗ୍ରାହୀ, ବିଧାୟକ ଅଶୋକ ବଳ, ବିଷ୍ଣୁପଦ ରାଉତରାୟ, ଭାଗିରଥୀ ସେଠୀ, ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ, ପ୍ରଶାନ୍ତ ଜଗଦ୍ଦେବ, ସୁକାନ୍ତ ନାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।