Sunday, April 19, 2026 08:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଟିଭି ମଞ୍ଚରୁ ବିଜେପିର ପ୍ରଚାର କଲେ ବାବା ରାମଦେବ

କଂଗ୍ରେସକୁ କାଚିଲେ, ରାଜ୍ୟ ନେତା ଜଳକା

by Our Correspondent
13 Jan, 2024- 08:05 PM
in Latest News, News, Politics
1 min read
0
ଓଟିଭି ମଞ୍ଚରୁ ବିଜେପିର ପ୍ରଚାର କଲେ ବାବା ରାମଦେବ

ଭୁବନେଶ୍ୱର: ଆଜି ଓଟିଭି ମଞ୍ଚରୁ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି ଯୋଗଗୁରୁ ବାବା ରାମଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସାରେ ପୋତିଥିଲା ବେଳେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ପରାଜୟ କାମନା ସହ କଂଗ୍ରେସର କଛା ଖୋଲିଦେଇଛନ୍ତି । ଇଣ୍ଡିଆ ମେଣ୍ଟ ଯୋଗୁଁ ବିଜେପି ୪୦୦ରୁ ଅଧିକ ଆସନ ଜିତିବ ବୋଲି ବାବା ଭବିଷ୍ୟବାଣୀ କରିଛନ୍ତି । ବୈଜୟନ୍ତ ପଣ୍ଡା ଓ ସମ୍ବିତ୍ ପାତ୍ରଙ୍କୁ ଓଡ଼ିଶାର ସୁଯୋଗ୍ୟ ସନ୍ତାନ କହି ଆଗାମୀ ନିର୍ବାଚନରେ ଉଭୟଙ୍କ ବିଜୟ ପ୍ରାର୍ଥନା କରିଛନ୍ତି ।

ଓଟିଭିର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ଫୋରସାଇଟ୍-୨୦୨୪ରେ ଯୋଗଦେଇଥିଲେ ବାବା ରାମଦେବ । ଏହି ମଞ୍ଚରେ ତାଙ୍କୁ ପ୍ରଶ୍ନ ପଚାରିବାକୁ ଆଙ୍କର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଡ. ସମ୍ବିତ ପାତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା ଓ କଂଗ୍ରେସକୁ ଗାଳିରେ ମଞ୍ଚ ଫାଟି ପଡ଼ିଥିଲା । ବାବା ରାମଦେବ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତକୁ ବହୁ ଉଚ୍ଚସ୍ଥାନକୁ ନେଇଯାଇଛନ୍ତି । ସମଗ୍ର ଦୁନିଆରେ ଯୋଗକୁ ପରିଚିତ କରାଇଛନ୍ତି । ମୋଦୀଙ୍କ ଯୋଗୁଁ ବିଶ୍ୱ ଦରବାରରେ ଭାରତୀୟଙ୍କୁ ମର୍ଯ୍ୟାଦା ମିଳୁଛି । ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ନିଜକୁ ସନାତନ, ହିନ୍ଦୁ, ରାମଭକ୍ତ, କୃଷ୍ଣଭକ୍ତ ଓ ଶିବଭକ୍ତ କହିବାରେ ଗୌରବ ଅନୁଭବ କରୁଛନ୍ତି । ସନାତନ ଧର୍ମ ଓ ସଂସ୍କୃତିର ବିକାଶ ପାଇଁ ସେ ସର୍ବଦା ଚେଷ୍ଟିତ । ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ୪ ଜଣ ଯାକ ଶଙ୍କରାଚାର୍ଯ୍ୟ ଯୋଗଦେବାକୁ ମନା କରିଥିବାରୁ ବାବା ସେମାନଙ୍କୁ ପଲିଟିକାଲ୍ ଶଙ୍କରାଚାର୍ଯ୍ୟ ବୋଲି ଆକ୍ଷେପ କରିଥିଲେ ।

କଂଗ୍ରେସକୁ ମନଭରି ସମାଲୋଚନା କରିଥିଲେ ବାବା । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ କାହାରିକୁ ଛାଡ଼ି ନ ଥିଲେ । କିଛି ଲୋକ ଟିଭିରେ ଆସିବା ପାଇଁ ଏବେ ରାମମନ୍ଦିର କଥା କହୁଛନ୍ତି । ସେମାନଙ୍କ କଥାକୁ ଗୁରୁତ୍ୱ ନ ଦେବାକୁ ସେ ପରାମର୍ଶ ଦେଇଥିଲେ ।

ପଚାରିଥିଲେ, ରାମମନ୍ଦିର କରିବାକୁ କଂଗ୍ରେସକୁ କିଏ ମନା କରିଥିଲା? ଧାରା ୩୭୦ ଓ ଟ୍ରିପଲ୍ ତଲାକ ଉଚ୍ଛେଦ କରିବାକୁ କିଏ ମନା କରିଥିଲା? ରାହୁଲ ଗାନ୍ଧୀ ଏବେ ସମଗ୍ର ଭାରତବର୍ଷ ଯାତ୍ରା କରୁଛନ୍ତି । ମାତ୍ର ଭାରତର ଆତ୍ମାକୁ ଜାଣିପାରିନାହାନ୍ତି । କଂଗ୍ରେସ ନିଜ ସହ ନ୍ୟାୟ କରିପାରୁନି । ଯେଉଁ ପାର୍ଟି ଦିନେ ଦେଶର ସର୍ବବୃହତ୍ତ ପାର୍ଟି ଥିଲା ଏବେ ସଙ୍କୁଚିତ ହୋଇଗଲାଣି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଏଥର ନିର୍ବାଚନ ଜିତିବେ ନା ନାହିଁ ତାହା ସନ୍ଦେହ ଘେରରେ । କଂଗ୍ରେସକୁ ଆତ୍ମଚିନ୍ତନ, ଆତ୍ମ ମୂଲ୍ୟାୟନ ଓ ଆତ୍ମ ବିଶ୍ଲେଷଣର ଆବଶ୍ୟକତା ରହିଛି ବୋଲି ବାବା କହିଥିଲେ ।

ଓଟିଭି ଚିନ୍ତନ ମଞ୍ଚରେ ଯୋଗଗୁରୁ ବାବା ରାମଦେବ କଂଗ୍ରେସ ଓ ଏହାର ନେତୃତ୍ୱକୁ ଧୂଲେଇ କରୁଥିଲା ବେଳେ ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ରାଜ୍ୟ କଂଗ୍ରେସର ମୁଖପାତ୍ର ଓ ଅନ୍ୟ କିଛି ନେତା ଏହାକୁ ମନମୁଗଧ ଚିତ୍ତରେ ଶୁଣୁଥିଲେ । ମନରେ ପ୍ରତିକ୍ରିୟା ନ ଥିଲା କି ମୁହଁରେ ପ୍ରତିବାଦ ନ ଥିଲା । ଏହା ଦେଖଣାହାରୀଙ୍କୁ ବେଶ୍ ଆମୋଦିତ କରିଥିଲା । ରାଜ୍ୟ କଂଗ୍ରେସ ନେତାଙ୍କ ଅସହାୟତା ସେମାନେ ବାରି ପକାଇଥିଲେ ।

ମଞ୍ଚରେ ବାବା ରାମଦେବ ଓଟିଭିର ଭୁରି ଭୁରି ପ୍ରଶଂସା କରିଥିଲେ । ବୈଜୟନ୍ତ ପଣ୍ଡାଙ୍କ ବ୍ୟକ୍ତିତ୍ୱର ଗୁଣଗାନ କରିଥିଲେ । ଏଥର ନିର୍ବାଚନରେ ସେ ନିଶ୍ଚୟ ଜିତିବେ ବୋଲି ଆଶା କରିଥିଲେ । ସେହିଭଳି ସମ୍ବିତ୍ ପାତ୍ରଙ୍କ ପ୍ରଶ୍ନରେ ଗଦ୍ ଗଦ୍ ହୋଇଯାଇଥିଲେ ବାବା । ତାଙ୍କର ବହୁମୁଖୀ ପ୍ରତିଭାର ଅବତାରଣା କରିବା ସହ ପୁରୀ ଲୋକସଭା ଆସନରୁ ଏଥର ନିଶ୍ଚିତ ବିଜୟ କାମନା କରି ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଥିଲେ ।

ଆଲୋଚନା ମଞ୍ଚରେ ବାବା ରାମଧୂନ ଗାଇଥିଲେ ଏବଂ ବୈଜୟନ୍ତ ଓ ସମ୍ବିତଙ୍କୁ ଦୁଇ ପାଖରେ ରଖି ଯୋଗ ଶିଖାଇଥିଲେ । ତିନି ଦିନ ତଳେ ଓଟିଭି ପ୍ରତିଷ୍ଠା ଉତ୍ସବରେ ଜାଗୀମଙ୍ଗତ ପଣ୍ଡାଙ୍କ ରାମଧୂନ ଗାନର ଉଚ୍ଚ ପ୍ରଶଂସା କରିବାକୁ ଭୁଲି ନ ଥିଲେ ବାବା ରାମଦେବ । ଅବଶ୍ୟ ଏହି ରାମଧୂନ୍ ଗାନ ପଛରେ ରାଜନୀତିର ବାତ୍ସା ଅଛି ବୋଲି ସମାଲୋଚକମାନେ କହୁଛନ୍ତି ।

ସୂଚନାଥାଉକି, କିଛି ଦିନ ତଳେ ବାବା ରାମଦେବଙ୍କର ବ୍ୟବସାୟିକ ଅନୁଷ୍ଠାନ ‘ପତଞ୍ଜଳି’ ର ପ୍ରସାର କରିଥିଲା ଏହି ଏକ ନମ୍ବର ଚାନେଲ୍ । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାବାଙ୍କର ଲମ୍ବା ସମୟର ସାକ୍ଷାତକାର ସ୍ଥାନ ପାଇଥିଲା । ଏଥିରେ ବାବା ତାଙ୍କ ପତଞ୍ଜଳିତ୍ତଉତ୍ପାଦିତ ସାମଗ୍ରୀର ଜବରଦସ୍ତ ମାର୍କେଟିଂ କରିଥିଲେ । ଏଥିପାଇଁ ଆଜି ପରୋକ୍ଷରେ ସେ କୃତଜ୍ଞତା ଜଣାଇବା ସହ ଆଗାମୀ ଯାତ୍ରା ପାଇଁ ଢ଼େର୍ ସାରା ଆର୍ଶୀବାଦ ଦେଇଥିଲେ ।

 

Previous Post

ମୁଖ୍ୟମନ୍ତ୍ରୀ କାହିଁକି ବାରମ୍ବାର ଜିତୁଛନ୍ତି ତାର ରହସ୍ୟ କହିଲେ ପାଣ୍ଡିଆନ

Next Post

ଓଡ଼ିଶାରେ ଏଥର ବିଜେପି ସରକାର: ଆସାମ ମୁଖ୍ୟମନ୍ତ୍ରୀ

Next Post
ଓଡ଼ିଶାରେ ଏଥର ବିଜେପି ସରକାର: ଆସାମ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ଏଥର ବିଜେପି ସରକାର: ଆସାମ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA