Tuesday, May 13, 2025 10:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପିକ୍ ରେ ପାଣ୍ଡିଆନ୍ ମାନିଆ

ବୁମେରାଂ ହେଉଛି ବିରୋଧୀଙ୍କ ଆକ୍ରମଣ!

by Our Correspondent
13 Jul, 2023- 09:25 PM
in Latest News, News
1 min read
0
ପିକ୍ ରେ ପାଣ୍ଡିଆନ୍ ମାନିଆ

ଭୁବନେଶ୍ୱର: ପାଣ୍ଡିଆନଙ୍କ ପାଦ ଆମଆଡ଼େ ଟିକେ ପଡ଼ନ୍ତାନି କି! ଆମ ଗାଁ ସ୍କୁଲ, କଲେଜ, ଡାକ୍ତରଖାନା, ମନ୍ଦିର, ଖେଳପଡ଼ିଆର ଭାଗ୍ୟ ସତେ ବଦଳି ଯାଆନ୍ତାନି କି!!

ଓଡ଼ିଶାର କୋଣ ଅନୁକୋଣରେ ଲୋକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନଙ୍କୁ ନେଇ ଏଭଳି ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ପଠାଉଛନ୍ତି ଏବଂ ପାଣ୍ଡିଆନ ଯୋଉଠିକି ଯାଉଛନ୍ତି ସେହି ଅଞ୍ଚଳର ଭାଗ୍ୟ ରାତାରାତି ବଦଳି ଯାଉଛି ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ବିଶ୍ୱାସ ହୋଇଯାଇଛି ।

ପାଣ୍ଡିଆନଙ୍କ ବିରୋଧରେ ବିଜେପି କି କଂଗ୍ରେସ ନେତାମାନେ ଭୁବନେଶ୍ୱର ପାର୍ଟି ଅଫିସ ଏବଂ ଟେଲିଭିଜନ ଷ୍ଟୁଡ଼ିଓରେ ବସି ଯେତେ କମ୍ପମାନ କଲେ ବି ସାଧାରଣ ଜନତାଙ୍କ ଉପରେ ତାହାର କାଣିଚାଏ ପ୍ରଭାବ ନାହିଁ । ବରଂ ପାଣ୍ଡିଆନଙ୍କ ଗୁରୁତ୍ୱକୁ ଏହା ଆହୁରି ବଢ଼ାଇ ଦେଇଛି । ପାଣ୍ଡିଆନଙ୍କ ଆଗମନକୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ମହିଳା, ଚାଷୀ, ଦୁଃଖୀରଙ୍କି ସମସ୍ତେ ଉତ୍ସୁକତାର ସହ ଚାହିଁ ବସୁଛନ୍ତି । ନବୀନ ପଟ୍ଟନାୟକଙ୍କ ଦେବଦୂତ ଭାବେ ତାଙ୍କୁ ସେମାନେ ଗ୍ରହଣ କରିନେଲେଣି ।

ସହରର ଚା’ ଖଟିଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଆଡ଼େ ଏହି ଆଲୋଚନା । ପାଣ୍ଡିଆନଙ୍କୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଉତ୍ସାହ ବିରୋଧୀ ଦଳଙ୍କ ପାଇଁ ଅକାଟ୍ୟ ହୋଇଥିଲେ ମଧ୍ୟ ଏହା ହିଁ ବାସ୍ତବତା ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ଦୁଇ ତିନି ମାସ ତଳୁ ପାଣ୍ଡିଆନ୍ ଜିଲ୍ଲା ବୁଲିବା ଆରମ୍ଭ କଲେଣି । ମାତ୍ର ତାହା ଯେତିକି ଚର୍ଚ୍ଚା ହୋଇ ନ ଥିଲା ବିଜେପି ତାଙ୍କର କ୍ଷମତା ଓ ଅଧିକାରକୁ ନେଇ ପ୍ରଶ୍ନ କରିବା ପରଠାରୁ ଲୋକଙ୍କ ମନରେ ପାଣ୍ଡିଆନଙ୍କ ଚର୍ଚ୍ଚା ଦ୍ୱିଗୁଣ ହୋଇଯାଇଛି । ଜନମାନସରେ ବିଜେପି ତାଙ୍କୁ ସୁପର୍ ଷ୍ଟାର୍ କରିଦେଲା ବୋଲି ରାଜନୈତିକ ସମୀକ୍ଷକ କଟାକ୍ଷ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ସଚିବ ଶ୍ରୀ ପାଣ୍ଡିଆନ ରାଜ୍ୟ ବୁଲୁଛନ୍ତି ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ତାଙ୍କର ଅନ୍ୟ ନେତାମାନେ ଲୋକଙ୍କ ମୁଣ୍ଡରେ ପ୍ରଥମରୁ ଧାରଣା ପୂରାଇବାକୁ ଚେଷ୍ଟା କରିଥିଲେ । ମାତ୍ର ତାହା ବୁମେରାଂ ହୋଇଥିବା କୁହାଯାଉଛି । ଆପଣଙ୍କ ଦୁଃଖ ବୁଝିବା ପାଇଁ ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ମୁଁ ପଠାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ଲୋକେ ଗ୍ରହଣ କରି ତାଙ୍କ ଆଗମନକୁ ବରଂ ଉତ୍କଣ୍ଠାର ସହ ଅପେକ୍ଷା କରୁଛନ୍ତି । ଲୋକଙ୍କର ଦୃଢ଼ ବିଶ୍ୱାସ ହୋଇଛି ଯେ ପାଣ୍ଡିଆନ ଆସିଗଲେ ସେମାନଙ୍କ କାମ ହୋଇଯିବ ।

ଲୋକଙ୍କର ଭରସା ଓ ବିଶ୍ୱାସ ମଧ୍ୟ ଅମୂଳକ ନୁହେଁ । ବିଭିନ୍ନ ଅଞ୍ଚଳରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଯାହା ପ୍ରତିଶ୍ରୁତି ଦେଉଛନ୍ତି ତାହା ଅବିଳମ୍ବେ ପୂରଣ ହୋଇଯାଉଛି । କୋରାପୁଟ, ରାୟଗଡ଼ାରୁ ଆରମ୍ଭ କରି ଅନୁଗୁଳ ପର୍ଯ୍ୟନ୍ତ ଲୋକଙ୍କ ଆପତ୍ତି ଅଭିଯୋଗ ଉପରେ ଚଟାପଟ କାମ ହେଉଛି । ରାସ୍ତାଘାଟ, ଡାକ୍ତରଖାନା, ସ୍କୁଲ କଲେଜ ରୂପାନ୍ତର, ପିଇବା ପାଣି, ଜଳସେଚନ ସୁବିଧା, ମନ୍ଦିର ନବୀକରଣ ଇତ୍ୟାଦି ପାଇଁ ତୁରନ୍ତ ଅର୍ଥ ମଂଜୁର ହେଉଛି ।

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକାରୀମାନେ ବର୍ତ୍ତମାନ ସୁଦ୍ଧା ୨୦ଟି ଜିଲ୍ଲାକୁ ଗସ୍ତ ସାରିଲେଣି । ୧୮ ହଜାରରୁ ଅଧିକ ପିଟିସନ୍ ଲୋକଙ୍କଠାରୁ ଗ୍ରହଣ କରାଯାଇଛି । ଏହିସବୁ ପିଟିସନ୍ କୁ ବର୍ଗୀକରଣ କରାଯାଇ ସଂପୃକ୍ତ ବିଭାଗକୁ ପଠାଯାଉଛି ଏବଂ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ।

ସୂଚନାଥାଉକି, ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗତମାସରେ ଏକ ପ୍ରେସମିଟ୍ କରି ଶ୍ରୀ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ । ନାଁ ନ ନେଇ ଅତି କଟୁ ଭାଷାରେ ତାଙ୍କୁ ସମାଲୋଚନା କରିଥିଲେ । ସର୍ଭିସ୍ କଣ୍ଟକ୍ଟ ରୁଲ୍ ର ସେ ଉଲଂଘନ କରୁଥିବା ଅଭିଯୋଗ କରିଥିଲେ । ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନେଇ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଭେଟି ଶ୍ରୀ ପାଣ୍ଡିଆନଙ୍କ ବିରୋଧରେ ଫେରାଦ ହୋଇଥିଲେ । ତାଙ୍କର ଲିଖିତ ଅଭିଯୋଗକୁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଫରୱାର୍ଡ କରିଥିଲେ ।

ଏହି ଚିଠି ଆଧାରରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଅପରାଜିତା ରାଜ୍ୟ ସରକାରଙ୍କ ଉପରେ କମ୍ପମାନ ହୋଇଥିଲେ ମଧ୍ୟ ଡିଓପିଟିକୁ ଅଙ୍ଗୁଳି ଉଠାଇବାର ସାହାସ ନ ଥିବାରୁ ସେହି ପ୍ରସଙ୍ଗ ଆଉ ଉଠାଇ ନାହାନ୍ତି । ଏବେ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସହ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ବିଜେପିର ଅନ୍ୟ ନେତାମାନେ ମଧ୍ୟ ପାଣ୍ଡିଆନଙ୍କୁ ମୁଖ୍ୟ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ଉପରେ ଲଗାତର ଆକ୍ରମଣ ଚଳାଇଛନ୍ତି ।

ପାଣ୍ଡିଆନଙ୍କ ପତ୍ନୀ ତଥା ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କୁ ମଧ୍ୟ ବିଜେପି ଟାର୍ଗେଟ୍ କରିଛି । ବିଭାଗୀୟ ଅଧିକାରୀମାନଙ୍କର ଏକ ବୈଠକରେ ସୁଜାତାଙ୍କ ବକ୍ତବ୍ୟର ଅଡ଼ିଓ କ୍ଲିପ୍ କୁ ଧରି ଗତକାଲି ଦଳ ପକ୍ଷରୁ ଏକ ପ୍ରେସମିଟ କରାଯାଇଥିଲା । ତାଙ୍କର ଏହି ଅଡିଓ ଭାଷଣକୁ ସାମ୍ବାଦିକଙ୍କୁ ବାଣ୍ଟି ବିଭ୍ରାନ୍ତ କରିବାକୁ ଉଦ୍ୟମ କରାଯାଇଥିଲା । ବିଜେପିକୁ ଅବଶ୍ୟ ଏଥିରେ ଭାଣ୍ଡିଆ ହେବାକୁ ପଡ଼ିଛି ।

ତେବେ ପାଣ୍ଡିଆନଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ସମାଲୋଚନା ମୁଖ୍ୟମନ୍ତ୍ରୀଙ୍କ ଉପରେ ତିଳେମାତ୍ର ପ୍ରଭାବ ପକାଇନାହିଁ । ବିରୋଧୀଙ୍କ ପ୍ରଚଣ୍ଡ ଆକ୍ରମଣରେ ପାଣ୍ଡିଆନ ମଧ୍ୟ ଆଦୌ ବିବ୍ରତ ନାହାନ୍ତି । ବରଂ ତାଙ୍କର ଜିଲ୍ଲା ଗସ୍ତ ଜାରି ରଖି ଅଧିକରୁ ଅଧିକ ଲୋକଙ୍କୁ ଭେଟୁଛନ୍ତି । ନିଜର ଦାୟିତ୍ୱ ଉପରେ ଅଧିକ ଧ୍ୟାନ ଦେଇ ଆଗକୁ ବଢ଼ୁଛନ୍ତି । ଗଣମାଧ୍ୟମରେ କିଏ କ’ଣ ବିବୃତି ଦେଲେ ସେଥିପ୍ରତି ତାଙ୍କର ଖାତିର ନ ଥିବା ତାଙ୍କ କାର୍ଯ୍ୟଶୈଳୀ କହୁଛି ।

ବିଜେପି ପାଣ୍ଡିଆନଙ୍କୁ ପ୍ରସଙ୍ଗ କରି ତାଙ୍କ ପଛରେ ପଡ଼ିଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ଏହା ବିଜେଡିକୁ ଅଧିକରୁ ଅଧିକ ଫାଇଦା ହେଉଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ସେମାନଙ୍କ ମତରେ, ମୁଖ୍ୟମନ୍ତ୍ରୀଙ୍କର ଏହି କୌଶଳକୁ ବିରୋଧୀ ଦଳ ବୁଝିପାରିନାହାନ୍ତି । ପାଣ୍ଡିଆନଙ୍କୁ ଆଗରେ ରଖି ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଯୋଡି ହେଉଥିବା ବେଳେ ବିରୋଧୀ ଦଳ ରାଜଧାନୀରେ ବସି ପ୍ରେସମିଟ୍ ଏବଂ ଟିଭି ଷ୍ଟୁଡ଼ିଓରେ ସମୟ କାଟୁଛନ୍ତି । ବିରୋଧୀ ଦଳ ଲୋକଙ୍କ ସହ ଯୋଡି ନ ହେବାର ଫାଇଦା ନିଶ୍ଚିତ ଭାବେ ବିଜେଡିକୁ ଯାଉଛି ବୋଲି ସେମାନଙ୍କର ମତ । ବିରୋଧୀ ଦଳ ଏ ପର୍ଯ୍ୟନ୍ତ ବୁଝିନାହାନ୍ତି ଯେ ଲୋକଙ୍କର କାମ ଦରକାର । କିଏ କେଉଁ ଅଧିକାରରେ କାହିଁକି ଯାଉଛନ୍ତି ସେକଥା ଲୋକଙ୍କ ପାଇଁ କୌଣସି ଅର୍ଥ ରଖେ ନାହିଁ ।

Previous Post

Secretary(5T) visits Dhenkanal District

Next Post

ଚନ୍ଦ୍ରକୁ ଯାତ୍ରା କଲା ଚନ୍ଦ୍ରଯାନ-୩

Next Post
ଚନ୍ଦ୍ରକୁ ଯାତ୍ରା କଲା ଚନ୍ଦ୍ରଯାନ-୩

ଚନ୍ଦ୍ରକୁ ଯାତ୍ରା କଲା ଚନ୍ଦ୍ରଯାନ-୩

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA