Sunday, April 19, 2026 04:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା? : ପାଣ୍ଡିଆନ୍

ସମ୍ବଲପୁର ଜିଲ୍ଲାରେ ଦ୍ୱିତୀୟ ଦିନ

by Our Correspondent
13 Jan, 2024- 09:50 PM
in Latest News, News, Politics
1 min read
0
କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା? : ପାଣ୍ଡିଆନ୍

ଭୁବନେଶ୍ୱର: ଜାତୀୟ ରାଜପଥ-୫୫ ର କଦର୍ଯ୍ୟ ଅବସ୍ଥା ଓ ପଦ୍ମପୁର ଉପନିର୍ବାଚନ ବେଳେ କେନ୍ଦୁପତ୍ର ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ସମ୍ପର୍କରେ ମନେ ପକାଇଦେଇଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍ । ସମ୍ବଲପୁର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ କୁଚିଣ୍ଡା ଓ ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ଆୟୋଜିତ ସଭାରେ ନାଁ ନ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଟାର୍ଗେଟ୍ କରିଛନ୍ତି ।

ଶ୍ରୀ ପାଣ୍ଡିଆନ୍ କହିଥିଲେ, ଦୀର୍ଘ ୧୦ ବର୍ଷ ହେଲା କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ଶେଷ ହୋଇପାରୁନି । ନିର୍ବାଚନ ଆସିଲେ କିଛି ନେତା ବଡ଼ ବଡ଼ ଭାଷଣ ମାରୁଛନ୍ତି, ହେଲେ କାମ ସରୁନି । ଅନ୍ୟପକ୍ଷରେ ଜାତୀୟ ରାଜପଥ କାମ ଆରମ୍ଭ ହେବାର ବହୁ ଦିନ ପରେ ୨୦୧୭ରେ ବରଗଡ଼ରୁ ଆମ୍ବପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ୍ ୱେ କାମ ଆରମ୍ଭ ହୋଇ କେବେଠୁ ସରିଲାଣି । ୨୮୦ କିମି ଲମ୍ବା ଏହି ରାସ୍ତାରେ ୧୦୦ କିମି ସମ୍ପୂର୍ଣ୍ଣ ନୂଆ ଭାବେ ତିଆରି ହୋଇଥିଲା । କିନ୍ତୁ ମାତ୍ର ୨୯୦ କିମି ଜାତୀୟ ରାଜପଥର କେବଳ ମରାମତି କାମ ସରୁ ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ଅଞ୍ଚଳର ନେତା କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ବୋଲି ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲକ୍ଷ୍ୟ କରି କହିଥିଲେ । ଆଉ ବିଳମ୍ବ ନ କରି ଜାତୀୟ ରାଜପଥ ମରାମତି କାମ ଶୀଘ୍ର ଶେଷ କରିବାକୁ ମୁଁ ବିନମ୍ର ଅନୁରୋଧ କରୁଛି ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।

ସେହିଭଳି କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପ୍ରସଙ୍ଗ ଶ୍ରୀ ପାଣ୍ଡିଆନ୍ ଉଠାଇ କେନ୍ଦ୍ରମନ୍ତ୍ରୀଙ୍କ ଉଦାସୀନତା ନେଇ ଉଦବେଗ ପ୍ରକାଶ କରିଥିଲେ । ପଦ୍ମପୁର ଉପନିର୍ବାଚନ ବେଳେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପାଇଁ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ । ଏ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ପାଳନ କରି ନ ଥିବା ବେଳେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉପରୁ ନିଜ ଭାଗର ୮% ଟିକସ ଛାଡ଼ କରିଛନ୍ତି । ଓଡ଼ିଶା ସରକାର ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍ ଦେଉଛି ।

ଖୁବ୍ ଶୀଘ୍ର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ପ୍ୟାକେଜ ଘୋଷଣା କରିବେ ବୋଲି ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ । କେନ୍ଦୁପତ୍ର ତୋଳାଳିଙ୍କ ଆବେଦନକ୍ରମେ ସେମାନଙ୍କ ପରିବାର ସଦସ୍ୟଙ୍କ ବିବାହ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିବେ ବୋଲି କହିଥିଲେ ପାଣ୍ଡିଆନ୍ ।

ଦୁଇଟିଯାକ ସଭାରେ ଶ୍ରୀ ପାଣ୍ଡିଆନ୍ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଉଦାହରଣ ଦେଇଥିଲେ । କେବଳ ନିର୍ବାଚନ ସମୟରେ ବଡ଼ ବଡ଼ କଥା ନ କହି କାମରେ ବିଶ୍ୱାସ କରନ୍ତି ନବୀନ ପଟ୍ଟନାୟକ । ଏହା ଲୋକଙ୍କ ସରକାର ବୋଲି ସେ ସବୁବେଳେ କୁହନ୍ତି । ସେଥିପାଇଁ ତାଙ୍କ ନିର୍ଦ୍ଦେଶରେ ଲୋକଙ୍କ ସବୁ ଦରଖାସ୍ତକୁ ଉପଯୁକ୍ତ ସମ୍ମାନ ଦେଇ ସମାଧାନ କରାଯାଉଛି । କିନ୍ତୁ କିଛି ନେତା କେବଳ କଥାରେ ବିଶ୍ୱାସ କରନ୍ତି । ନିର୍ବାଚନ ବେଳେ ବଡ଼ ବଡ଼ କଥା କହି ଚାଲିଯିବେ । ନିର୍ବାଚନ ସରିଲେ ଆଉ ଦେଖା ମିଳିବ ନାହିଁ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।

ଆଜି ସମ୍ବଲପୁର ଗସ୍ତର ଦ୍ୱିତୀୟ ଦିନରେ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ମା ସମଲେଶ୍ୱରୀ ମନ୍ଦିର ରୂପାନ୍ତର କାର୍ଯ୍ୟ ବୁଲି ଦେଖିବା ସହ କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସମ୍ବଲପୁରଠାରେ ନୂଆ ଓ ଫେଷ୍ଟ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । କୁଚିଣ୍ଡାଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଥିଲେ । କୁଚିଣ୍ଡା ଓ ରେଢ଼ାଖୋଲରେ ଲୋକଙ୍କ ସହ କଥା ହୋଇ ସେମାନଙ୍କଠାରୁ ଆପତ୍ତି ଅଭିଯୋଗ ଗ୍ରହଣ କରିଥିଲେ ।

 

 

 

 

Previous Post

ଓଡ଼ିଶାରେ ଏଥର ବିଜେପି ସରକାର: ଆସାମ ମୁଖ୍ୟମନ୍ତ୍ରୀ

Next Post

୧୭ ତାରିଖରେ ସରକାରୀ ଛୁଟି

Next Post
୧୭ ତାରିଖରେ ସରକାରୀ ଛୁଟି

୧୭ ତାରିଖରେ ସରକାରୀ ଛୁଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA