ନୂଆଦିଲ୍ଲୀ: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର । ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ କରାଯିବ ଏବଂ ନଭେମ୍ବର ୧୦ରେ ଭୋଟଗଣତି ହୋଇ ଫଳାଫଳ ଘୋଷଣା କରାଯିବ ।
ଉପନିର୍ବାଚନ କାର୍ଯ୍ୟସୂଚନା ଅନୁଯାୟୀ, ଅକ୍ଟୋବର ୯ ରେ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୬ ତାରିଖ ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ । ଅକ୍ଟୋବର ୧୭ ରେ ନାମାଙ୍କନପତ୍ର ଯାଞ୍ଚ ହେବ । ଅକ୍ଟୋବର ୧୯ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି ।
ଓଡ଼ିଶାର ଦୁଇଟି ଆସନ ସମେତ ଅନ୍ୟ ରାଜ୍ୟର ୫୪ ଟି ବିଧାନସଭା ଆସନରେ ନଭେମ୍ବର ୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ବିହାରର ଗୋଟିଏ ଲୋକସଭା ଆସନ ଏବଂ ମଣିପୁରର ଦୁଇଟି ବିଧାନସଭା ଆସନ ପାଇଁ ନଭେମ୍ବର ୭ ରେ ଉପନିର୍ବାଚନ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି ।ଞ୍ଚ