Tuesday, June 23, 2026 03:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କ ମାଟିରେ ଧର୍ମେନ୍ଦ୍ରଙ୍କୁ ଆଟାକ୍

ଜନ୍ମମାଟି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଅବଦାନକୁ ପ୍ରଶ୍ନ କଲେ ପାଣ୍ଡିଆନ୍

by Our Correspondent
28 Dec, 2023- 08:06 PM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କ ମାଟିରେ ଧର୍ମେନ୍ଦ୍ରଙ୍କୁ ଆଟାକ୍

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମମାଟି ଅନୁଗୁଳରେ ଛିଡ଼ା ହୋଇ ଆଜି ତାଙ୍କୁ ଧୂମ୍ ଧୂଲେଇ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଗୋଟିଏ ଦଶନ୍ଧି ଧରି କେନ୍ଦ୍ରରେ କ୍ଷମତାଶାଳୀ ମନ୍ତ୍ରୀ ରହି ଅନୁଗୁଳ ମାଟି ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ସେ କିଛି କରିନାହାନ୍ତି । ତାଙ୍କ ହାତରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ଦାୟିତ୍ୱ ଥାଇ ବି ସେ ନିଜ ମାଟି ପାଇଁ କିଛି କରିନାହାନ୍ତି । ଚାହିଁଥିଲେ ପ୍ରତି ବ୍ଲକ୍ ପାଇଁ ଗୋଟେ ଗୋଟେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଥାନ୍ତେ । ତାଙ୍କ ଅଭିଯୋଗ ମୁତାବକ ଜିଲ୍ଲାରୁ ଦାଦନ ଶ୍ରମିକ ସମସ୍ୟା ଦୂର କରିପାରିଥାନ୍ତେ । ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ କରିପାରିଥାନ୍ତେ । ଏତେ କ୍ଷମତା ଥାଇ ଯଦି ଲୋକଙ୍କ ସେବା କରିପାରିବେନି, ତେବେ ତାଠୁଁ ଦୁଃଖର କଥା କ’ଣ ହୋଇପାରେ ବୋଲି ସେ କହିଛନ୍ତି ।

ଆଜି ଢ଼େଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ କରିଥିବା ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନବାଣରେ ଛନ୍ଦି ସିଧା ସିଧା ଆଟାକ୍ କରିଥିଲେ । ନିଜର ଜନ୍ମମାଟି ପାଇଁ ସେ କିଛି କରିନାହାନ୍ତି ବୋଲି କହିଥିଲେ । ଓଡ଼ିଶାକୁ ଅନ୍ୟ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ଅବଦାନର ଗୋଟି ଗୋଟି କରି ହିସାବ ଦେଇ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଥିଲେ । ଏପରିକି ବିଶ୍ୱେଶ୍ୱର ଟୁଡୁଙ୍କ ଅବଦାନ ତୁଳନାରେ ଧର୍ମେନ୍ଦ୍ରଙ୍କୁ ତୁଚ୍ଛ କରିଥିଲେ । ଗତକାଲି ଭଦ୍ରକର ଧାମନଗର ନିର୍ବାଚନମଣ୍ଡଳୀରେ ଶ୍ରୀ ପାଣ୍ଡିଆନ୍ ଧର୍ମେନ୍ଦ୍ରଙ୍କୁ ସିଧାସଳଖ ନିଶାନା କରିଥିବା ବେଳେ ଆଜି ତାଙ୍କ ଜନ୍ମମାଟିରେ ଏମିତି ଧୂଲେଇବା ରାଜନୈତିକ ବାତାବରଣକୁ ସରଗରମ କରିଛି ।

ଅନୁଗୁଳ ଜିଲ୍ଲାର ବଅଁରପାଳ ଅନ୍ତର୍ଗତ ଗଡ଼ସନ୍ତୀଠାରେ ଆୟୋଜିତ ଏକ ସାଧାରଣ ସଭାରେ ଶ୍ରୀ ପାଣ୍ଡିଆନ୍ କହିଥିଲେ, ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଥିଲା ବେଳେ ପାରାଦ୍ୱୀପକୁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ର ବହୁତ ବଡ଼ କାରଖାନା ଆଣିବାକୁ ଚେଷ୍ଟା କରିଥିଲେ ଏବଂ ତାହା ସଫଳ ହେଲା । ଚନ୍ଦ୍ରଶେଖର ସାହୁ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ଥିଲା ବେଳେ ଚେଷ୍ଟା କରି ଗଞ୍ଜାମ ଜିଲ୍ଲାକୁ ୫ଟା କେନ୍ଦ୍ରୀୟ ବିଦ୍ୟାଳୟ ଆଣିଲେ । କାମାକ୍ଷା ପ୍ରସାଦ ସିଂହଦେଓ କେନ୍ଦ୍ରମନ୍ତ୍ରୀ ଥିଲା ବେଳେ ଢ଼େଙ୍କାନାଳକୁ ଆଇଆଇଏମସି ଆଣିଲେ । ଜୁଏଲ୍ ଓରାମ କେନ୍ଦ୍ରମନ୍ତ୍ରୀ ଥିଲା ବେଳେ ତାଙ୍କ ସୁନ୍ଦରଗଡ଼ ଜିଲ୍ଲା ତଥା ଓଡ଼ିଶାକୁ ଗୁଡ଼ାଏ ଏକଲବ୍ୟ ସ୍କୁଲ ଆଣିଲେ । ଏବେ ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେ ମଧ୍ୟ ଚେଷ୍ଟା କରି ଏକଲବ୍ୟ ମଡେଲ ସ୍କୁଲ ଆଣିଛନ୍ତି ।

ହେଲେ ଆପଣଙ୍କ ମାଟିରୁ ଜଣେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ଗୋଟେ ଦଶନ୍ଧି ଧରି ସେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ବହୁ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ । ଏ ମାଟି ପାଇଁ ଗର୍ବ । ଏଇମାଟିର ଜଣେ ପୁଅ କେନ୍ଦ୍ରରେ ମନ୍ତ୍ରୀ ରହିବା ଆପଣମାନଙ୍କ ପାଇଁ ଖୁସି ଖବର । ମାତ୍ର ଆପଣଙ୍କ ଅଞ୍ଚଳରେ କେତେଟା କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଛନ୍ତି ସେ? ତାଙ୍କ ହାତରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ବିଭାଗ ଅଛି । ତାଙ୍କ ଅଞ୍ଚଳରେ ୩୦ଟା ବ୍ଲକ୍ ଅଛି । ସେ ଚାହିଁଥିଲେ ପ୍ରତ୍ୟେକ ବ୍ଲକ୍ ରେ ଗୋଟେ ଗୋଟେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଥାନ୍ତେ । ପ୍ରତ୍ୟେକ ସବଡିଭିଜନରେ ଗୋଟେ ଗୋଟେ ନବୋଦୟ ବିଦ୍ୟାଳୟ ଖୋଲିଥାନ୍ତେ । ପ୍ରତ୍ୟେକ ସବଡିଭିଜନରେ ଗୋଟେ ଗୋଟେ କମ୍ୟୁନିଟି କଲେଜ ଖୋଲିଥାନ୍ତେ । ଆପଣମାନଙ୍କ ପିଲାଛୁଆ ସିବିଏସଇ ପାର୍ଟନ୍ ରେ ପାଠପଢ଼ିବାର ସୁଯୋଗ ପାଇଥାନ୍ତେ ।

କିନ୍ତୁ ଦୁଃଖର କଥା ଆପଣଙ୍କର ପ୍ରିୟ କେନ୍ଦ୍ରମନ୍ତ୍ରୀ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଅନୁଗୁଳରେ ଖୋଲିଲେ । କିନ୍ତୁ ତାହା ଇନଷ୍ଟିଚ୍ୟୁସନାଲ୍ କେନ୍ଦ୍ରୀୟ ବିଦ୍ୟାଳୟ । ସେ ଚାହିଁଥିଲେ ଆପଣଙ୍କ ଆଠମଲ୍ଲିକ, ପାଲଲହଡ଼ା, ଛେଣ୍ଡିପଦା, ତାଳଚେରରେ ନନ୍ ଇନଷ୍ଟିଚ୍ୟୁସନାଲ୍ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଥାନ୍ତେ । ମୁଁ ଗଞ୍ଜାମ ଜିଲ୍ଲାପାଳ ଥିଲା ବେଳେ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ଯଦି ତିନି ତିନିଟା କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଲି, ଜଣେ କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ କେତେ କରିଥାନ୍ତେ ଆପଣ ନିଜେ ବିଚାର କରନ୍ତୁ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।

ଏ ଅଞ୍ଚଳର ଲୋକ କାମଧନ୍ଦା ପାଇଁ ବାହାରକୁ ଯାଉଥିବା କେନ୍ଦ୍ରମନ୍ତ୍ରୀ ସବୁବେଳେ କହୁଛନ୍ତି । ସେ ନିଜେ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି । ଚାହିଁଥିଲେ ଏ ଅଞ୍ଚଳର ସବୁ ବ୍ଲକରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିପାରିଥାନ୍ତେ । ଏ ଅଞ୍ଚଳରେ ଏମସିଏଲ, ଏନଟିପିସି, ନାଲକୋ ଭଳି ସଂସ୍ଥା ରହିଛି । ଦକ୍ଷତା ବିକାଶ ହୋଇଥିଲେ ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ଼ ଆଦି ଅଞ୍ଚଳର ଯୁବପୀଢ଼ି ଭଲ ଭଲ ଚାକିରି ପାଇପାରିଥାନ୍ତେ । ମାତ୍ର ଏହା ହେଲା ନାହିଁ କାହିଁକି?

ସେହିଭଳି ୫୫ ନମ୍ବର ରାଜପଥର ବିପଦଜ୍ଜନକ ଅବସ୍ଥା ପାଇଁ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ । ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଉଛନ୍ତି । ତଥାପି ବର୍ଷ ବର୍ଷ ଧରି ରାସ୍ତା ଠିକ୍ ହୋଇପାରୁନି । ୭/୮ ବର୍ଷ ହେଲା ୫୫ ନମ୍ବର ଜାତୀୟ ରାଜପଥ କାମ ଚାଲିଛି । କେବେ କାମ ସରିବ କାହାକୁ ଜଣାନାହିଁ । ଯଦି ଜିଲ୍ଲାପାଳମାନେ ରାସ୍ତା ଠିକ୍ କରିଦେଇ ପାରୁଛନ୍ତି ତାହେଲେ କେନ୍ଦ୍ରମନ୍ତ୍ରୀ କାହିଁକି କରିପାରୁନାହାନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରଶ୍ନ କରିଥିଲେ ।

ଢ଼େଙ୍କାନାଳର ପରଜଙ୍ଗ ସଭାରେ ମଧ୍ୟ ସମାନ ପ୍ରଶ୍ନ କରିଥିଲେ ଶ୍ରୀ ପାଣ୍ଡିଆନ୍ ।

ଗତ ବର୍ଷେ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁ ୪୦ ଥର ଅନୁଗୁଳ ଆସିଛନ୍ତି । ପ୍ରତିଥର ଟିକେ ଟିକେ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥିଲେ ଅନୁଗୁଳର ପ୍ରଭୂତ ବିକାଶ ହୋଇପାରିଥାନ୍ତା । କିନ୍ତୁ ତାହା ସେ କରିନାହାନ୍ତି । ଶ୍ରୀ ପାଣ୍ଡିଆନ୍ କହିଥିଲେ, ରାଜନୀତିରେ ତାଙ୍କର ଦୀର୍ଘ ଅନୁଭୂତି ନାହିଁ । କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେବା ଭଳି ଯୋଗ୍ୟତା ମଧ୍ୟ ତାଙ୍କର ନାହିଁ । କେବଳ ବିନମ୍ରତାର ସହ ସେ ଯାହା ଅନୁରୋଧ କରିପାରିବେ । କେନ୍ଦ୍ରମନ୍ତ୍ରୀଙ୍କର ଏତେ କ୍ଷମତା ଥାଇ ଯଦି ଲୋକଙ୍କ ସେବା କରିପାରିବେନି, ତେବେ ତାଠୁଁ ଦୁଃଖର କଥା କ’ଣ ହୋଇପାରେ ବୋଲି କହିଥିଲେ ।

ଶ୍ରୀ ପାଣ୍ଡିଆନଙ୍କର ଆଟାକ୍ ଓ ପ୍ରଶ୍ନବାଣକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ ।

Previous Post

ଓଜେଏସ୍ ରେଜଲ୍ଟ: ପ୍ରଥମ ୧୦ ଜଣରେ ୮ ଝିଅ

Next Post

ସାମାଜିକ ବିକାଶ ନିମନ୍ତେ ସୋଆ ଏବଂ ସିୱାଇଏସଡି ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

Next Post
ସାମାଜିକ ବିକାଶ ନିମନ୍ତେ ସୋଆ ଏବଂ ସିୱାଇଏସଡି ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ସାମାଜିକ ବିକାଶ ନିମନ୍ତେ ସୋଆ ଏବଂ ସିୱାଇଏସଡି ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA