Sunday, April 19, 2026 06:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଶାରେ ଏଥର ବିଜେପି ସରକାର: ଆସାମ ମୁଖ୍ୟମନ୍ତ୍ରୀ

by Our Correspondent
13 Jan, 2024- 08:58 PM
in Latest News, News, Politics
1 min read
0
ଓଡ଼ିଶାରେ ଏଥର ବିଜେପି ସରକାର: ଆସାମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଏଥର ବିଜେପି ସରକାର ଗଠନକୁ ନେଇ ଦୃଢ଼ ଆଶାବାଦୀ ହୋଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଶର୍ମା ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଯୁକ୍ତି ରଖିବା ସହ ବିଜେପି ସରକାରର ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଓଡ଼ିଶା ଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଶ୍ରୀ ଶର୍ମା କହିଛନ୍ତି, ଓଡ଼ିଶାରେ ବିଜୁ ଜନତା ଦଳ ଲୋକଙ୍କ ମନରେ ଏକ ଧାରଣା ସୃଷ୍ଟି କରିଛି । ମାତ୍ର ବାସ୍ତବ ସ୍ଥିତି ହେଉଛି ଯେ ବିଜେପି ପ୍ରତି ରାଜ୍ୟବାସୀଙ୍କର ସମର୍ଥନ ରହିଛି । ୨୦୧୯ରେ ବିଜେପିକୁ ଲୋକସଭାରେ ୩୮% ଏବଂ ବିଧାନସଭାରେ ୩୨% ଭୋଟ ମିଳିଥିଲା । ଲୋକସଭାରେ ବିଜେପିର ଭୋଟ ବ୍ୟବଧାନ ଥିଲା ୪% । ମୋଦୀ ସରକାରଙ୍କ ୫ ବର୍ଷର କାମ ଯୋଗୁଁ ସେହି ୪% ଭୋଟ ଆସିସାରିଲାଣି । ଓଡ଼ିଶାରେ ଯଦି ନବୀନ ବ୍ରାଣ୍ଡ ଅଛି, ଗତଥର ବିଜେପିକୁ ୩୮% ଭୋଟ କେମିତି ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ୧ କୋଟି ଲୋକ ଜଣଙ୍କୁ ବ୍ରାଣ୍ଡ ମାନୁନାହାନ୍ତି, ତାହେଲେ ଆଉ ୩୦ରୁ ୫୦ ଲକ୍ଷ ଭୋଟ ଆସିବାକୁ କେତେ ସମୟ ଲାଗିବ ବୋଲି ପଚାରିଛନ୍ତି । ଏବେ ସମୟରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ପାଇଁ ବହୁତ କାର୍ଯ୍ୟ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିଲେ ବିଜେପି ଏଥର ନିଶ୍ଚିତ କ୍ଷମତାକୁ ଆସିବ ।

ଆସାମ ମୁଖ୍ୟମନ୍ତ୍ରୀଙ୍କର ଏହି ମନ୍ତବ୍ୟ ଉପରେ ବିଜେଡି ପକ୍ଷରୁ ଆନୁଷ୍ଠାନ ଭାବେ କୌଣସି ପ୍ରତିକ୍ରିୟା ଆସିନାହିଁ । ତେବେ ଦଳର ନେତାମାନେ ଏହାକୁ ଦିବାସ୍ୱପ୍ନ କହି ହସରେ ଉଡ଼ାଇଛନ୍ତି । ଗତ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଦମ୍ଭ ଦେଖାଇଥିଲେ । ୨୦୧୯ରେ ବିଜେପି ସରକାର ଗଠନ କରିବ ଏବଂ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦିଆଯିବ ବୋଲି ଦୃଢ଼ୋକ୍ତି କରିଥିଲେ । ମାତ୍ର ରାଜ୍ୟ ବିଜେପି ଓ ଧର୍ମେନ୍ଦ୍ରଙ୍କୁ କିଭଳି ଲୋକହସା ହେବାକୁ ପଡ଼ିଲା ତାହା ଓଡ଼ିଶାବାସୀ ଦେଖିଲେ ବୋଲି ଦଳର ଜଣେ ବରିଷ୍ଠ ନେତା କଟାକ୍ଷ କରିଛନ୍ତି ।

 

 

Previous Post

ଓଟିଭି ମଞ୍ଚରୁ ବିଜେପିର ପ୍ରଚାର କଲେ ବାବା ରାମଦେବ

Next Post

କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା? : ପାଣ୍ଡିଆନ୍

Next Post
କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା? : ପାଣ୍ଡିଆନ୍

କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା? : ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA